ଏହି ଚାରି ପ୍ରକାର ବ୍ୟକ୍ତି ଅଦା ସେବନରୁ ଦୂରେଇ ରହିବା ଉଚିତ

ଶୀତ ଦିନେ ବିନା ଅଦାରେ ଚା‘ ପିଇବାକୁ ଆଦୌ ଭଲ ଲାଗେନାହିଁ। ସେଥିପାଇଁ ଥଣ୍ଡାଦିନରେ ପ୍ରାୟ ସମସ୍ତେ ଚା‘ରେ ଅଦା ଖଣ୍ଡେ ପକାଇ ପିଅନ୍ତି। ଏହା ଚା‘ର ସ୍ୱାଦ ବଢ଼ାଇବା ସହ ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ। ଏହି ଛୋଟ ଅଦା ଖଣ୍ଡ ଆମ ଶରୀରକୁ ଗରମ ରଖିବା ସହ ଥଣ୍ଡା, କାଶ ଏବଂ ଫ୍ଲୁ ପରି ରୋଗକୁ ଦୂରରେ ରଖିଥାଏ। ଘରେ ତରକାରୀ ରନ୍ଧିଲା ବେଳେ ମଧ୍ୟ ଆମେ ସ୍ୱାଦ ପାଇଁ ଅଦା ବ୍ୟବହାର […]

ginger-image

Rakesh Mallick
  • Published: Saturday, 27 January 2018
  • , Updated: 28 January 2018, 07:08 AM IST

ଶୀତ ଦିନେ ବିନା ଅଦାରେ ଚା' ପିଇବାକୁ ଆଦୌ ଭଲ ଲାଗେନାହିଁ। ସେଥିପାଇଁ ଥଣ୍ଡାଦିନରେ ପ୍ରାୟ ସମସ୍ତେ ଚା'ରେ ଅଦା ଖଣ୍ଡେ ପକାଇ ପିଅନ୍ତି। ଏହା ଚା'ର ସ୍ୱାଦ ବଢ଼ାଇବା ସହ ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ। ଏହି ଛୋଟ ଅଦା ଖଣ୍ଡ ଆମ ଶରୀରକୁ ଗରମ ରଖିବା ସହ ଥଣ୍ଡା, କାଶ ଏବଂ ଫ୍ଲୁ ପରି ରୋଗକୁ ଦୂରରେ ରଖିଥାଏ। ଘରେ ତରକାରୀ ରନ୍ଧିଲା ବେଳେ ମଧ୍ୟ ଆମେ ସ୍ୱାଦ ପାଇଁ ଅଦା ବ୍ୟବହାର କରୁ। ହେଲେ ଆପଣ ଜାଣନ୍ତି କି, ଏହି ଅଦା ଆପଣଙ୍କ କ୍ଷତି ମଧ୍ୟ କରିପାରେ ବୋଲି? ଅଦା ସମସ୍ତଙ୍କ ପାଇଁ ଲାଭଦାୟୀ ନୁହେଁ। କିଛି ଲୋକଙ୍କ ପାଇଁ ଏହା କ୍ଷତିକାରକ। ତେବେ ଆସନ୍ତୁ ଜାଣିବା କେଉଁମାନେ ଅଦା ଖାଇବା ଉଚିତ ନୁହେଁ।

୧. କମ ଓଜନ ଥିବା ବ୍ୟକ୍ତି: ଅଦାକୁ ଆମେ ଓଜନ ହ୍ରାସ କରିବା ପାଇଁ ବ୍ୟବହାର କରିଥାଉ। ଏହାର ଲଗାତାର ସେବନ ଆପଣଙ୍କ ଭୋକ ମାରି ଦେଇଥାଏ ଓ ଚର୍ବି କମାଇ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ତେଣୁ ଯେଉଁମାନେ ପୂର୍ବରୁ ହିଁ ପତଳା, ସେମାନେ ଅଦା ଖାଇବା ଉଚିତ୍ ନୁହେଁ।

୨. ରକ୍ତଜନିତ ରୋଗରେ ପୀଡ଼ିତ ବ୍ୟକ୍ତି: ଯେଉଁମାନଙ୍କର ରକ୍ତ ଜନିତ କିଛି ବେମାରୀ ଅଛି, ସେମାନେ ଅଦା କମ୍ ଖାଇବା ଉଚିତ। ବିଶେଷ କରି ହିମୋଫିଲିଆ ରୋଗରେ ପୀଡ଼ିତ ବ୍ୟକ୍ତି ଅଦା ଖାଇବା ଉଚିତ୍ ନୁହେଁ। ଅଦା ରକ୍ତକୁ ପତଳା କରିଦେଇଥାଏ।

୩. ଗର୍ଭବତୀ: ଗର୍ଭ ଧାରଣର ପ୍ରାରମ୍ଭିକ ମାସ ଗୁଡ଼ିକରେ ଗର୍ଭବତୀଙ୍କର ବାନ୍ତି ହୋଇଥାଏ। ବେଳେବେଳେ ଦୁର୍ବଳ ମଧ୍ୟ ଲାଗିଥାଏ। ଏହା ଦୂର କରିବା ପାଇଁ ଅଦାର ସେବନ କରିବା ବହୁତ ଭଲ। ହେଲେ ଗର୍ଭ ଧାରଣର ଶେଷ ତିନିମାସରେ ଅଦା ଗର୍ଭବତୀ ମହିଳାସେମାନଙ୍କ ପାଇଁ ବିଷ ସଦୃଶ। କାରଣ ଏହାଦ୍ୱାରା ପ୍ରି ମ୍ୟାଚୁୟର  ଡେଲିଭରି ଓ ପେନ୍ ଅଧିକ ହେବାର ଭୟ ରିହିଆଏ। ଯାହାଫଳରେ ୧୧ଷଧର

୪.ପ୍ରତିଦିନ ମେଡିସିନ ଖାଉଥିବା ବ୍ୟକ୍ତି: ଦୈନିକ ଔଷଧ ଖାଇବା ବ୍ୟକ୍ତି ଅଦା ଖାଇବା ଉଚିତ ନୁହେଁ। ବିଶେଷ କରି ଡାଇବେଟିଜ୍ ଓ ହାଇ ବ୍ଲଡ୍‌ପ୍ରେସର ପାଇଁ ପ୍ରତିଦିନ ମେଡିସିନ୍ ଖାଉଥିବା ବ୍ୟକ୍ତି ଅଦା ଖାଇବା ଅନୁଚିତ। କାରଣ ମେଡିସିନ୍‌ରେ ଥିବା କେମିକାଲ, ଅଦା ସହ ମିଶି ଏକ ବିଷାକ୍ତ ମିଶ୍ରଣରେ ପରିଣତ ହୋଇଯାଏ। ତେଣୁ ଅଦା ଖାଇବା ବନ୍ଦ କରନ୍ତୁ

Related story