ଭୁଲରେ ବି କ୍ଷୀର ସହ ଖାଆନ୍ତୁ ନାହିଁ ଏ ସବୁ ଖାଦ୍ୟ

କ୍ଷୀର ସ୍ୱାସ୍ଥ ପାଇଁ ବହୁତ ଭଲ। ଏ କଥା ସମସ୍ତେ ଜାଣନ୍ତି। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଆମ ଶରୀର ପାଇ ଲାଭଦାୟୀ। ହେଲେ କ୍ଷୀର ସହ ଆମେ ଯେଉଁ ଖାଦ୍ୟ ଖାଇବା ଉଚିତ ଓ କେଉଁ ଖାଦ୍ୟ ଖାଇବା ଅନୁଚିତ ତାହା ଜାଣିବା ନିହାତି ଆବଶ୍ୟକ। ଯଦି ଜାଣି ନାହାଁନ୍ତି, ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଦହି: କ୍ଷୀର ସହ ଦହି ଖାଇବା ଉଚିତ ନୁହଁ। ଏହାକୁ […]

milk

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 12:17 PM IST

କ୍ଷୀର ସ୍ୱାସ୍ଥ ପାଇଁ ବହୁତ ଭଲ। ଏ କଥା ସମସ୍ତେ ଜାଣନ୍ତି। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଆମ ଶରୀର ପାଇ ଲାଭଦାୟୀ। ହେଲେ କ୍ଷୀର ସହ ଆମେ ଯେଉଁ ଖାଦ୍ୟ ଖାଇବା ଉଚିତ ଓ କେଉଁ ଖାଦ୍ୟ ଖାଇବା ଅନୁଚିତ ତାହା ଜାଣିବା ନିହାତି ଆବଶ୍ୟକ। ଯଦି ଜାଣି ନାହାଁନ୍ତି, ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ଦହି: କ୍ଷୀର ସହ ଦହି ଖାଇବା ଉଚିତ ନୁହଁ। ଏହାକୁ ଏକାଠି ଖାଇଲେ ଏସିଡିଟି, ଗ୍ୟାସ୍ ଓ ବାନ୍ତି ଭଳି ସମସ୍ୟା ହୋଇଥାଏ। ଦହି ଖାଇବାର ପ୍ରାୟ ଦେଢ଼ ଘଣ୍ଟା ପରେ କ୍ଷୀର ପିଇବା ଉଚିତ।

ବିରି: ବିରିରେ ତିଆରି କୌଣସି ଜିନିଷ ଖାଇ କେବେ ହେଲେ କ୍ଷୀର ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଶରୀରର କ୍ଷତିକାରକ ହୋଇଥାଏ।

ଫଳ: କ୍ଷୀର ସହ କମଳା, ସପୁରୀ, ଡାଳିମ୍ବ ପରି ଖଟା ଫଳ ଖାଆନ୍ତୁ ନାହିଁ। ଏହା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ଏସିଡିଟି ହୋଇ ବାନ୍ତି ହୋଇପାରେ। ଏହା ବ୍ୟତୀତ କଦଳୀ ଖାଇ କ୍ଷୀର ପିଅନ୍ତୁ ନାହିଁ। ଏହି ଦୁଇଟିକୁ ଏକାଠି ନେଲେ କଫ ଜମି ଯାଇଥାଏ। ତେଣୁ ଥଣ୍ଡା ହୋଇଥିଲେ ଏହି ଦୁଇଟିକୁ ଏକାଠି ନ ଖାଇବା ଭଲ।

ବ୍ରେଡ ବଟର: କ୍ଷୀର ନିଜେ ହିଁ ଏକ ସମ୍ପୂର୍ଣ୍ଣ ଆହାର। ଏହା ସହ ବ୍ରେଡ ଓ ବଟର ପେଟରେ ଅଧିକ ଭାରି ହୋଇଯାଏ। ଆୟୁର୍ବେଦ ଅନୁଯାୟୀ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଓ ଫ୍ୟାଟ୍‌ ଏକାଠି ଅଧିକ ପରିମାଣରେ ପେଟକୁ ନେବା କ୍ଷତିକାରକ।

ମାଛ: କ୍ଷୀର ସହ କେବେ ହେଲେ ମାଛ ଖାଆନ୍ତୁ ନାହିଁ। ଏହାଦ୍ୱାରା ଗ୍ୟାସ୍, ଆଲର୍ଜି ଓ ତ୍ୱଚା ଜନିତ ସମସ୍ୟା ଦେଖାଦେଇଥାଏ।

ଛଣା ଖାଦ୍ୟ: କ୍ଷୀରରେ ଭିଟାମିନ୍, ପ୍ରୋଟିନ୍, ଲ୍ୟାକ୍ଟସ୍, ସୁଗାର ଓ ମିନେରାଲ୍‌ ଭଳି ତତ୍ତ୍ୱ ରହିଛି। ତେଣୁ ଏହା ସହ ଛଣା ବା ନମକିନ୍ ଖାଦ୍ୟ ଖାଇଲେ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଲଗାତାର ଭାବେ ଏହାକୁ ଖାଇଲେ ସମସ୍ୟାରେ ପଡ଼ି ପାରନ୍ତି।

ରାଶି: କ୍ଷୀର ସହ କେବେ ହେଲେ ରାଶି ବା ଖସା ଖାଇବା ଉଚିତ ନୁହେଁ। ଏହା ସମସ୍ୟା ସୃଷ୍ଟି କରିଥାଏ।

Related story