ଗଠନ ହେବ ଏକକ ଟ୍ରିବ୍ୟୁନାଲ: ମହାନଦୀ ଜଳ ବିବାଦ ସାମାଧାନରେ ବିଳମ୍ୱ ଆଶଙ୍କା

ଭୁବନେଶ୍ୱର: ଜଳ ବିବାଦର ସମାଧାନ ପାଇଁ ଗଠନ ହେବ ଏକକ ଟ୍ରିବ୍ୟୁନାଲ। ଏନେଇ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍‌ ୧୯୫୬ ଓ ୨୦୦୨ରେ ସଂଶୋଧନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟ୍‌ରେ ମୋହର ମାରିଛି। ଯଦି ଏକକ ଟ୍ରିବ୍ୟୁନାଲ ହୁଏ ତେବେ ମହାନଦୀ ଜଳ ବିବାଦର ସାମାଧାନରେ ବିଳମ୍ୱ ହେବା ନେଇ ଆଶଙ୍କା ପାଇଛି। ଚଳିତ ବଜେଟ୍‌ ଅଧିବେଶରେ ଏ ସମ୍ପର୍କିତ ବିଲ୍‌ ଆସିବ। ଟ୍ରିବ୍ୟୁନାଲ ପାଇଁ ସ୍ଥାୟୀ ଅଫିସ ସହ ଭିତ୍ତିଭୂମିର ବିକାଶ କରାଯିବ। […]

mahanadi

Rakesh Mallick
  • Published: Friday, 03 February 2017
  • , Updated: 04 February 2017, 11:52 AM IST

ଭୁବନେଶ୍ୱର: ଜଳ ବିବାଦର ସମାଧାନ ପାଇଁ ଗଠନ ହେବ ଏକକ ଟ୍ରିବ୍ୟୁନାଲ। ଏନେଇ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍‌ ୧୯୫୬ ଓ ୨୦୦୨ରେ ସଂଶୋଧନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟ୍‌ରେ ମୋହର ମାରିଛି। ଯଦି ଏକକ ଟ୍ରିବ୍ୟୁନାଲ ହୁଏ ତେବେ ମହାନଦୀ ଜଳ ବିବାଦର ସାମାଧାନରେ ବିଳମ୍ୱ ହେବା ନେଇ ଆଶଙ୍କା ପାଇଛି।

ଚଳିତ ବଜେଟ୍‌ ଅଧିବେଶରେ ଏ ସମ୍ପର୍କିତ ବିଲ୍‌ ଆସିବ। ଟ୍ରିବ୍ୟୁନାଲ ପାଇଁ ସ୍ଥାୟୀ ଅଫିସ ସହ ଭିତ୍ତିଭୂମିର ବିକାଶ କରାଯିବ। ଏହି ଟ୍ରିବ୍ୟୁନାଲରେ ସମସ୍ତ ଜଳ ବିବାଦର ଶୁଣାଣି ହେବ। ତେବେ କିଛି ରାଜ୍ୟ ପ୍ରସ୍ତାବିତ ସଂଶୋଧିତ ବିଲକୁ ଗ୍ରହଣ କରିଥିବା ବେଳେ ଆଉ କିଛି ରାଜ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଗଠନ ପୂର୍ବରୁ ବୁଝାମଣା କମିଟି କରାଯାଇଥିବା କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲିୟନ ସଂସଦରେ କହିଛନ୍ତି। ତେବେ ଓଡ଼ିଶା ସରକାର କମିଟିକୁ ପ୍ରତ୍ୟାଖ୍ୟାନ କଲା ପରେ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର କି ପଦକ୍ଷେପ ନେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related story