ପୃଥକ ଦୁର୍ଘଟଣାରେ ୪ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କାମାକ୍ଷାନଗର/ଦେବଗଡ଼/ଯାଜପୁର: ଢେଙ୍କାନାଳ, ଦେବଗଡ଼ ଓ ଯାଜପୁରରେ ଘଟିଥିବା ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି କାମାକ୍ଷାନଗର ଥାନା ରେକୁଳା ଗାଁର ସହଦେବ ବାରିକ ବାଇକରେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ […]

dkl ra accident

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 07:32 PM IST

କାମାକ୍ଷାନଗର/ଦେବଗଡ଼/ଯାଜପୁର: ଢେଙ୍କାନାଳ, ଦେବଗଡ଼ ଓ ଯାଜପୁରରେ ଘଟିଥିବା ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଆଜି କାମାକ୍ଷାନଗର ଥାନା ରେକୁଳା ଗାଁର ସହଦେବ ବାରିକ ବାଇକରେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ନିଆଁ ଲଗାଇ ଦେବା ସହିତ ଢେଙ୍କାନାଳ-କାମାକ୍ଷାନଗର ରାସ୍ତା ଅବରୋଧ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ଅନୁଗୋଳ ସୁକିନ୍ଦା ରେଳ ପ୍ରକଳ୍ପ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାରୁ ପରିବେଶ ଶାନ୍ତ ପଡ଼ିଥିଲା।

କାମାକ୍ଷାନଗର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଟ୍ରକ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।

ଆଜି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଷଠିପୁର ନିକଟରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଗତକାଲି ରାତିରେ ଦେବଗଡ ଜିଲ୍ଲା ତିଳେଇବଣି ଗାଁର ଆଲମଣ୍ଡ କୁଜୁର(୨୮) ଓ ଡିମିରିକୁଦର ହେରମନ ବୁଡ ବାଇକରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ୪୯ ନଂ. ଜାତୀୟ ରାଜପଥରେ ଏକ ଟ୍ରକ ପଛରେ ପିଟିହୋଇ ଯାଇଥିଲେ। ଘଟଣାସ୍ଥଳରେ ଆଲମଣ୍ଡ କୁଜୁରଙ୍କ ମୃତ୍ୟୁ ଘଟିଥିଲା। ହେରମନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବିଳମ୍ୱିତ ରାତିରେ ଲୋକେ ଏନ୍‌ଏଚ୍‌କୁ ଅବରୋଧ କରିଥିଲେ।

Related story