ନୂଆଦିଲ୍ଲୀ: ପୋକର ଦାମ୍ ୨୬ରୁ ୩୦ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟ ହୋଇଗଲେ କି? ଆମ ଦେଶରେ ଏମିତି ପୋକ ମିଳୁଛି ଯାହାକୁ ଲୋକେ ଖାଇଥାନ୍ତି। ସେଥିପାଇଁ ଯେତେ ମହଙ୍ଗା ହେଲେ ମଧ୍ୟ ଲୋକେ କିଣିବାକୁ ପଛାଇନଥାନ୍ତି। କେବଳ ଆମ ଦେଶରେ ନୁହେଁ ବରଂ ବିଦେଶୀ ମାନେ ମଧ୍ୟ ଭାରତରୁ ଅଧିକ ଦାମ ଦେଇ ପୋକକୁ କିଣିଥାନ୍ତି।
ହିମାଳୟର ପାହାଡି ଅଞ୍ଚଳରେ ୨ ଇଞ୍ଚର ପୋକ ଦେଖାଯାଇଥାଏ। ଏମାନଙ୍କ ଶରୀରର ଅଧା ଅଂଶ ଚାରା ଭଳି ଥାଏ। ତେଣୁ ଅନେକ ଏହାକୁ ଚାରା ବୋଲି ମଧ୍ୟ ଭାବିଥାନ୍ତି। ଏହି ପୋକକୁ ସଂଗ୍ରହ କରିବାକୁ ଲୋକେ ବହୁ ସମୟ ଜଙ୍ଗଲରେ ବୁଲି ଖୋଜିଥାନ୍ତି।
ଏହି ପୋକରୁ ନିଆରା ଔଷଧ ପ୍ରସ୍ତୁତ ହୋଇଥାଏ। ଶାରୀରିକ କ୍ଷମତା ବୃଦ୍ଧି କରିବାରେ ଏହି ପୋକ ସାହାଯ୍ୟ କରିଥାଏ। ଭାଏଗ୍ରା ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଏହି ପୋକର ନାମ ୟାଶାଗୁମ୍ୱା। ଏହି ପୋକ ମରିବା ପରେ ତାହାକୁ ଶୁଖାଇ ପାଉଡର ପ୍ରସ୍ତୁତ କରାଯାଏ। ସେହି ପାଉଡର ଶାରୀରିକ କ୍ଷମତା ବଢାଇବା ସହ ସେକ୍ସ ପାୱାର ମଧ୍ୟ ବଢାଏ। ଏହି ପୋକର କିଲୋ ପ୍ରତି ମୂଲ୍ୟ୨୬ରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଛୁଇଁଥାଏ କାରଣ ଏହା ସହଜରେ ମିଳେନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।