ମୋ ଦେହରେ ପାର୍ବତୀ ଆସିଛନ୍ତି… ୨୧ ଦିନ ଯାଏ ମତେ ଛୁଅଁନି

Ordigital Desk
  • Published: Thursday, 07 September 2017
  • , Updated: 07 September 2017, 09:14 PM IST
<p>ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ଏଥିରୁ ମଣିଷ କେବେ ହେଲେ ବାହାରିପାରୁ ନାହିଁ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କେତେବେଳେ କ&rsquo;ଣ କରୁଛି, ତାହା ସେ ଜାଣିପାରୁ ନାହିଁ। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଧନଶୁଲ୍ୟ ଗାଁରେ ଘଟିଛି। ଜଣେ ୧୫ ବର୍ଷୀୟା ନାବାଳିକା ନିଜ ଦେହରେ ଦେବୀ ପାର୍ବତୀ ଅଛନ୍ତି ବୋଲି କହିବାରୁ ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।</p> <p>ଧନିଶୁଳ୍ୟ ଗାଁର ଜଣେ ନାବାଳିକା ଛତୁ ତୋଳିବା ପାଇଁ ଜଙ୍ଗଲକୁ ଯାଇଥିଲା। ଛତୁ ତୋଳୁଥିବା ବେଳେ ସେଠାରେ ସେ ହଠାତ ଅଚେତ୍ ହୋଇ ପଡ଼ିଥିଲେ। ଚେତା ଫେରିବା ପରେ ସେ ହଠାତ ଅସୁସ୍ଥ ହୋଇପଡ଼ି ନିଜେ ନିଜେ ଗପିବା ଆରମ୍ଭ କରିଥିଲେ। ଜଙ୍ଗଲରେ ମା&rsquo; ପାର୍ବତୀଙ୍କ ସହିତ ତାଙ୍କର ଦେଖା ହୋଇଥିବା ସେ କହିଥିଲେ। ପରେ ଜଙ୍ଗଲକୁ ଆସି ଏକ ଉଇ ହୁଙ୍କା ପାଖରେ ବସି ପଡ଼ିଥିଲେ। ୨୧ ଦିନ ପର୍ଯ୍ୟନ୍ତ ତାକୁ ନ ଛୁଇଁବାକୁ ଓ ତାଙ୍କ ପାଖକୁ ନ ଯିବା ପାଇଁ ନାବାଳିକା ଜଣକ କହିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କର ପ୍ରବଳ ଭିଡ଼ ଜମିଛି। ଗାଁ ଲୋକେ ସେଠାରେ ପହଞ୍ଚି ଅସ୍ଥାୟୀ ଶିବିର କରି ନାବାଳିକାକୁ ଜଗି ରହିଛନ୍ତି।</p>

Related story