ମାଓବାଦୀଙ୍କ କବଳରୁ ମୁକୁଳିଲେ ୪ ଯୁବକ

ରାୟଗଡ଼ (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ବଡଡେଙ୍ଗୁଣି ଗାଁରୁ ଅପହରଣ ହୋଇଥିବା ୪ ଯୁବକଙ୍କୁ ମାଓବାଦୀମାନେ ଛାଡି ଦେଇଛନ୍ତି। ଏନେଇ ନେଇ ବିଷମ କଟକ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଏମାନଙ୍କୁ ଅପହରଣ କରାଯାଇଥିଲା। ଗତ ରବିବାର ରାତିରେ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସି ବଳି କରକରିଆ, ଟେଲା କରିକରିଆ, ନେପାଳ ଟାକ୍ରି ଓ ହର ଟାକ୍ରିଙ୍କୁ ଅପହରଣ କରି ନେଇଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର […]

naxal-Maoists-AFP

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 03:31 PM IST

ରାୟଗଡ଼ (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ବଡଡେଙ୍ଗୁଣି ଗାଁରୁ ଅପହରଣ ହୋଇଥିବା ୪ ଯୁବକଙ୍କୁ ମାଓବାଦୀମାନେ ଛାଡି ଦେଇଛନ୍ତି। ଏନେଇ ନେଇ ବିଷମ କଟକ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଏମାନଙ୍କୁ ଅପହରଣ କରାଯାଇଥିଲା।

ଗତ ରବିବାର ରାତିରେ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସି ବଳି କରକରିଆ, ଟେଲା କରିକରିଆ, ନେପାଳ ଟାକ୍ରି ଓ ହର ଟାକ୍ରିଙ୍କୁ ଅପହରଣ କରି ନେଇଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।

Related story