ଖରା ଦିନେ ଥଣ୍ଡା ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସତର୍କ

ସାଧାରଣତଃ ଆମେ ଖରା ଦିନେ ଥଣ୍ଡା ପାଣି ପିଇବାକୁ ଭଲ ପାଉ। କେହି ଫ୍ରିଜ୍‌ ପାଣି ପିଏ ତ ଆଉ କିଏ ମାଟି ହାଣ୍ଡିର ପାଣି ପିଇଥାଏ। ହେଲେ ଖରାରୁ ଆସିଲା ମାତ୍ରେ ତୁରନ୍ତ ଫ୍ରିଜ୍‌ରେ ଥିବା ଥଣ୍ଡା ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ। ଏପରି ଅଭ୍ୟାସ ଯଦି ଅଛି ତେବେ ରୋଗ ଆପଣଙ୍କୁ ଗ୍ରାସ କରିପାରେ। ଏହି ଅଭ୍ୟାସରୁ ଦୂରେଇ ରହିବାକୁ ଆୟୁର୍ବେଦରେ ମଧ୍ୟ କୁହାଯାଇଛି। ‘ଦ କମ୍ପଲିଟ୍‌ ଅଫ୍ ଆୟୁର୍ବେଦିକ ହୋମ୍ ରେମିଡିଜ୍‌’ରେ କୁହାଯାଇଛି […]

Water

Rakesh Mallick
  • Published: Thursday, 05 April 2018
  • , Updated: 05 April 2018, 08:53 AM IST

ସାଧାରଣତଃ ଆମେ ଖରା ଦିନେ ଥଣ୍ଡା ପାଣି ପିଇବାକୁ ଭଲ ପାଉ। କେହି ଫ୍ରିଜ୍‌ ପାଣି ପିଏ ତ ଆଉ କିଏ ମାଟି ହାଣ୍ଡିର ପାଣି ପିଇଥାଏ। ହେଲେ ଖରାରୁ ଆସିଲା ମାତ୍ରେ ତୁରନ୍ତ ଫ୍ରିଜ୍‌ରେ ଥିବା ଥଣ୍ଡା ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ। ଏପରି ଅଭ୍ୟାସ ଯଦି ଅଛି ତେବେ ରୋଗ ଆପଣଙ୍କୁ ଗ୍ରାସ କରିପାରେ। ଏହି ଅଭ୍ୟାସରୁ ଦୂରେଇ ରହିବାକୁ ଆୟୁର୍ବେଦରେ ମଧ୍ୟ କୁହାଯାଇଛି। ‘ଦ କମ୍ପଲିଟ୍‌ ଅଫ୍ ଆୟୁର୍ବେଦିକ ହୋମ୍ ରେମିଡିଜ୍‌’ରେ କୁହାଯାଇଛି ଯେ ଖରା ଦିନେ ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଉପରେ ପ୍ରଭାବ ପଡ଼ିବ। ଏଥିସହ ଅନେକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ଆସନ୍ତୁ ଜାଣିବା ଥଣ୍ଡା ପାଣି ପିଇବା ଦ୍ୱାରା କେଉଁ କେଉଁ ସମସ୍ୟା ଦେଖାଦେଇଥାଏ।

ପାଚନ କ୍ରିୟାରେ ସମସ୍ୟା: ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ କ୍ରିୟା ଠିକ୍‌ ଭାବେ କାମ କରିନଥାଏ। କାରଣ ଏହି ପାଣି ପିଇବା ଦ୍ୱାରା ରକ୍ତ ପ୍ରଭାବ ସଙ୍କୁଚିତ ହୋଇଯାଇଥାଏ। ଏହାଦ୍ୱାରା ପେଟ ଯାଏଁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ପହଞ୍ଚି ପାରି ନଥାଏ। ତେଣୁ ଖାଦ୍ୟ ହଜମ ହେବା ପାଇଁ ଅଧିକ ଏନର୍ଜି ଦରକାର ପଡ଼ିଥାଏ।

ପୋଷକ ତତ୍ତ୍ୱରେ ହ୍ରାସ: ଆମ ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ହୋଇଥାଏ। ଯେତେବେଳେ ଆମେ ଥଣ୍ଡା ପାଣି ପିଇଥାଉ ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାକୁ ଅତ୍ୟଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହି ଶକ୍ତି ଖାଦ୍ୟ ହଜମ  ଓ ପୋଷକ ତତ୍ତ୍ୱର ଅବଶୋଷିତ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଏହି ଶକ୍ତି  ଅନ୍ୟ କ୍ଷେତ୍ରରେ ବ୍ୟବହାର ହେବା ଦ୍ୱାରା ପାଚନ ଠିକ୍‌ ଭାବେ କରିପାରି ନଥାଏ। ଏହାଦ୍ୱାରା ଆମ ଶରୀରରେ ପୋଷକ ତତ୍ତ୍ୱ ହ୍ରାସ ଘଟିଥାଏ।

ଗଳା ଖରାପ ହୋଇପାରେ: ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା  ଗଳା ଖରାପ ହୋଇଥାଏ। ଥଣ୍ଡା ପାଣିରେ ରେସପିଅଟ୍ୟୁରି ମ୍ୟୁକସ୍‌ ତିଆରି ହୋଇଥାଏ। ଯାହାଦ୍ୱାରା ରେସପରେଡ୍ରି ଟ୍ୟାକ୍ଟ ପ୍ରଭାବିତ ହୋଇଥାଏ। ଏହି କାରଣରୁ  ବିଭିନ୍ନ  ସଂକ୍ରମଣ ରୋଗ  ଓ ଗଳା ଖରାପ ହେବାର ଆଶଙ୍କା ରହିଥାଏ।

Related story