ହାର୍ଟ ଆଟାକ୍ ବା ହୃଦ୍ଘାତ ଏକ ଗମ୍ଭୀର ରୋଗ। ଆଗରୁ କେବଳ ବୟସାଧିକ ଲୋକଙ୍କୁ ହୃଦ୍ଘାତ ହେଉଥିଲା। କିନ୍ତୁ ଆଜିକାଲି ଖରାପ ଜୀବନଶୈଳୀ ଓ ଅତ୍ୟଧିକ ଚାପଗ୍ରସ୍ତ ଯୋଗୁଁ ଯୁବକମାନେ ମଧ୍ୟ ହୃଦ୍ଘାତର ଶିକାର ହେଉଛନ୍ତି। ଅନେକ ସମୟରେ ହୃଦ୍ଘାତର ଶିକାର ହେଉଥିବା ଲୋକେ ନିଜେ ବି ଜାଣି ପାରନ୍ତି ନାହିଁ ଯେ ସେମାନେ କେତେବେଳେ ହୃଦ୍ରୋଗୀ ହୋଇଗଲେ। କାରଣ ସେମାନେ ହୁଏତ ଏହି ରୋଗର ଲକ୍ଷଣ ସଂପର୍କରେ ଜାଣିପାରନ୍ତି ନାହିଁ। ଅନେକ ଲୋକ ହୃଦ୍ରୋଗର ଲକ୍ଷଣ ସଂପର୍କରେ ଜାଣି ମଧ୍ୟ ଏହାକୁ ଏଡ଼ାଇ ଦିଅନ୍ତି। ଫଳରେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ହୋଇଥାଏ।
ଲକ୍ଷଣ
ହୃଦ୍ଘାତ ରୋଗୀ ଯଦି ଶରୀରରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକୁ ଗମ୍ଭୀରତାର ସହ ନେବେ ତା’ହେଲେ ଏହାକୁ କାବୁ କରାଯାଇପାରିବ। ହୃଦ୍ଘାତର ପ୍ରାୟ ମାସେ ପୂର୍ବରୁ ଛାତିରେ ସାମାନ୍ୟ ଯନ୍ତ୍ରଣା ହୋଇଥାଏ। ନିଶ୍ୱାସ-ପ୍ରଶ୍ୱାସରେ ଅସୁବିଧା ହୁଏ। ରକ୍ତଚାପ କମି ଯାଏ ଅବା ବଢ଼ିଯାଏ। ଅଧିକ ଝାଳ ବାହାରେ। ଶରୀର ଦୁର୍ବଳ ହୋଇଯାଏ ଓ ହାଲିଆ ଲାଗେ। ଅଧିକ ଚାପ ଅନୁଭବ ହୁଏ ଓ ଭୟ ଲାଗେ।
ହୃଦ୍ଘାତ ଯଦି ତାର ଚରମ ସୀମାରେ ପହଞ୍ଚିଯାଏ, ତା’ହେଲେ ଏହି ସ୍ଥିତିରେ ଡାକ୍ତରୀ ଔଷଧ ନେବା ହିଁ ଭଲ। କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କୁ କେବେ ହୃଦଘାତ ହୋଇନାହିଁ ଅବା କୌଣସି ବ୍ୟକ୍ତିଙ୍କ ଶରୀରରେ ହୃଦଘାତର ପୂର୍ବ ଲକ୍ଷଣ ଦେଖା ଦେଖାଯାଉଛି, ସେ ପ୍ରାକୃତିକ ଜିନିଷର ସାହାଯ୍ୟ ନେଇପାରିବେ। ଆଜି ଆମେ ଆପଣଙ୍କୁ ହୃଦଘାତରୁ ବଞ୍ଚିବା ପାଇଁ ଏକ ପ୍ରାକୃତିକ ଉପଚାର ବିଷୟରେ ଜଣାଇବୁ। ହୃଦ୍ଘାତରୁ ବଞ୍ଚିବା ପାଇଁ ଗଜା ଗହମ ଖାଆନ୍ତୁ।
କେମିତି ଖାଇବେ ଗଜା ଗହମ
ପ୍ରଥମେ ଗହମକୁ ୧୦ ମିନିଟ ଯାଏଁ ପାଣିରେ ସିଝାନ୍ତୁ। ବର୍ତ୍ତମାନ ଏହାକୁ ଗଜା ହେବା ପାଇଁ ସଫା କପଡ଼ାରେ ବାନ୍ଧି ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଗହମ ଭଲ ଭାବରେ ଗଜା ହୋଇଯିବ। ଗହମରେ ପାଖାପାଖି ୧ଇଞ୍ଚ ଲମ୍ବର ଗଜା ହୋଇଯିବା ପରେ ପ୍ରତି ଦିନ ସକାଳେ ଖାଲି ପେଟରେ ଏହାକୁ ଆଧା ଗିନା ଖାଆନ୍ତୁ। ମାତ୍ର ୩ ରୁ ୪ ଦିନ ଖାଇଲା ପରେ ଆପଣଙ୍କୁ ନିଜ ଶରୀରରେ ପରିବର୍ତ୍ତନର ଅନୁଭବ ହେବ ଏବଂ ଆପଣଙ୍କ ଜୀବନରେ ହୃଦ୍ଘାତ ହେବାର ଆଶଙ୍କା ବହୁତ କମିଯିବ।
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଗହମକୁ ସିଝାଇ ଦେଲେ ଏଥିରେ ଗଜା କିପରି ହେବ? ତେବେ ଆପଣଙ୍କୁ ଜଣାଇଦେଉଛୁ ଯେ, ସିଝା ହୋଇଥିବା ଗହମକୁ ଯଦି ଗଜା ହେବା ପାଇଁ ରଖାଯାଏ, ତେବେ ସେଥି ମଧ୍ୟରୁ ପ୍ରାୟ ୫ ରୁ ୧୦ ପ୍ରତିଶତ ଗହମରେ ହିଁ ଗଜା ହେବାର କ୍ଷମତା ଥାଏ। ଯେଉଁ ଗହମକୁ ସିଝା ଯିବା ପରେ ମଧ୍ୟ ସେଥିରୁ ଗଜା ବାହାରି ଥାଏ, କେବଳ ସେହି ଗହମ ହିଁ ହାର୍ଟ୍ ଆଟାକ୍ ବା ହୃଦ୍ଘାତରୁ ରକ୍ଷା କରିଥାଏ।