ମେଥି ଶାଗ ଖାଉଛନ୍ତି ନା ନାହିଁ? ଜାଣନ୍ତୁ କେଉଁ ରୋଗୀମାନେ ଏହାକୁ ନିଶ୍ଚିତ ଖାଇବା ଉଚିତ  

ଏବେ ଚାଲିଛି ଶୀତ ଋତୁ। ବଜାରରେ ଭଳି କି ଭଳି ସବୁଜ ପରିବା ମିଳୁଛି। ସେହିପରି କୋଶଳା, ପାଳଙ୍ଗ ଓ ମେଥି ଭଳି ବିଭିନ୍ନ ପ୍ରକାରର ଶାଗ ମିଳୁଛି। ଆପଣମାନେ ପନିପରିବାର ସହିତ ଶାଗ ବି ଖାଉଥିବେ ନିଶ୍ଚୟ। କୋଶଳା ଓ ପାଳଙ୍ଗ ଶାଗ ତ ପ୍ରାୟ ସମସ୍ତଙ୍କର ପସନ୍ଦ। ତେବେ ଆପଣମାନେ ମେଥି ଶାଗ ଖାଉଛନ୍ତି ନା ନାହିଁ? ଏହା ଆମ ଶରୀର ପାଇଁ ବହୁତ ଉପକାରୀ। ମେଥି ଶାଗ ଟିକେ ପିତା ଲାଗେ, କିନ୍ତୁ […]

methi

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 08:54 AM IST

ଏବେ ଚାଲିଛି ଶୀତ ଋତୁ। ବଜାରରେ ଭଳି କି ଭଳି ସବୁଜ ପରିବା ମିଳୁଛି। ସେହିପରି କୋଶଳା, ପାଳଙ୍ଗ ଓ ମେଥି ଭଳି ବିଭିନ୍ନ ପ୍ରକାରର ଶାଗ ମିଳୁଛି। ଆପଣମାନେ ପନିପରିବାର ସହିତ ଶାଗ ବି ଖାଉଥିବେ ନିଶ୍ଚୟ। କୋଶଳା ଓ ପାଳଙ୍ଗ ଶାଗ ତ ପ୍ରାୟ ସମସ୍ତଙ୍କର ପସନ୍ଦ। ତେବେ ଆପଣମାନେ ମେଥି ଶାଗ ଖାଉଛନ୍ତି ନା ନାହିଁ? ଏହା ଆମ ଶରୀର ପାଇଁ ବହୁତ ଉପକାରୀ। ମେଥି ଶାଗ ଟିକେ ପିତା ଲାଗେ, କିନ୍ତୁ ଶରୀର ପାଇଁ ବଡ଼ ଉପକାରୀ। ମେଥି ପତ୍ରରେ ଆଇରନ୍‌, କ୍ୟାଲ୍‌ସିୟମ, ଫସଫରସ, ପ୍ରୋଟିନ୍ ଓ ଭିଟାମିନ୍-କେ ପ୍ରଚୁର ମାତ୍ରାରେ ରହିଛି। ପେଟ ପାଇଁ ମେଥି ଶାଗ ବହୁତ ଭଲ। ମେଥି ଶାଗ ଭଳି ଏହାର ମଞ୍ଜି ମଧ୍ୟ ଖୁବ୍ ଉପକାରୀ। ତା’ହେଲେ ଆସନ୍ତୁ ଜାଣିବା ମେଥିରୁ ଶରୀରକୁ କେଉଁ ସବୁ ଲାଭ ମିଳେ।

- ଉଚ୍ଚ ରକ୍ତଚାପ, ଡାଇବେଟିସ୍‌ ରୋଗୀମାନେ ମେଥିର ମଞ୍ଜିକୁ ଗୁଣ୍ଡ କରି ଖାଇଲେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

- ମେଥିରେ ଥିବା ପାଚକ ଏନ୍‌ଜାଇମ୍ ଅଗ୍ନାଶୟକୁ ଅଧିକ କ୍ରିୟାଶୀଳ କରେ। ଏହାଦ୍ୱାରା ପାଚନ କ୍ରିୟାକୁ ଭାରି ସରଳ କରି ଦିଏ।

- ମେଥି ଶାଗ ରକ୍ତରେ ଶର୍କରା ଅଂଶକୁ କମ୍‌ କରେ। ତେଣୁ ଡାଇବେଟିସ୍ ରୋଗୀ ଏହାକୁ ଖାଇବା ଉଚିତ।

- ପ୍ରତିଦିନ କିଛି ମେଥି ଦାନା ଖାଇଲେ ମସ୍ତିଷ୍କ ଅଧିକ କ୍ରିୟାଶୀଳ ହୁଏ।

Related story