ଖରାଦିନେ ଖାଆନ୍ତୁ ଖରଭୁଜ, ପାଇବେ ଏଇ ସବୁ ଉପକାର

ସାଧାରଣତଃ ଖରାଦିନରେ ଆମ ଶରୀରର ଶୁଷ୍କ ହୋଇଯାଏ। ଶରୀରରେ ଜଳୀୟଅଂଶର ସ୍ତରକୁ ଠିକ୍‌ ରଖିବା ପାଇଁ ପ୍ରଚୁର ପାଣି, ତରଭୁଜ ଓ କାକୁଡ଼ି ଆଦି ଖାଇବାକୁ ପରାମର୍ଶ ଦିଆଯାଏ। ଖରଭୁଜ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ଏଥିରୁ ଶରୀରକୁ ଅଧିକ ଜଳୀୟ ଅଂଶ ମିଳିଥାଏ। ଖରଭୁଜ ଡିହାଇଡ୍ରେସନରୁ ରକ୍ଷା କରିଥାଏ। ଏଥିରେ ମିନେରାଲ୍ସ ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ। କେବଳ ଜଳୀୟ ଅଂଶ ସ୍ତରକୁ ଠିକ୍‌ ରଖେ ନାହିଁ, ଏହା ଆମ ଶରୀରକୁ ବିଭିନ୍ନ […]

77

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 09:59 AM IST

ସାଧାରଣତଃ ଖରାଦିନରେ ଆମ ଶରୀରର ଶୁଷ୍କ ହୋଇଯାଏ। ଶରୀରରେ ଜଳୀୟଅଂଶର ସ୍ତରକୁ ଠିକ୍‌ ରଖିବା ପାଇଁ ପ୍ରଚୁର ପାଣି, ତରଭୁଜ ଓ କାକୁଡ଼ି ଆଦି ଖାଇବାକୁ ପରାମର୍ଶ ଦିଆଯାଏ। ଖରଭୁଜ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ଏଥିରୁ ଶରୀରକୁ ଅଧିକ ଜଳୀୟ ଅଂଶ ମିଳିଥାଏ। ଖରଭୁଜ ଡିହାଇଡ୍ରେସନରୁ ରକ୍ଷା କରିଥାଏ। ଏଥିରେ ମିନେରାଲ୍ସ ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ। କେବଳ ଜଳୀୟ ଅଂଶ ସ୍ତରକୁ ଠିକ୍‌ ରଖେ ନାହିଁ, ଏହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଖରଭୁଜରୁ କ’ଣ ସବୁ ଉପକାର ମିଳେ ଆସନ୍ତୁ ଜାଣିବା।

ଓଜନ କମାଏ; ଖରଭୁଜରେ ବହୁତ କମ୍‌ ଫ୍ୟାଟ୍ ଥାଏ। ତେଣୁ ଏହାକୁ ଖାଇଲେ ଓଜନ ବଢ଼େ ନାହିଁ। ଏଥିରେ କାର୍ବୋହାଇଡ୍ରେଟ୍‌ ମାତ୍ରା ମଧ୍ୟ ବହୁତ ଅଧିକ ଥାଏ। ଏଥିରେ ଥିବା ସୁଗାର ସହଜରେ ଶରୀରରେ ମିଶିଯାଏ। ସେଥିପାଇଁ ଏହା ଶରୀରକୁ ଶକ୍ତି ଦେଇଥାଏ। କିନ୍ତୁ ଶରୀରରେ ଓଜନ ବଢ଼ାଏ ନାହିଁ।

ମଧୁମେହ ରୋଗରୁ ରକ୍ଷା କରିଥାଏ; ଖରଭୁଜରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗମ୍ଭୀର ରୋଗରୁ ରକ୍ଷା କରିଥାଏ। ଏଥିରେ ଥିବା ତତ୍ତ୍ୱ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ। ତେଣୁ ମଧୁମେହ ରୋଗୀ ଏସବୁ ଖାଇଲେ କିଛି କ୍ଷତି ନାହିଁ।

ଆଖିର ଦୃଷ୍ଟିଶକ୍ତି ବଢ଼େ; ଏଥିରେ  ଭିଟାମିନ ‘ଏ’ ଓ ଭିଟାମିନ ‘ସି’  ଭରପୂର ମାତ୍ରାରେ ରହିଥାଏ। ଏହାକୁ ଖାଇଲେ ଆମ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ। ଆଖିର ରେଟିନା ଓ ମାଂସପେଶୀକୁ  ଶକ୍ତିଶାଳୀ କରିଥାଏ।

ଦୃଦଘାତରୁ ରକ୍ଷା କରିଥାଏ; ଖରଭୁଜରୁ ଏଡ଼ିନୋସିନ (Adenosine) ଥାଏ। ଏହା ରକ୍ତକୁ ପତଳା କରିଥାଏ ଓ ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ। ଏହା ଦ୍ୱାରା ଆମ ଶରୀରରେ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇଥାଏ। ଏଥିରେ ଥିବା ପୋଟାସିୟମ ହୃଦଘାତ, Cardiac arrest ଓ ଷ୍ଟ୍ରୋକରୁ ରକ୍ଷା କରିଥାଏ।

Related story