ଡାକ୍ତର ଦମ୍ପତି ହତ୍ୟା ଘଟଣା: ଅନ୍ୟତମ ଅଭିଯୁକ୍ତ ଯବାନ ନାୟକ ଗିରଫ

ଭୁବନେଶ୍ୱର: ଶୈଳଶ୍ରୀବିହାର ଡାକ୍ତର ଦମ୍ପତି ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଯବାନ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗତକାଲି ତାକୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଗିରଫ କରାଯାଇଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଥିଲା। ସେମାନଙ୍କ ତଥ୍ୟକୁ ଆଧାର କରି ଯବାନ ନାୟକକୁ ଗରିଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛି। ତାକୁ ଧରିବା ପାଇଁ ପୋଲିସ […]

doctor couple

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 03:29 AM IST

ଭୁବନେଶ୍ୱର: ଶୈଳଶ୍ରୀବିହାର ଡାକ୍ତର ଦମ୍ପତି ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଯବାନ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗତକାଲି ତାକୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଗିରଫ କରାଯାଇଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଥିଲା। ସେମାନଙ୍କ ତଥ୍ୟକୁ ଆଧାର କରି ଯବାନ ନାୟକକୁ ଗରିଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛି। ତାକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ସେ ମଧ୍ୟ ଆନ୍ଧ୍ରରେ ଥିବା ସନ୍ଦେହ କରାଯାଉଛି। ପୋଲିସର ଦୁଇଟି ଟିମ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ପୂର୍ବରୁ ଅଭିଯୁକ୍ତ କିଶୋର ବେହେରା ଓରଫ୍ ଟିମ୍ପା ଓ ମହମ୍ମଦ କମାଲ୍ ଖାଁ ଓରଫ ମୁନ୍ନା ଏବଂ ତାର ସ୍ତ୍ରୀ ନିନିକୁ ପୋଲିସ ଗିରଫ କରିଥିଲା। ଗତ ନଭେମ୍ୱର ୧୫ରେ ଏହି ଡବଲ ମର୍ଡର ହୋଇଥିଲା। ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ୍ଲ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ସୁଷମା ମିଶ୍ର ମର୍ଣ୍ଣିଂ ୱାର୍କ ସାରି ଘରକୁ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା।

Related story