ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଠଗଡ଼ ଡିଏଫ୍ଓ ନିଲମ୍ୱିତ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଠଗଡ଼ ଡିଏଫଓ ସୁଧାଂଶୁ ମିଶ୍ରଙ୍କୁ ବୁଧବାର ଚାକିରିରୁ ନିଲମ୍ୱିତ କରାଯାଇଛି। ଏ ନେଇ ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର  ସୂଚନା ଦେଇଛନ୍ତି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ପ୍ରମାଣି ମିଳିବାରୁ ଫେବ୍ରୁଆରୀ ୨୪ ତାରିଖରେ ଡିଏଫଓ ସୁଧାଂଶୁ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି […]

attgrah-raid

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 02:30 PM IST

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଠଗଡ଼ ଡିଏଫଓ ସୁଧାଂଶୁ ମିଶ୍ରଙ୍କୁ ବୁଧବାର ଚାକିରିରୁ ନିଲମ୍ୱିତ କରାଯାଇଛି। ଏ ନେଇ ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର  ସୂଚନା ଦେଇଛନ୍ତି।

ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ପ୍ରମାଣି ମିଳିବାରୁ ଫେବ୍ରୁଆରୀ ୨୪ ତାରିଖରେ ଡିଏଫଓ ସୁଧାଂଶୁ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ତେବେ ପଚରାଉଚରା ବେଳେ ସେ ତଦନ୍ତକାରୀ ଅଧିକାରୀମାନଙ୍କୁ ସହଯୋଗ କରୁନଥିବା ଜଣାପଡ଼ିଛି।

ଭିଜିଲାନ୍ସ ନିର୍ଦ୍ଦେଶକ ଡାକ୍ତର ଆର୍.ପି ଶର୍ମା କହିଛନ୍ତି ଯେ ସେ ତଦନ୍ତକାରୀ ଟିମ୍ ପଚାରୁଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଉ ନାହାନ୍ତି।  ସୁଧାଂଶୁ ମିଶ୍ରଙ୍କର ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ତେଣୁ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ। ଆବଶ୍ୟକ ପଡ଼ିଲେ ତାଙ୍କୁ ଆଉ ଥରେ ରିମାଣ୍ଡରେ ଅଣାଯିବ।

ଗତ ୨୪ ତାରିଖରେ ସୁଧାଂଶୁଙ୍କ ବାସଭବନ ସମେତ ମୋଟ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଆଠଗଡ଼ ବ୍ୟତୀତ କଟକ, ଭୁବନେଶ୍ୱର, ଭବାନୀପାଟଣା, ସମ୍ବଲପୁର, କୋରାପୁଟ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ୫ କୋଟି ୫୩ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। କଟକ ସ୍ଥିତ ତାଙ୍କ ବାସଭବନରୁ ୬୩ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ମୋଟ ୯୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାସହ ୨ କୋଟି ୬୧ ଲକ୍ଷ ଟଙ୍କାର ବଣ୍ଡ, ୫୦୦ ଗ୍ରାମ ସୁନା ଜବତ କରାଯାଇଥିଲା। ଭୁବନେଶ୍ୱରରେ ତାଙ୍କର ଏକ ଦୁଇ ମହଲା କୋଠା ସହିତ ଏକ ଫ୍ଲାଟ୍, ଭବାନୀପାଟଣାରେ ଏକ ଦୁଇ ମହଲା ଘର ଓ କଟକ ସମେତ ବିଭିନ୍ନ ସହରରେ ତାଙ୍କର ଘର ଠାବ କରାଯାଇଥିଲା।

Related story