ରାଜଧାନୀରେ ରାତି ଅଧରେ ମାତାଲ ଯୁବତୀଙ୍କ ବୋବାଲ୍: ପୋଲିସ୍ ନାକେଦମ୍

Ordigital Desk
  • Published: Saturday, 08 July 2017
  • , Updated: 08 July 2017, 08:14 AM IST
<p>କଟକ: ରାତି ଅଧରେ ରାଜଧାନୀର ରାଜରାସ୍ତାରେ ମାତାଲ ଯୁବତୀଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି। ପ୍ରାୟ ଦୁଇ ଘଣ୍ଟା ଧରି ବିଚ୍ ରାସ୍ତାରେ ଚାଲିଥିଲା ଏହି ଡ୍ରାମା। ଆଉ ସେଠାରେ ଉପସ୍ଥିତ ଲୋକେ ଉଠାଇଥିଲେ ମଜା। ନିଶାସକ୍ତ ଅବସ୍ଥାରେ ଯୁବତୀ ଜଣଙ୍କ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ସାଥିରେ ମହିଳା ପୋଲିସ୍ କର୍ମଚାରୀ ନ ଥିବାରୁ ଯୁବତୀଙ୍କୁ କାବୁ କରିବାରେ ମୁସ୍କିଲ ହୋଇଥିଲା।</p> <p>[vc_video link=&quot;&quot; align=&quot;center&quot;]</p> <p>ମହିଳା ପୋଲିସ ଆସିବା ପରେ ଯୁବତୀଙ୍କୁ ଥାନାକୁ ନିଆଯାଇଥିଲା। ତେବେ ପ୍ରାୟ ଦୁଇ ଘଣ୍ଟା ଧରି ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା। ପରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି।</p>

Related story