ବିଷ ପିଇ ଜୀବନ ହାରିଲେ ଯୁବ ଚାଷୀ!

ଭଦ୍ରକ(ଓଡ଼ିଶା ରିପୋର୍ଟର): ଚାଷ ପାଇଁ ଋଣ କରିଥିଲେ। ଦଇବ ଦାଉ ସାଧିଲା। ବର୍ଷା ହେଲାନାହିଁ। ଋଣୁ ସୁଝିବା ଚିନ୍ତାରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବାସୁଦେବପୁର ବ୍ଲକ ରହିମପୁର ଗାଁର ଯୁବଚାଷୀ ସୋମେନ୍ଦ୍ର ମହାନ୍ତି ଚଳିତ ବର୍ଷ ଚାଷ ପାଇଁ ସୋସାଇଟ୍‌ରୁ ୭୦,୦୦୦ ଟଙ୍କା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ ୪୦,୦୦୦ ଟଙ୍କା ଋଣ ନେଇଥିଲେ। ଚାଷ ମଧ୍ୟ କରିଥିଲେ। ହେଲେ ବର୍ଷା ନହେବାରୁ ଚାଷ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 05:41 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଚାଷ ପାଇଁ ଋଣ କରିଥିଲେ। ଦଇବ ଦାଉ ସାଧିଲା। ବର୍ଷା ହେଲାନାହିଁ। ଋଣୁ ସୁଝିବା ଚିନ୍ତାରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ।

ବାସୁଦେବପୁର ବ୍ଲକ ରହିମପୁର ଗାଁର ଯୁବଚାଷୀ ସୋମେନ୍ଦ୍ର ମହାନ୍ତି ଚଳିତ ବର୍ଷ ଚାଷ ପାଇଁ ସୋସାଇଟ୍‌ରୁ ୭୦,୦୦୦ ଟଙ୍କା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ ୪୦,୦୦୦ ଟଙ୍କା ଋଣ ନେଇଥିଲେ। ଚାଷ ମଧ୍ୟ କରିଥିଲେ। ହେଲେ ବର୍ଷା ନହେବାରୁ ଚାଷ ନଷ୍ଟ ହୋଇଗଲା। ଏପରିସ୍ଥଳେ ପରିବାର ପୋଷିବା ଓ ଋଣ ସୁଝିବା ନେଇ ଚାନ୍ତାରେ ପଡ଼ି ଯାଇଥିଲେ। ଆଜି ସକାଳେ ସେ (ସୋମେନ୍ଦ୍ର) ବିଲରେ ବିଷ ପିଇଦେଇଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଜାଣି ତାଙ୍କୁ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫସଲ ନଷ୍ଟ ଓ ଋଣ ଭାର ଯୋଗୁଁ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ଚାଷୀଙ୍କ ଅବସ୍ଥା ଦୟନୀୟ ହୋଇଯାଇଛି। ଯାହାଦ୍ୱାରା ସେମାନେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି।

Related story