ପ୍ୟାଣ୍ଟ ପକେଟ୍‌ରେ ମୋବାଇଲ୍‌ ରଖିଲେ ହରାଇ ପାରନ୍ତି ପ୍ରଜନନ ଶକ୍ତି

ନୂଆଦିଲ୍ଲୀ: ମୋବାଇଲ୍‌ ଯୋଗାଯୋଗର ଏକ ସହଜ ସାଧନ ହୋଇଥିବାରୁ ଏହା ପ୍ରାୟ ସମସ୍ତଙ୍କ ପାଖରେ ରହିଛି। ଖାସ୍‌ କରି ଯୁବପିଢ଼ି ଘଣ୍ଟା ଘଣ୍ଟା ସମୟ ମୋବାଇଲ୍‌ରେ ବିତାଉଛନ୍ତି। ତେବେ ସମସ୍ତେ ପ୍ରାୟ ପ୍ୟାଣ୍ଟ୍ ପକେଟ୍‌ରେ ମୋବାଇ ଫୋନ୍‌ ରଖିଥାନ୍ତି। ଯାହା ଆଦୌ ଭଲ ଲକ୍ଷଣ ନୁହେଁ। ଏଥିରେ ଅଣ୍ଡକୋଷରେ ଥିବା ଶୁକ୍ରାଣୁର ମାନ ଦୁର୍ବଳ ହୋଇଯାଏ। ଫଳରେ ପୁରୁଷଙ୍କ ପୁରୁଷତ୍ତ୍ୱ କମିଯାଇଥାଏ। ଏକ ନୂଆ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ଅନୁସାରେ ଅଣ୍ଟା ତଳକୁ […]

mobile

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 08:43 PM IST

ନୂଆଦିଲ୍ଲୀ: ମୋବାଇଲ୍‌ ଯୋଗାଯୋଗର ଏକ ସହଜ ସାଧନ ହୋଇଥିବାରୁ ଏହା ପ୍ରାୟ ସମସ୍ତଙ୍କ ପାଖରେ ରହିଛି। ଖାସ୍‌ କରି ଯୁବପିଢ଼ି ଘଣ୍ଟା ଘଣ୍ଟା ସମୟ ମୋବାଇଲ୍‌ରେ ବିତାଉଛନ୍ତି। ତେବେ ସମସ୍ତେ ପ୍ରାୟ ପ୍ୟାଣ୍ଟ୍ ପକେଟ୍‌ରେ ମୋବାଇ ଫୋନ୍‌ ରଖିଥାନ୍ତି। ଯାହା ଆଦୌ ଭଲ ଲକ୍ଷଣ ନୁହେଁ। ଏଥିରେ ଅଣ୍ଡକୋଷରେ ଥିବା ଶୁକ୍ରାଣୁର ମାନ ଦୁର୍ବଳ ହୋଇଯାଏ। ଫଳରେ ପୁରୁଷଙ୍କ ପୁରୁଷତ୍ତ୍ୱ କମିଯାଇଥାଏ। ଏକ ନୂଆ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ତଥ୍ୟ ଅନୁସାରେ ଅଣ୍ଟା ତଳକୁ ଅଣ୍ଡକୋଷକୁ ଲାଗିକରି ଯଦି ପକେଟ୍‌ରେ ମୋବାଇଲ୍‌ ରଖାଯାଇଥାଏ। ତେବେ ସେଥିରୁ ବାହାରୁଥିବା କ୍ଷତିକାରକ ବିକିରଣ ପୁରୁଷଙ୍କ ଶୁକ୍ରାଣୁ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ପାଖା ପାଖି ୯ ପ୍ରତିଶତ ଶୁକ୍ରାଣୁ କମିବା ସହିତ ଏହାର ମାନ ଦୁର୍ବଳ ହୋଇଯାଏ। ଯାହା ପ୍ରଜନନ ଶକ୍ତିକୁ ପ୍ରଭାବିତ କରିଥାଏ।

Related story