ଭାରତୀୟ ସେନା। ଏହି ନାଁଟିର ମହତ୍ୱ ହିଁ ଯଥେଷ୍ଟ। ଯାହାଙ୍କ ପ୍ରତି ସବୁ ଭାରତୀୟଙ୍କ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଅଜାଡ଼ିଯାଏ। କାରଣ ଭାରତୀୟ ସେନାର ପରାକ୍ରମ, ଶକ୍ତି ଏବଂ ସାମର୍ଥ୍ୟ ବିଶ୍ୱରେ ଅନନ୍ୟ। ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ଏହି ଭାରତୀୟ ସେନା ସମ୍ପର୍କରେ ରହିଛି ଅନେକ ରୋଚକ ତଥ୍ୟ। ଯାହାକୁ ଜାଣିଲେ ଆପଣଙ୍କୁ ଆହୁରି ଗର୍ବିତ କରିଦେବ।
୧-୧୭୭୬ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତୀୟ ସେନା(ଇଣ୍ଡିଆନ ଆର୍ମି)ର ସଂସ୍ଥାପନ କରିଥିଲା।
୨-ବିଶ୍ୱର ସର୍ବବୃହତ ଯୁଦ୍ଧ କ୍ଷେତ୍ର ସିଆଚେନ୍ ଗ୍ଲେସିଅର ଭାରତ ନିୟନ୍ତ୍ରଣରେ ରହିଛି। ଯାହା ସମୁଦ୍ରପୃଷ୍ଠରୁ ୫୦୦୦ ମିଟର ଊର୍ଦ୍ଧ୍ୱରେ ଅବସ୍ଥିତ।
୩-ଭାରତ ପାଖରେ ସବୁଠୁ ବୃହତ ସ୍ଥଳ ସେନା ରହିଛି। ଏହି କାରଣରୁ ବିଶ୍ୱରେ ଭାରତୀୟ ସେନାକୁ ଲୌହ ଭାବରେ ବିବେଚିତ କରାଯାଏ।
୪- ବିଶ୍ୱରେ ୩ଟି ଦେଶ ପାଖରେ ଅଶ୍ୱାରୋହୀ ସେନା ଅଛି। ଆପଣ ଜାଣି ଖୁସି ହେବେ ସେଥିରେ ଭାରତ ବି ସାମିଲ ରହିଛି।
୫-ଅସାମ ରାଇଫଲ ଭାରତର ସବୁଠାରୁ ପୁରୁଣା ଅର୍ଦ୍ଧ ସାମରିକ ବଳ(ପାରା ମିଲିଟାରୀ ଫୋର୍ସ)। ୧୮୩୫ରେ ଏହା ଗଠନ ହୋଇଥିଲା।
୬-ଦୁନିଆର ସବୁଠୁ ଉଚ୍ଚ ସ୍ଥାନରେ ଭାରତୀୟ ସେନା ବେଲି ବ୍ରିଜ୍ ନିର୍ମାଣ କରିଛି। ଯାହା ଲଦାଖର ଦ୍ରାସ୍ ଏବଂ ସୁର ନଦୀକୁ ସଂଯୋଗ କରୁଛି।
୭-ଜଙ୍ଗଲରେ ଯୁଦ୍ଧ ପାଇଁ ଭାରତୀୟ ସେନାକୁ ବିଶ୍ୱର ସବୁଠୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ଭାରତୀୟ ସେନାର ଏହି ଦକ୍ଷତା ଏବଂ ଏହାର କଳାକୌଶଳ ଜାଣିବା ପାଇଁ ଆମେରିକା, ଋଷ ଏବଂ ବ୍ରିଟେନ ଭଳି ଭାରତକୁ ତାଲିମ ପାଇଁ ଆସନ୍ତି।
୮-୧୯୭୦ ଏବଂ ୧୯୯୦ ମସିହାରେ ଭାରତ ପରମାଣୁ ପରୀକ୍ଷା କରିଥିଲା ଏ ବାବଦରେ ଦୁନିଆର ସବୁଠୁ ବଡ଼ ଗୋଇନ୍ଦା ସଂସ୍ଥା ଆମେରିକାର ସିଆଇଏକୁ ବି ଜଣା ନଥିଲା। ସିଆଇଏର ଏହା ସବୁଠୁ ବଡ଼ ବିଫଳତା ବୋଲି ଜଣାଯାଏ।
୯-ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ‘ଲୋଙ୍ଗେୱାଲା’ ଯୁଦ୍ଧରେ କେବଳ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ସରକାରୀ ରେକର୍ଡ଼ ରହିଛି। ଏହି ‘ଲୋଙ୍ଗେୱାଲା’ ଯୁଦ୍ଧକୁ ନେଇ ବଲିଉଡ୍ ଚଳଚ୍ଚିତ୍ର ବୋର୍ଡ଼ର ନିର୍ମାଣ ହୋଇଛି।
୧୦-୨୦୧୩ରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ସବୁଠୁ ବଡ଼ ଅପରେଶନ ବୋଲି କୁହାଯାଏ। ୨୦୧୩ ଜୁନ୍ ୧୭ରେ ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଲୋକଙ୍କୁ ଉଦ୍ଧାର ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ୨୦,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।