୮ଟି ଆସନରେ ନିର୍ବାଚନ ବାତିଲ

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଭିନ୍ନ ଭିନ୍ନ ୮ଟି ଆସନରେ ନିର୍ବାଚନକୁ ବାତିଲ କରାଯାଇଛି। ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏ ସବୁ ଆସନରେ ଜଣେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ତେଣୁ ନିର୍ବାଚନକୁ ବାତିଲ କରାଯାଇଛି। ତାଙ୍କ ସୂଚନା ଅନୁଯାୟୀ ୪ଟି ୱାର୍ଡ ମେମ୍ବର, ୨ଟି ସରପଞ୍ଚ, ଗୋଟିଏ ସମିତି ସଭ୍ୟ ଓ ଏକ […]

election

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 02:51 PM IST

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଭିନ୍ନ ଭିନ୍ନ ୮ଟି ଆସନରେ ନିର୍ବାଚନକୁ ବାତିଲ କରାଯାଇଛି। ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇଛନ୍ତି।

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏ ସବୁ ଆସନରେ ଜଣେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ତେଣୁ ନିର୍ବାଚନକୁ ବାତିଲ କରାଯାଇଛି।

ତାଙ୍କ ସୂଚନା ଅନୁଯାୟୀ ୪ଟି ୱାର୍ଡ ମେମ୍ବର, ୨ଟି ସରପଞ୍ଚ, ଗୋଟିଏ ସମିତି ସଭ୍ୟ ଓ ଏକ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ବାତିଲ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ର ବଡ଼ବାମ୍ବଆ ପଞ୍ଚାୟତ ଓ କେନ୍ଦୁଝର ଜିଲ୍ଲା ଟୁକୁଡ଼ିହା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନିର୍ବାଚନ ବାତିଲ କରାଯାଇଛି। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ର ୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପାଇଁ ହେବାକୁ ଥିବା ନିର୍ବାଚନକୁ ବାତିଲ କରି ଦିଆଯାଇଛି। ସେହିପରି ବାଲେଶ୍ୱର କ୍ଷୀରକୋଣାର ୨ ନମ୍ବର ୱାର୍ଡ ମେମ୍ବର, ଭଦ୍ରକ ଧୁଷୁରୀର ୯ ନମ୍ବର ୱାର୍ଡ ମେମ୍ବର, କଟକ ଜିଲ୍ଲା ନିଆଳିର ବଗଲଗଡ଼ର ୨୧ ନମ୍ବର ୱାର୍ଡ ମେମ୍ବର ଓ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାର ବାମୁଣିର ୮ ନମ୍ବର ୱାର୍ଡ ମେମ୍ବର ଆସନ ପାଇଁ ନିର୍ବାଚନକୁ ବାତିଲ କରାଯାଇଛି। ଜଗତସିଂହପୁର ବାଲିକୁଦା ବ୍ଲକ୍ ବଡ଼ଗାଁର ସମିତି ସଭ୍ୟ ଆସନ ପାଇଁ ନିର୍ବାଚନ ବାତିଲ କରାଯାଇଛି।

ପରବର୍ତ୍ତୀ ସମୟରେ ଏ ସବୁ ସ୍ଥାନରେ ସାନି ନିର୍ବାଚନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି।

Related story