୫ ମାସର ଶିଶୁକୁ କାମୁଡ଼ି ଦେଲେ କୁକୁର

କେନ୍ଦୁଝର: ପୁଣି କୁକୁର ମୁହଁରେ ଶିଶୁ। କେନ୍ଦୁଝର ଜିଲ୍ଲା ବାମବାରୀ ଥାନା ଅନ୍ତର୍ଗତ ନିଇବୁଗା ଗାଁରେ ଏକ ୫ ମାସର ଶିଶୁ ଘର ବାରଣ୍ଡାରେ ଶୋଇଥିବା ବେଳେ ଦୁଇଟି କୁକୁର ତାକୁ ଆକ୍ରମଣ କରିଥିଲେ। କୁକୁର କାମୁଡ଼ାରେ ଶିଶୁଟି କ୍ଷତବିକ୍ଷତ ହୋଇଯାଇଛି। ତା’ ନାଁ ଶିବନା ମୁଣ୍ଡା।  ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ଛୁଆଟିକୁ ପ୍ରଥମେ ଝୁମ୍ପୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର କହି ଡାକ୍ତର ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ […]

child

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 01:47 PM IST

କେନ୍ଦୁଝର: ପୁଣି କୁକୁର ମୁହଁରେ ଶିଶୁ। କେନ୍ଦୁଝର ଜିଲ୍ଲା ବାମବାରୀ ଥାନା ଅନ୍ତର୍ଗତ ନିଇବୁଗା ଗାଁରେ ଏକ ୫ ମାସର ଶିଶୁ ଘର ବାରଣ୍ଡାରେ ଶୋଇଥିବା ବେଳେ ଦୁଇଟି କୁକୁର ତାକୁ ଆକ୍ରମଣ କରିଥିଲେ। କୁକୁର କାମୁଡ଼ାରେ ଶିଶୁଟି କ୍ଷତବିକ୍ଷତ ହୋଇଯାଇଛି। ତା’ ନାଁ ଶିବନା ମୁଣ୍ଡା।  ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ଛୁଆଟିକୁ ପ୍ରଥମେ ଝୁମ୍ପୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର କହି ଡାକ୍ତର ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ପରେ ଶିଶୁଟିକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶିବନାର ମା’ ତାକୁ ଶୁଆଇ ଦେଇ ନିକଟସ୍ଥ ନାଳକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।

ଡାକ୍ତର ଅଜୟ ମହାନ୍ତି କହିଛନ୍ତି,“ଗତକାଲି ଶିଶୁଟି ଡାକ୍ତରଖାନାକୁ ଆସିବା ବେଳେ ଗୁରୁତର ଥିଲା। ଗତକାଲି ଅପେକ୍ଷା ଆଜି ସେ ଭଲ ଅଛି। ଅଧିକ ଚିକିତ୍ସା ପାଇଁ ଆମେ ତାକୁ କଟକ ଶିଶୁ ଭବନ ରେଫର କରିଛୁ।”

ଏହା ପୂର୍ବରୁ ପୁରୀରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ କୁକୁର ଝୁଣି ଖାଇ ଯାଇଥିଲେ। ସେହିପରି ଅନୁଗୋଳରେ ମଧ୍ୟ କୁକୁର ଆକ୍ରମଣରେ ଏକ ଶିଶୁ ଗୁରୁତର ଆହତ ହୋଇଥିଲା।

Related story