ଜାଣିଛନ୍ତି କେଉଁ ଦୁଇ ଜଣଙ୍କ ପାଇଁ ମଜଭୁତ ହୋଇଛି ବିରାଟଙ୍କ ବ୍ୟାଟିଂ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟର ଏବେ ଚମକୁଛି। ସେ ସୁନ୍ଦର ଭାବେ ଦଳର ନେତୃତ୍ୱ ନେବା ସହ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ସେ ଏହାର ଶ୍ରେୟ ଆଉ ଦୁଇ ଜଣଙ୍କୁ ଦେଇଛନ୍ତି। ଗତକାଲି ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍ ମ୍ୟାଚ୍‌ରେ ବାଲାଂଦେଶକୁ ହରାଇବା ପରେ ନିଜ ସଂପର୍କରେ ଏହି ରାଜ୍ ଖୋଲିଥିଲେ। ସେ କହିଥିଲେ,“ବର୍ଷେ ଦୁଇ ବର୍ଷ ହେଲାଣି ମୋ ବ୍ୟାଟିଂ ବହୁତ […]

raghu

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 01:13 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟର ଏବେ ଚମକୁଛି। ସେ ସୁନ୍ଦର ଭାବେ ଦଳର ନେତୃତ୍ୱ ନେବା ସହ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ସେ ଏହାର ଶ୍ରେୟ ଆଉ ଦୁଇ ଜଣଙ୍କୁ ଦେଇଛନ୍ତି। ଗତକାଲି ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍ ମ୍ୟାଚ୍‌ରେ ବାଲାଂଦେଶକୁ ହରାଇବା ପରେ ନିଜ ସଂପର୍କରେ ଏହି ରାଜ୍ ଖୋଲିଥିଲେ। ସେ କହିଥିଲେ,“ବର୍ଷେ ଦୁଇ ବର୍ଷ ହେଲାଣି ମୋ ବ୍ୟାଟିଂ ବହୁତ ମଜଭୁତ ହୋଇଛି। ଏହା ପଛରେ ଦୁଇ ଜଣଙ୍କ ବଡ଼ ହାତ ରହିଛି।”

ଏହି ଦୁଇ ଜଣ ହେଉଛନ୍ତି ସଞ୍ଜୟ ବାଙ୍ଗର ଓ ରଘୁ। ସଞ୍ଜୟ ବାଙ୍ଗରଙ୍କୁ ସମସ୍ତେ ଜାଣିଛନ୍ତି। ସେ ହେଉଛନ୍ତି ପୂର୍ବତନ କ୍ରିକେଟର ତଥା ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍। ତେବେ ଏ ରଘୁଙ୍କୁ କେହି ଜାଣି ନ ଥିବେ ଅବା ବହୁତ କମ୍ ଲୋକ ଜାଣିଥିବେ। ତାଙ୍କୁ ହିଁ କୋହଲି ଦେଇଛନ୍ତି ଅଧିକ ଶ୍ରେୟ। ସେ କହିଛନ୍ତି ଯେ ରଘୁ ୧୪୦ କି.ମି ବେଗରେ ବଲ୍ ପକାଇ ପକାଇ ତାଙ୍କ ବ୍ୟାଟିଂକୁ ମଜଭୁତ କରି ଦେଇଛନ୍ତି। ରଘୁଙ୍କୁ ଏକ ବିଶେଷ ଉଦ୍ଦେଶ୍ୟରେ ଟିମ୍ ଇଣ୍ଡିଆ ସହିତ ରଖାଯାଇଛି। ସେ ପ୍ରାକ୍ଟିସ୍ ବେଳେ ଥ୍ରୋ ଡାଉନ୍ (ନେଟ୍ସରେ ବ୍ୟାଟ୍ସମ୍ୟାନଙ୍କୁ ବଲ୍ ପକାଇବା କାମ)ର ଦାୟିତ୍ୱ ନିଅନ୍ତି। ସେ ଘଣ୍ଟା ଘଣ୍ଟା ଧରି ବୋଲିଂ କରି ବ୍ୟାଟ୍ସମ୍ୟାନଙ୍କୁ ଅଭ୍ୟାସ କରାନ୍ତି। କୋହଲିଙ୍କ ବ୍ୟତୀତ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ସେ ବଲ୍ ପକାଇଛନ୍ତି।

ରଘୁ ବି କ୍ରିକେଟର ହେବାକୁ ଚାହୁଁ ଥିଲେ। ତେବେ କ୍ଲବ ତରଫରୁ ଖେଳିବା ବେଳେ ତାଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ଘରକୁ ଫେରି ଯାଇ ସେ ଏକ ଅନୁଷ୍ଠାନ ସହିତ ଯୋଡ଼ି ହୋଇଗଲେ। ପରେ ରଣଜୀ ଟିମ୍‌ରେ ଥ୍ରୋ ଡାଉନ୍ ଆସିଷ୍ଟାଣ୍ଟ ବନି ଗଲେ। ତା’ପରଠାରୁ ତାଙ୍କ ଭାଗ୍ୟ ଚମକିବା ଆରମ୍ଭ କଲା। ୨୦୦୮ରେ ତାଙ୍କୁ ନ୍ୟାସ୍‌ନାଲ୍ କ୍ରିକେଟ୍ ଏକାଡେମୀରେ ଚାକିରି ମିଳିଲା। ଏହା ପରେ ଟିମ୍ ଣ୍ଡିଆ ସହ ଯୋଡ଼ି ହୋଇଗଲେ।

Related story