ମକର ସଂକ୍ରାନ୍ତିରେ ପୁଣ୍ୟ ଅର୍ଜନ କରନ୍ତୁ; ଜାଣନ୍ତୁ କେଉଁ ରାଶିର ଲୋକେ କ’ଣ ଦାନ କଲେ ମିଳିବ ଶୁଭଫଳ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। କୁହାଯାଏ, ଏହି ଦିନରେ ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଆହୁରି ବି କୁହାଯାଏ, ଏହି ଦିନରେ ଦାନ କରିବା ଅନେକ ଗୁଡ଼ିଏ ଯଜ୍ଞ କରିବା ସହ ସମାନ। ତେବେ ପ୍ରତ୍ୟେକ ରାଶି ଉପରେ ମକର ସଂକ୍ରାନ୍ତିର ଅଲଗା ଅଲଗା ପ୍ରଭାବ ପଡ଼ିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଆଜି ନିଜ ରାଶି ଅନୁଯାୟୀ ଦାନ କରିବା ଉଚିତ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କ’ଣ ଦାନ କଲେ ଶୁଭଫଳ […]

makaraimage

makaraimage

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 09:37 AM IST

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। କୁହାଯାଏ, ଏହି ଦିନରେ ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଆହୁରି ବି କୁହାଯାଏ, ଏହି ଦିନରେ ଦାନ କରିବା ଅନେକ ଗୁଡ଼ିଏ ଯଜ୍ଞ କରିବା ସହ ସମାନ। ତେବେ ପ୍ରତ୍ୟେକ ରାଶି ଉପରେ ମକର ସଂକ୍ରାନ୍ତିର ଅଲଗା ଅଲଗା ପ୍ରଭାବ ପଡ଼ିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଆଜି ନିଜ ରାଶି ଅନୁଯାୟୀ ଦାନ କରିବା ଉଚିତ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କ’ଣ ଦାନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ମେଷ: ମକର ସଂକ୍ରାନ୍ତି ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ବେଶ୍‌ ଶୁଭ। ଆଜି ଏମାନଙ୍କର ଜମି କିମ୍ବା ଗାଡ଼ି କିଣିବାର ସ୍ୱପ୍ନ ସାକାର ହୋଇପାରେ। ବ୍ୟବସାୟରେ ମଧ୍ୟ ଭଲ ଲାଭ ମିଳିପାରେ। ଏହି ରାଶିର ବ୍ୟକ୍ତିମାନେ ଆଜି ମଶାରୀ ଓ ରାଶି ଦାନ କରିବା ଉଚିତ।

ବୃଷ: ଏହି ରାଶିର ବ୍ୟକ୍ତିମାନେ ଆଜି ଶୀତବସ୍ତ୍ର ଓ ଖାଦ୍ୟ ଦାନ କରିବା ଉଚିତ। ଏହାଦ୍ୱାରା ଚାକିରିରେ ଉନ୍ନତି ମିଳିବା ସହ ଲାଗି ରହିଥିବା ବିବାଦରୁ ମୁକ୍ତି ପାଇବେ।

ମିଥୁନ: ଏହି ରାଶିର ବ୍ୟକ୍ତି ମାନେ ଆଜି କମ୍ବଳ ଓ ରାଶି ଲଡ଼ୁ ଦାନ କରନ୍ତୁ ଶୁଭ ଫଳ ମିଳିବ। ନୂଆ ଚାକିରି ମଧ୍ୟ ମିଳିପାରେ।

କର୍କଟ: ଆଜି ସାବୁଦାନା ଓ ମହୁ ଦାନ କରନ୍ତୁ ଲାଭ ମିଳିବ। ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳ ହେବ।

ସିଂହ: ଏହି ରାଶିର ଲୋକେ ବୁଟ ଡାଲି ଓ ଘିଅ ଦାନ କରନ୍ତୁ। ଏପରି କଲେ ଦୀର୍ଘ ଦିନର ବିବାଦର ସମାଧାନ ହେବା ସହ ଶୁଭ ଫଳ ପ୍ରାପ୍ତି ହେବ।

କନ୍ୟା: ଚଦର ଓ ଶୀତବସ୍ତ୍ର ଦାନ କରନ୍ତୁ ଅଶୁଭ ଫଳର ସମ୍ଭାବନା କମିଯିବ।

ତୁଳା- ଆଜି ଆପଣ ଗୁଡ଼, ରାଶି ତେଲ ଓ ଚାଉଳ ଦାନ କରନ୍ତୁ। ମାନ ସମ୍ମାନ ବୃଦ୍ଧି ହେବ।

ବିଛା- କ୍ଷୀର, ଦହି ଓ ରାଶିରେ ତିଆରି ଖାଦ୍ୟ ଦାନ କରନ୍ତୁ। ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ।

ଧନୁ: ଚାକିରି କ୍ଷତ୍ରରେ ଉଚ୍ଚ ପଦାଧିକାରୀମାନେ ସମସ୍ୟା ସୃଷ୍ଟି କରିବେ। ଏଥିରୁ ବଞ୍ଚିବା ପାଇଁ ହଳଦୀ ଦାନ କରିବା ସହ ଗାଈକୁ ବୁଟ ଡାଲି ଖାଇବାକୁ ଦିଅନ୍ତୁ।

ମକର: ଆଜି ସୂର୍ଯ୍ୟ ଆପଣଙ୍କ ରାଶିରେ ପ୍ରବେଶ କରୁଥିବାରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ବିରି ଡାଲି, ସୋରିଷ ତେଲ ଓ ସୋରିଷ ଦାନ କରନ୍ତୁ।ଏହା ଦ୍ୱାରା ବିପଦ ଦୂରେଇଯିବ।

କୁମ୍ଭ: ଗରିବଙ୍କୁ କମ୍ବଳ, କଳା ରାଶି ଓ ତେଲ ଦାନ କରନ୍ତୁ ଲାଭ ମିଳିବ। ଚାକିରିରେ ସମ୍ମାନ ବଢ଼ିବା ସହ ବ୍ୟବସାୟରେ ଲାଭ ହେବ।

ମୀନ:  ଆଜି ଗହମ, ଗୁଡ଼ ଓ କମ୍ବଳ ଦାନ କରନ୍ତୁ। ଏହା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିରୋଧୀମାନେ ଦବି ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos