ଭୁଲ୍‌ରେ ବି ସକାଳୁ ଏହି ୪ଟି ଜିନିଷ ଦେଖନ୍ତୁ ନାହିଁ: ଦିନସାରା ଭୋଗି ପାରନ୍ତି ପରିଣାମ

ଦିନସାରା ଘରେ ବାହାରେ ବୁଲି କାମ କଲାବେଳେ ଆମକୁ ବିଭିନ୍ନ ପରିସ୍ଥିତି ଓ ପରିବେଶ ଦେଇ ଗତି କରିବାକୁ ପଡ଼ିଥାଏ। କେବେ କେବେ ଭଲ ତ କେବେ କେବେ ଖରାପ। ବାସ୍ତୁଶାସ୍ତ୍ର କହୁଛି, ସମସ୍ତଙ୍କ ପାଇଁ ସକାଳ ସମୟଟି ହେଉଛି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆପଣ ଯାହା ଦେଖିବେ, ତା’ର ପ୍ରଭାବ ଦିନସାରା ଆମ ଚଳଣୀ ଉପରେ ପଡ଼ିଥାଏ। ସେଥିପାଇଁ ବହୁତ ସମୟରେ ଆମେ କହିଥାଉ- ‘ସକାଳୁ କାହା ମୁହଁ ଦେଖିଥିଲି କେଜାଣି, ଆଜି ଦିନଟା ଏତେ […]

morning

Ordigital Desk
  • Published: Wednesday, 08 November 2017
  • , Updated: 08 November 2017, 09:23 PM IST

ଦିନସାରା ଘରେ ବାହାରେ ବୁଲି କାମ କଲାବେଳେ ଆମକୁ ବିଭିନ୍ନ ପରିସ୍ଥିତି ଓ ପରିବେଶ ଦେଇ ଗତି କରିବାକୁ ପଡ଼ିଥାଏ। କେବେ କେବେ ଭଲ ତ କେବେ କେବେ ଖରାପ। ବାସ୍ତୁଶାସ୍ତ୍ର କହୁଛି, ସମସ୍ତଙ୍କ ପାଇଁ ସକାଳ ସମୟଟି ହେଉଛି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆପଣ ଯାହା ଦେଖିବେ, ତା’ର ପ୍ରଭାବ ଦିନସାରା ଆମ ଚଳଣୀ ଉପରେ ପଡ଼ିଥାଏ। ସେଥିପାଇଁ ବହୁତ ସମୟରେ ଆମେ କହିଥାଉ- 'ସକାଳୁ କାହା ମୁହଁ ଦେଖିଥିଲି କେଜାଣି, ଆଜି ଦିନଟା ଏତେ ଖରାପରେ ବା ଭଲରେ ଗଲା?'

ଏହାର ଅର୍ଥ ଆମର ଦୈନନ୍ଦିନ ଚଳଣୀ ଭିତରେ ସକାଳ ସମୟଟା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁମାନ କରିଦେଉଛି। ଆମେ ମାନି ନେଇଥାଉ ଯେ, ସକାଳେ ଉଠି ଯାହା ଦେଖିବା, ଦିନଟା ସେହି ଅନୁସାରେ ହିଁ କଟିବ। ସେଥିପାଇଁ ଅଧିକାଂଶ ଲୋକ ନିଜ ପାଖରେ ଈଶ୍ୱର କିମ୍ବା ବାପା ମାଆଙ୍କ ଫଟୋ ରଖି ଶୋଇଥାନ୍ତି ଓ ସକାଳୁ ଉଠି ତାଙ୍କୁ ହିଁ ଦେଖିଥାନ୍ତି। ହେଲେ କିଛି ଲୋକ ଏସବୁକୁ ଅନ୍ଧ ବିଶ୍ୱାସ ବୋଲି ଭାବିଥାନ୍ତି। ଏବେ ଜାଣନ୍ତୁ ଏ ସଂପର୍କରେ ବାସ୍ତୁଶାସ୍ତ୍ର କ'ଣ କହୁଛି, ଆଉ କେଉଁ କେଉଁ ଜିନିଷକୁ ସକାଳୁ ଉଠି ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ।

୧. ଅନେକ ଲୋକ ସକାଳୁ ଉଠି ନିଜ ମୁହଁ ଆଇନାରେ ଦେଖନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି କରିବା ଠିକୁ ନୁହେଁ। ଏହା ଅଶୁଭ ବୋଲି ବିବେଚନା କରାଯାଇଥାଏ। ଶାସ୍ତ୍ର କହୁଛି, ବରଂ ସକାଳୁ ଉଠି ଆଇନା ନ ଦେଖି, ହାତ ଯୋଡ଼ି ଭଗବାନଙ୍କୁ ସ୍ମରଣ କଲେ ଦିନସାରା ଶୁଭ ଫଳ ମିଳିଥାଏ।

୨. ସେହିପରି ସକାଳୁ ସକାଳୁ ଉଠି, ଯଦି ଆପଣ କୁକୁରମାନଙ୍କୁ ଘର ବାହାରେ ଲଢ଼େଇ କରୁଥିବାର ଦେଖନ୍ତି ତେବେ ଏହା ମଧ୍ୟ ଅଶୁଭ ବୋଲି ବିବେଚାନା କରାଯାଇଥାଏ। ଏହାଦ୍ୱାରା ଆପଣଙ୍କ ଆୟୂଷ କମିଯାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ କରାଯାଏ।

୩. ସେହିପରି ସକାଳୁ ତେଲିଆ ବାସନ ବା ତେଲ ଲାଗିଥିବା କୌଣସି ବାସନ ଦେଖିଲେ ତାହା ମଧ୍ୟ ଅଶୁଭ ବୋଲି ଧରା ଯାଇଥାଏ। ଏହାଦ୍ୱାରା ପୁରା ଦିନଟି ଆମର ଖରାପରେ କଟିଥାଏ ବୋଲି ବିଶ୍ବର କରାଯାଏ। ତେଣୁ ରାତିରେ ଶୋଇବା ସମୟରେ ମନେ କରିକି ସେପରି ବାସନକୁ ମାଜି ଦିଅନ୍ତୁ ନହେଲେ ତାକୁ ଦୂରେଇ ରଖନ୍ତୁ, ଯେପରି ସକାଳୁ ଉଠି ସେ ସବୁ ନ ଦେଖନ୍ତି।

୪. ସେହିପରି ବାସ୍ତୁଶାସ୍ତ୍ର କହୁଛି, ସକାଳୁ ସକାଳୁ କେବେ ମାଙ୍କଡର ନାଁ ନିଅନ୍ତୁ ନାହିଁ। ଅର୍ଥାତ ‘ମାଙ୍କଡ଼’ ଶବ୍ଦ ଉଚ୍ଚାରଣ କରନ୍ତୁ ନାହିଁ। ଏପରିକି ଯଦି ମାଙ୍କଡ଼ ଦେଖନ୍ତି ତେବେ କୁହନ୍ତୁ ନାହିଁ ଯେ, ହେଇ ହେଇ ମାଙ୍କଡ଼ ଆସିଲା। ବାସ୍ତୁଶାସ୍ତ୍ର କହୁଛି, ସକାଳୁ ମାଙ୍କଡ଼ର ନାଁ ନେଲେ ଦିନଟି ଭଲରେ ଯାଏନାହିଁ। ସେପରି ହେଲେ କାଳେ କାମରେ ସମସ୍ୟା ଦେଖାଦେବା ସହ ଠିକ୍ ସମୟରେ ଖାଇବା ମିଳିନଥାଏ।

Related story