ରୁକ୍ଷ ହେଉଛି ଧରିତ୍ରୀ: ନେଇପାରେ ଅଢେଇଲକ୍ଷ ଜୀବନ !

ନୂଆଦିଲ୍ଲୀ: ଆଜି ହେଉଛି ଧରିତ୍ରୀ ଦିବସ।   ପରିବେଶର ସୁରକ୍ଷା କରି ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ, ତା’ ଉପରେ ସଚେତନତା ସୃଷ୍ଟି କରିବାକୁ ପାଳନ କରାଯାଉଛି ଧରିତ୍ରୀ ଦିବସ।   ପ୍ରଥମେ ୧୯୭୦ରେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା।   ଦ୍ରୁତ ଗତରି ପ୍ରଦୂଷଣ ଯେମିତି ବଢ଼ିବା ସହିତ ଜଳବାୟୁ ପରିବର୍ତ୍ତନ ହେଉଛି, ଏହାକୁ ରୋକା ନ ଗଲେ ଆମ ଅସ୍ତିତ୍ୱ ପ୍ରତି ସୃଷ୍ଟି ହେବ ବିପଦ।   କାରଣ ପରିବେଶ ସହିତ ସିଧାସଳଖ ଆମର ସ୍ୱାସ୍ଥ୍ୟର ସଂପର୍କ  ଅଛି। […]

copertina

copertina

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 07:49 PM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ଧରିତ୍ରୀ ଦିବସ।   ପରିବେଶର ସୁରକ୍ଷା କରି ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ, ତା’ ଉପରେ ସଚେତନତା ସୃଷ୍ଟି କରିବାକୁ ପାଳନ କରାଯାଉଛି ଧରିତ୍ରୀ ଦିବସ।   ପ୍ରଥମେ ୧୯୭୦ରେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା।   ଦ୍ରୁତ ଗତରି ପ୍ରଦୂଷଣ ଯେମିତି ବଢ଼ିବା ସହିତ ଜଳବାୟୁ ପରିବର୍ତ୍ତନ ହେଉଛି, ଏହାକୁ ରୋକା ନ ଗଲେ ଆମ ଅସ୍ତିତ୍ୱ ପ୍ରତି ସୃଷ୍ଟି ହେବ ବିପଦ।   କାରଣ ପରିବେଶ ସହିତ ସିଧାସଳଖ ଆମର ସ୍ୱାସ୍ଥ୍ୟର ସଂପର୍କ  ଅଛି। ପ୍ରଦୂଷଣର ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି।   ଧରିତ୍ରୀ ଦିବସରେ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆସନ୍ତା ୧୦ରୁ ୧୫ ବର୍ଷ ପରେ ପରିବେଶ ପ୍ରଦୂଷଣ ଯୋଗୁଁ ବର୍ଷକୁ ଅଧିକ ୨ ଲକ୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ  ହୋଇପାରେ ।   ତେଣୁ ଆଜି ଧରିତ୍ରୀ ଦିବସରେ ପୃଥିବୀକୁ ପ୍ରଦୂଷଣରୁ ରକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି।

ଏ ବର୍ଷର ଥିମ୍ ହେଉଛି ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ।  ପ୍ରଦୂଷଣର ଏକ ପ୍ରମୁଖ କାରଣ ହେଉଛି ପ୍ଲାଷ୍ଟିକ।   ଏହା ଜଳ ସ୍ଥଳ ବାୟୁ ସବୁଠି ପ୍ରଦୂଷଣ କରୁଛି।   ତା’ ସହିତ ଏହି ପ୍ଲାଷ୍ଟିକ୍‌ ଶୀଘ୍ର ନଷ୍ଟ ହେଉନାହିଁ ।  ତେଣୁ ପ୍ଲାଷ୍ଟିକ ବ୍ୟବହାର କମ୍ କରିବାକୁ ଦିଆଯାଇଛି ଆହ୍ୱାନ। ଦୈନନ୍ଦିନ  ଜୀବନରେ ଯେତେ କମ୍ ପ୍ଲାଷ୍ଟିକ ବ୍ୟବହାର କରିହେବ ସେତେ ଭଲ । ୧୯୭୦ ମସିହାରେ ହିଁ ପ୍ରଥମେ ଧରିତ୍ରୀ ଦିବସ ପାଳନ କରାଯାଇଥିଲା ।

ଆମେରିକାର ସିନେଟର୍ ଜେରାଲ୍ଡ ନେଲସନ ହିଁ ଏହାର ଆରମ୍ଭ କରିଥିଲେ। ସେହି ଦିନଠାରୁ ପାଳିତ ହୋଇ ଆସୁଛି ଧରିତ୍ରୀ ଦିବସ।   ଏହି ଅଭିଯାନରେ ସାମିଲ ହୋଇଛନ୍ତି ଭାରତ ସହିତ  ବିଶ୍ୱର ୧୯୨ଟି ଦେଶ । ପୃଥିବୀର ସୁରକ୍ଷା ଲାଗି ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍‌ କରି ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos