ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଆହତ; ସାଥୀ ଖସିଗଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ପୋଇରାସିରେ ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ ହୋଇଛି। ତାଙ୍କ ଆଣ୍ଠୁରେ ଗୁଳି ବାଜିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସନ୍ତୋଷଙ୍କ ଗୁଳିରେ ହିଞ୍ଜିଳି ଆଇଆଇସି ଓ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ତେବେ ସନ୍ତୋଷଙ୍କ ସହଯୋଗୀ ବିଜୟ ମହାରଣା ଓରଫ ମିଟୁ ପୋଲିସ୍‌କୁ ଚକମା ଦେଇ ଖସି ଯାଇଛି। ତାକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି […]

encouner

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 09:10 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ପୋଇରାସିରେ ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ ହୋଇଛି। ତାଙ୍କ ଆଣ୍ଠୁରେ ଗୁଳି ବାଜିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସନ୍ତୋଷଙ୍କ ଗୁଳିରେ ହିଞ୍ଜିଳି ଆଇଆଇସି ଓ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ତେବେ ସନ୍ତୋଷଙ୍କ ସହଯୋଗୀ ବିଜୟ ମହାରଣା ଓରଫ ମିଟୁ ପୋଲିସ୍‌କୁ ଚକମା ଦେଇ ଖସି ଯାଇଛି। ତାକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରିଖିଛି।

ସେରଗଡ଼ ଅଞ୍ଚଳର କିଛି ବ୍ୟବସାୟୀଙ୍କୁ ସନ୍ତୋଷ ଓ ତା’ ସହଯୋଗୀମାନେ ଦାଦାବଟି ମାଗିଥିଲେ। ଏନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଏସ୍‌ପି ରମ୍ଭା, ସେରଗଡ଼ ଓ ହିଞ୍ଜିଳି ଥାନା ଆଇଆଇସିଙ୍କୁ ନେଇ ଏକ ସ୍କ୍ୱାଡ୍‌ ଗଠନ କରିଥିଲେ।

ଗତକାଲି ସନ୍ତୋଷ ପୋଇରାସିର ଦଣ୍ଡ ଯାତ୍ରାରେ ଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ପରେ ସଦଳବଳେ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ତେବେ ସନ୍ତୋଷ ଗୁଳି ଚଳାଇବାରୁ ପୋଲିସ ପାଲଟା ଜବାବ ଦେଇଥିଲା। ପୋଲିସ୍‌ ଘଟଣାସ୍ଥଳରୁ ଦୁଇଟି ବାଇକ, ୧ ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ୫ଟି ଅଫୁଟା ବୋମା ଜବତ କରିଛି। ସନ୍ତୋଷଙ୍କ ନାଁରେ ହତ୍ୟା, ରାହାଜାନି, ଦାଦାବଟି ଆଦାୟ ପରି ବହୁ ଅପରାଧୀକ ମାମଲା ରହିଛି।

Related story