ଏନ୍‌ସେଫାଲାଇଟିସ୍‌ ମୃତ୍ୟୁସଂଖ୍ୟା ୧୧୭କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୭ରେ ପହଞ୍ଚିଛି। ମୃତ ଶିଶୁପୁତ୍ର ଜଣଙ୍କ ହେଲେ ପଡ଼ିଆ ବ୍ଲକ ବତନୀଗୁଡ଼ାର ଡାନିଏଲ ମାଡ଼କାମୀ (୪)। ଗତକାଲି କୋରକୋଣ୍ଡା ବ୍ଲକ ଟିକିରାଜକୋଣ୍ଡା ଗାଁର କଷି ମାଡକାମୀ (ଅଢ଼େଇ ବର୍ଷ)ଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିଲା। ସେହିପରି ଜିଲ୍ଲା […]

malkangiri1-1

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 10:07 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୭ରେ ପହଞ୍ଚିଛି। ମୃତ ଶିଶୁପୁତ୍ର ଜଣଙ୍କ ହେଲେ ପଡ଼ିଆ ବ୍ଲକ ବତନୀଗୁଡ଼ାର ଡାନିଏଲ ମାଡ଼କାମୀ (୪)।

ଗତକାଲି କୋରକୋଣ୍ଡା ବ୍ଲକ ଟିକିରାଜକୋଣ୍ଡା ଗାଁର କଷି ମାଡକାମୀ (ଅଢ଼େଇ ବର୍ଷ)ଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିଲା।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା କମଳାପଦର ଗାଁର ସୁରେଶ ମାଡକାମୀଙ୍କ ଗତ ୨୧ ତାରିଖରେ ମୃତ୍ୟୁ ଘଟିଥିଲା।

Related story