ରାତିରେ ଶୋଇବା ପୂର୍ବରୁ ଆଦୌ କରନ୍ତୁନି ଏହି କାମ, ନହେଲେ ଚାରି ପ୍ରକାର କ୍ଷତିରେ ପଡ଼ିପାରନ୍ତି

ଆବଶ୍ୟକ ଅନୁସାରେ ପାଣି ନପିଇଲେ ଦେହ ଅସୁସ୍ଥ ହୋଇଥାଏ। ସେମିତି ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ ମଧ୍ୟ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ। ଖାଇ ସାରିବା ପରେ ପରେ ତୁରନ୍ତ ପାଣି ପିଇବାକୁ ମନା କରାଯାଏ। ଖାଇ ସାରିବାର ଘଣ୍ଟାଏ ଛାଡ଼ି ପାଣି ପିଇବା ପାଇଁ କୁହାଯାଏ। ସେହିପରି ଥଣ୍ଡା ପାଣି ପରିବର୍ତ୍ତେ ନଖ ଉଷୁମ ପାଣି ପିଇଲେ ଭଲ ବୋଲି କୁହାଯାଏ। ଏହିପରି ପାଣି ପିଇବାକୁ ନେଇ ଆଉ ଏକ କଥା […]

sleep-1

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 01:03 PM IST

ଆବଶ୍ୟକ ଅନୁସାରେ ପାଣି ନପିଇଲେ ଦେହ ଅସୁସ୍ଥ ହୋଇଥାଏ। ସେମିତି ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ ମଧ୍ୟ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ। ଖାଇ ସାରିବା ପରେ ପରେ ତୁରନ୍ତ ପାଣି ପିଇବାକୁ ମନା କରାଯାଏ। ଖାଇ ସାରିବାର ଘଣ୍ଟାଏ ଛାଡ଼ି ପାଣି ପିଇବା ପାଇଁ କୁହାଯାଏ। ସେହିପରି ଥଣ୍ଡା ପାଣି ପରିବର୍ତ୍ତେ ନଖ ଉଷୁମ ପାଣି ପିଇଲେ ଭଲ ବୋଲି କୁହାଯାଏ। ଏହିପରି ପାଣି ପିଇବାକୁ ନେଇ ଆଉ ଏକ କଥା ମଧ୍ୟ ରହିଛି। ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇବାକୁ ମନା କରାଯାଏ। କାରଣ ଏହା ଶରୀରର ଉପକାର କରିବା ବଦଳରେ ଅପକାର କରିଥାଏ।  ଅଥଚ ଆମମାନଙ୍କ ମଧ୍ୟରୁ ଅଧିକାଂଶ ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଅନ୍ତି। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇଲେ କ’ଣ ସବୁ କ୍ଷତି ହୋଇଥାଏ।

ଭଲ ନିଦ ହୁଏ ନାହିଁ

ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇଲେ ବାରମ୍ବାର ବାଥ୍‌ରୁମ୍ ଯିବାକୁ ପଡ଼ିପାରେ। ଏହା ଦ୍ୱାରା ଆପଣଙ୍କ ନିଦ ବାରମ୍ବାର ଭାଙ୍ଗିବ। ତେଣୁ ସବୁଠୁ ଭଲ ଶୋଇବାର ଏକଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ।

କିଡ୍‌ନୀ ଉପରେ ପଡ଼ିପାରେ ଖରାପ ପ୍ରଭାବ
ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇଲେ କିଡ୍‌ନୀ ଉପରେ ଏହାର ଖରାପ ପ୍ରଭାବ ପଡ଼େ। କାରଣ ରାତିରେ ଶରୀର ଆଦୌ ଆକ୍ଟିଭ୍ ବା କ୍ରିୟାଶୀଳ ନଥାଏ।

ଆହୁରି ମଧ୍ୟ ପଢନ୍ତୁ: ଠିଆହୋଇ ପାଣି ପିଉଛନ୍ତି କି? ସାବଧାନ ହୋଇଯାଆନ୍ତୁ

ମୂତ୍ରାଶୟ ଉପରେ ନକାରାତ୍ମକ ପ୍ରଭାବ ପଡ଼େ
ଦିନ ତମାମ ଆମେ ଆକ୍ଟିଭ ରହୁଥିବା ଯୋଗୁଁ ବ୍ଲାଡର ତା’ର ପ୍ରାକୃତିକ ଆକାର ବା ନାଚୁରାଲ୍ ସେପ୍‌ରେ ରହେ ନାହିଁ, କିନ୍ତୁ ରାତିରେ ଏହା ନିଜର ବାସ୍ତବ ରୂପକୁ ଫେରିଆସେ। ତେଣୁ ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇଲେ ଅସୁବିଧା ସୃଷ୍ଟି ହୁଏ। ବ୍ଲାଡର ବା ମୂତ୍ରାଶୟ ଉପରେ ଏହାର କୁପ୍ରଭାବ ପଡ଼େ।

ସୋଡିୟମର ମାତ୍ରା କମିଯାଏ
ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇଲେ ଶରୀରରୁ ସୋଡିୟମର ମାତ୍ରା କମିଯାଏ। ଏହା ଦ୍ୱାରା ମସ୍ତିଷ୍କର ନର୍ଭସ୍ ସିଷ୍ଟମ୍ ନଷ୍ଟ ହୋଇଯାଇପାରେ ବୋଲି କୁହାଯାଏ।

Related story