ଲୁଟ୍ ପାଇଁ ସାଙ୍ଗର ମା’କୁ ହତ୍ୟା ମାମଲାରେ ଆଉ ୪ ଗିରଫ

ଜୟପୁର: ବିରାଜିନୀ ଖଣ୍ଡୁଆଳ ହତ୍ୟା ମାମଲାରେ ପୋଲିସ୍ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ  ୬୪ ଗ୍ରାମ ସୁନା ଗହଣା ଜବତ କରାଯାଇଛି। ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ମହାନ୍ତିକୁ ପୋଲିସ୍ ଗିରଫ କରିଥିଲା। ଆଦିତ୍ୟ ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ବିରାଜିନୀ ଖଣ୍ଡୁଆଳଙ୍କ ପୁଅର ସାଙ୍ଗ। ଟଙ୍କା ଲୁଟ୍ କରିବା ପାଇଁ ସେ ବିରାଜିନୀଙ୍କୁ ହତ୍ୟା କରିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ସୋମବାର ଗିରଫ ହୋଇଥିବା ଏହି ଚାରି […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 12:24 AM IST

ଜୟପୁର: ବିରାଜିନୀ ଖଣ୍ଡୁଆଳ ହତ୍ୟା ମାମଲାରେ ପୋଲିସ୍ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ  ୬୪ ଗ୍ରାମ ସୁନା ଗହଣା ଜବତ କରାଯାଇଛି। ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ମହାନ୍ତିକୁ ପୋଲିସ୍ ଗିରଫ କରିଥିଲା। ଆଦିତ୍ୟ ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ବିରାଜିନୀ ଖଣ୍ଡୁଆଳଙ୍କ ପୁଅର ସାଙ୍ଗ। ଟଙ୍କା ଲୁଟ୍ କରିବା ପାଇଁ ସେ ବିରାଜିନୀଙ୍କୁ ହତ୍ୟା କରିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

ସୋମବାର ଗିରଫ ହୋଇଥିବା ଏହି ଚାରି ଅଭିଯୁକ୍ତ ହେଉଛନ୍ତି ଶିବ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ବନବାସୀ ରାଉଳ ଓ ବି. ଭେଙ୍କଟ ରାଓ। ପୋଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ ବିରାଜିନୀଙ୍କୁ ହତ୍ୟା କରିବା ପରେ ଆଦିତ୍ୟ ସୁନା ଗହଣା ଲୁଟି ନେଇଥିଲା। ସେଇ ସୁନା ଗହଣା ବିକ୍ରି କରିବା ପାଇଁ ସେ ଶିବ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଜଣାଇଥିଲା। ପ୍ରଶାନ୍ତ ପ୍ରଧାନ ଏନେଇ ତା ଭିଣୋଇ ବନବାସୀ ରାଉତ ସହ କଥାବାର୍ତ୍ତା କରିଥିଲା। ବନବାସୀ କୋରାପୁଟର ଗହଣା ବ୍ୟବସାୟୀ ବି. ଭେଙ୍କଟ ରାଓ ସହ ଯୋଗାଯୋଗ କରିଥିଲା। ଭେଙ୍କଟ ରାଓକୁ ବନବାସୀ ୩୮ ଗ୍ରାମ ସୁନା ଗହଣା ବିକି ଥିବା ବେଳେ ନିଜ ପାଖରେ ୨୬ ଗ୍ରାମ ରଖିଥିଲା। ଉଭୟଙ୍କଠାରୁ ଏହି ସୁନା ଗହଣା ଜବତ କରାଯାଇଛି।

ଗତ ୧୭ ତାରିଖରେ ଜୟପୁର ଇରିଗେସନ୍‌ କଲୋନୀରେ ଏହି ହତ୍ୟାକାଣ୍ଡ ହୋଇଥିଲା। ବିରାଜିନୀଙ୍କ ସ୍ୱାମୀ ଓ ପୁଅ ଘରେ ନ ଥିବା ବେଳେ ଆଦିତ୍ୟ ତାଙ୍କ ଘରକୁ ଆସିଥିଲା।  କିଛି ସମୟ କଥାବାର୍ତ୍ତା ପରେ ସେ ବିରାଜିନୀଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା।

Related story