ନିୟମିତ ହେବେ ଗଣଶିକ୍ଷକ

ଭୁବନେଶ୍ୱର: ଗଣଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ହୋଇଥିବ ଓ ସେମାନେ ସିଟି କିମ୍ବା ବିଇଡି ତାଲିମପ୍ରାପ୍ତ ହୋଇଥିବେ ସେମାନଙ୍କୁ ଚାକିରି ଆରମ୍ଭ କରିବାର ୮ ବର୍ଷ ପରେ ନିୟମିତ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେମାନଙ୍କୁ ଏଲିମେଣ୍ଟାରୀ ଲେଭଲ୍-୫ ଶିକ୍ଷକ ମାନ୍ୟତା ମିଳିବ। ଆବଶ୍ୟକ ଯୋଗ୍ୟତା ଥାଇ ତାଲିମ ନେଇ ନ ଥିବା ଶିକ୍ଷକଙ୍କୁ ନିୟମିତ କରାଯିବ ନାହିଁ। […]

ganasikhyaka

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 08:49 PM IST

ଭୁବନେଶ୍ୱର: ଗଣଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ହୋଇଥିବ ଓ ସେମାନେ ସିଟି କିମ୍ବା ବିଇଡି ତାଲିମପ୍ରାପ୍ତ ହୋଇଥିବେ ସେମାନଙ୍କୁ ଚାକିରି ଆରମ୍ଭ କରିବାର ୮ ବର୍ଷ ପରେ ନିୟମିତ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେମାନଙ୍କୁ ଏଲିମେଣ୍ଟାରୀ ଲେଭଲ୍-୫ ଶିକ୍ଷକ ମାନ୍ୟତା ମିଳିବ। ଆବଶ୍ୟକ ଯୋଗ୍ୟତା ଥାଇ ତାଲିମ ନେଇ ନ ଥିବା ଶିକ୍ଷକଙ୍କୁ ନିୟମିତ କରାଯିବ ନାହିଁ। ଆବଶ୍ୟକ ଯୋଗ୍ୟତା ହାସଲ ପାଇଁ ୨୦୧୮ ମାର୍ଚ୍ଚ ମାସକୁ ଡେଡ୍‌ ଲାଇନ୍ ରଖାଯାଇଛି। ସେହି ସମୟ ମଧ୍ୟରେ ଯୋଗ୍ୟତା ହାସଲ କରି ନ ଥିବା ଶିକ୍ଷକଙ୍କୁ ଛଟେଇ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୨୨,୦୦୦ ଗଣଶିକ୍ଷକ ଅଛନ୍ତି।

Related story