୧ ଫେବ୍ରୁଆରୀ, ଗୁରୁବାର: ଜାଣନ୍ତୁ କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ କୌଣସି ବାଧା ନାହିଁ

ମେଷ: ସବୁ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। କାହା ସହିତ ଯେପରି ଯୁକ୍ତିତର୍କ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ବିଗିଡ଼ି ଯାଇପାରେ। ସମ୍ଭବ ହେଲେ ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୁଅନ୍ତୁ। ବୃଷ: ଯୋଜନା ଅନୁଯାୟୀ କାର୍ଯ୍ୟ ସଂପନ୍ନ ହେବ। ଭାଇ-ଭଉଣୀଙ୍କଠାରୁ କିଛି ଉପହାର ପାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ମନ ଭଲ ରହିବ ନାହିଁ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ବିଦ୍ୟାର୍ଥୀମାନଙ୍କର ପଢ଼ାପଢ଼ିରେ ମନ ଲାଗିବ ନାହିଁ। […]

zodaic

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 07:38 AM IST

ମେଷ: ସବୁ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। କାହା ସହିତ ଯେପରି ଯୁକ୍ତିତର୍କ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ବିଗିଡ଼ି ଯାଇପାରେ। ସମ୍ଭବ ହେଲେ ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୁଅନ୍ତୁ।

ବୃଷ: ଯୋଜନା ଅନୁଯାୟୀ କାର୍ଯ୍ୟ ସଂପନ୍ନ ହେବ। ଭାଇ-ଭଉଣୀଙ୍କଠାରୁ କିଛି ଉପହାର ପାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ମନ ଭଲ ରହିବ ନାହିଁ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ବିଦ୍ୟାର୍ଥୀମାନଙ୍କର ପଢ଼ାପଢ଼ିରେ ମନ ଲାଗିବ ନାହିଁ।

କର୍କଟ: କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ଖୁସି ରହିବେ। ମଧ୍ୟାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଟିକେ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।

ସିଂହ: ଆଜି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ। ଧନ ଖର୍ଚ୍ଚ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ପ୍ରସଙ୍ଗରେ ଭୁଲ୍ ଧାରଣା ଦୂର ହେବ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଭଲ ରହିଛି। ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ କୌଣସି ବାଧା ନାହିଁ।

ତୁଳା: ପରିବାରରେ ଆନନ୍ଦର ବାତାବରଣ ରହିବ। ସୁସ୍ୱାଦୁ ଭୋଜନ ଖାଇବେ। ଘରର ସାଜସଜ୍ଜାରେ ପରିବର୍ତ୍ତନ କରିବାକୁ ମନ ବଳାଇବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ବିଛା: ଭାଗ୍ୟବୃଦ୍ଧି ହୋଇପାରେ। ବିଦେଶରୁ ଶୁଭ ସମାଚାର ପାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ଯୋଗ ରହିଛି।

ଧନୁ: ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନକାରାତ୍ମକ ଚିନ୍ତା ମନକୁ କବଳିତ କରିପାରେ। ଅର୍ଥ ଚିନ୍ତା ଘାରିବ।

ମକର: ଦିନଟି ମୋଟାମୋଟି ଭଲରେ କଟିବ। ମଧ୍ୟାହ୍ନ ପରେ ଟିକେ ଚିନ୍ତିତ ରହିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି ଅନୈତିକ କାର୍ଯ୍ୟ କରନ୍ତୁ ନାହିଁ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। କାହା ସହିତ ଯୁକ୍ତିତର୍କ ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ।

ମୀନ: ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୋଇପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସକାରାତ୍ମକ ହୁଅନ୍ତୁ।

Related story