ଜଷ୍ଟିସ୍ କୁଦ୍ଦୁସିଙ୍କ ସମେତ ୬ ଜଣ ୪ ଦିନିଆ ରିମାଣ୍ଡରେ ଗଲେ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଡିକାଲ୍ କଲେଜ ନାଁ ଲେଖା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ.ଏମ୍. କୁଦ୍ଦୁସିଙ୍କ ସମେତ ୬ ଜଣଙ୍କୁ ଆଜି ନୂଆଦିଲ୍ଲୀ ସ୍ଥିତ ତିସ୍‌ହଜାରୀ କୋର୍ଟରେ ହାଜର କରାଯାଇଥିଲା। ପରେ ସିବିଆଇ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ମେଡିକାଲ୍ କଲେଜ ନାଁ ଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ୍ କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 08:32 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଡିକାଲ୍ କଲେଜ ନାଁ ଲେଖା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ.ଏମ୍. କୁଦ୍ଦୁସିଙ୍କ ସମେତ ୬ ଜଣଙ୍କୁ ଆଜି ନୂଆଦିଲ୍ଲୀ ସ୍ଥିତ ତିସ୍‌ହଜାରୀ କୋର୍ଟରେ ହାଜର କରାଯାଇଥିଲା। ପରେ ସିବିଆଇ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିଥିଲା।

ମେଡିକାଲ୍ କଲେଜ ନାଁ ଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ୍ କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ ସ୍ଥିତ ଘରୁ ସିବିଆଇ ଗିରଫ କରିଥିଲା। ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୫ ଜଣ ହେଲେ ଘରୋଇ ମେଡିକାଲ୍ କଲେଜ ମାଲିକ ବିପି ଯାଦବ ଓ ପଳାସ ଯାବଦ, ଭାବନା ପାଣ୍ଡେ, ହାଓ୍ୱଲା ଅପରେଟର ରାମଦେବ ସାରସ୍ୱତ ଏବଂ ମାମଲାରେ ମଧ୍ୟସ୍ଥି ସାଜିଥିବା ବିଶ୍ୱନାଥ ଅଗ୍ରଓ୍ୱାଲ। ବିଶ୍ୱନାଥଙ୍କ ଘର ଭୁବନେଶ୍ୱର କାନନ ବିହାର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗକତାଲି ସିବିଆଇ ଜଷ୍ଟିସ୍ କୁଦ୍ଦୁସିଙ୍କ ଦିଲ୍ଲୀ ଘର ସମେତ ଲକ୍ଷ୍ନୌ ଓ ଭୁବନେଶ୍ୱରର ୮ଟି ସ୍ଥାନରେ ରେଡ୍ କରିଥିଲା। ଚଢ଼ାଉ ବେଳେ ମଧ୍ୟସ୍ଥି ବିଶ୍ୱନାଥ ଅଗ୍ରଓ୍ୱାଲଙ୍କ ନିକଟରୁ ୧ କୋଟି ଓ ଅନ୍ୟସ୍ଥାନରୁ ୯୧ ଲକ୍ଷ ଟଙ୍କା ଜବତ କରିଥିଲା। ସିବିଆଇ ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

Related story