ଭାରତମାଳା ପ୍ରକଳ୍ପରେ ଚିଲିକା ଉପରେ ନିର୍ମାଣ ହେବ ୫ କିମିର ବ୍ରିଜ୍‌

ପୁରୀ: ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ ପଶ୍ଚିମବଙ୍ଗର ଦିଘାକୁ ଛଇଁବ ଉପକୂଳ ଜାତୀୟ ରାଜପଥ। ଏଥିସହ ଚିଲିକା ଉପରେ ୫ କିମି ଦୀର୍ଘ ବିଶିଷ୍ଟ ବ୍ରିଜ୍‌ ନିର୍ମାଣ ହେବ। ଜାତୀୟ ରାଜପଥର ଭାରତମାଳା ପ୍ରକଳ୍ପ ଅଧୀନରେ ଏହା ନିର୍ମାଣ କରାଯିବାକୁ ଥିବା ବେଳେ ଆଜି ପୁରୀରେ ଏନେଇ ସ୍ୱତନ୍ତ୍ର ବୈଠକ ହୋଇଯାଇଛି। ଉପକୂଳ ଓଡ଼ିଶାରେ ହେବାକୁ ଥିବା ୫୦୦ କିମି ରାସ୍ତାରୁ ୧୫୧ କିମି ରାସ୍ତା ପୁରୀ ଜିଲ୍ଲା ଅଞ୍ଚଳରେ ପଡ଼ୁଛି। ତେଣୁ ଜାତୀୟ ରାଜପଥର ଉଚ୍ଚପଦସ୍ଥ ଅଧିକାରୀ, […]

coastal-highway

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 07:27 PM IST

ପୁରୀ: ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ ପଶ୍ଚିମବଙ୍ଗର ଦିଘାକୁ ଛଇଁବ ଉପକୂଳ ଜାତୀୟ ରାଜପଥ। ଏଥିସହ ଚିଲିକା ଉପରେ ୫ କିମି ଦୀର୍ଘ ବିଶିଷ୍ଟ ବ୍ରିଜ୍‌ ନିର୍ମାଣ ହେବ।

ଜାତୀୟ ରାଜପଥର ଭାରତମାଳା ପ୍ରକଳ୍ପ ଅଧୀନରେ ଏହା ନିର୍ମାଣ କରାଯିବାକୁ ଥିବା ବେଳେ ଆଜି ପୁରୀରେ ଏନେଇ ସ୍ୱତନ୍ତ୍ର ବୈଠକ ହୋଇଯାଇଛି। ଉପକୂଳ ଓଡ଼ିଶାରେ ହେବାକୁ ଥିବା ୫୦୦ କିମି ରାସ୍ତାରୁ ୧୫୧ କିମି ରାସ୍ତା ପୁରୀ ଜିଲ୍ଲା ଅଞ୍ଚଳରେ ପଡ଼ୁଛି। ତେଣୁ ଜାତୀୟ ରାଜପଥର ଉଚ୍ଚପଦସ୍ଥ ଅଧିକାରୀ, ପ୍ରୋଜେକ୍ଟ କନସଲଣ୍ଟାଣ୍ଟ ପ୍ରକଳ୍ପ ଗୁଡ଼ିକର ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ନେଇ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସହ ଆଲୋଚନା କରିଥିଲେ। ସାତପଡ଼ାଠାରୁ ଜହ୍ନିକୁଦା ଉପରେ ଯେଉଁ ବ୍ରିଜ୍‌ କରାଯିବ ସେଥିରେ ବ୍ରହ୍ମପୁର ଓ ମହିଷା ଗାଁ ପଡ଼ୁନଥିବାରୁ ଏହାକୁ କିଭଳି ସଂଯୋଗ କରାଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ। ଏଥିସହ ପ୍ରକଳ୍ପରେ ଥିବା ଅନେକ ବାଇପାସ୍‌ ରାସ୍ତାକୁ କିପରି ଜାତୀୟ ରାଜପଥ ସହ ସଂଯୋଗ କରାଯିବ ତା’ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଭାରତମାଳ ପ୍ରକଳ୍ପରେ ଏହି ୫୦୦ କିମି ରାସ୍ତା ଗୋପାଳପୁର, ଛତ୍ରପୁର, ଚିଲିକା, ସାତପଡ଼ା, ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପ, ରତପୁର, ସାତଭାୟା, ଧାମରା, ବାସୁଦେବପୁର, ତାଳପଦା, ଚାନ୍ଦିପୁର ଓ ଚନ୍ଦନେଶ୍ୱର ଦେଇ ପଶ୍ଚିମବଙ୍ଗର ଦିଘାକୁ ସଂଯୋଗ କରିବ।

ଛାତ୍ରପୁରଠାରୁ ରତନପୁର ରାସ୍ତା ୨୬୦ କିମି ହୋଇଥିବା ବେଳେ ରତନପୁରଠାରୁ ଦିଘା ୨୪୦ କିମି ରହିଛି। ଏହି ପ୍ରକଳ୍ପ ଦ୍ୱାରା ଚିଲିକା ସହ ପାରାଦୀପ ଓ ଧାମରା ବନ୍ଦରକୁ ରାଜପଥ ସଂଯୋଗ ହେଉଥିବାରୁ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଲାଭ ମିଳିବ ବୋଲି ମତପ୍ରକାଶ ପାଇଛି। ସେପଟେ ଅନେକ ସ୍ଥାନରେ ଅଭୟାରଣ୍ୟରେ ରାସ୍ତା ଯାଉଥିବାରୁ କିଭଳି ବନ୍ୟଜନ୍ତୁ ପ୍ରଭାବିତ ହେବେ ନାହିଁ ତାହା ଉପରେ ବିଶେଷ ଦୃଷ୍ଟି ଦେବାକୁ ପୁରୀ ଡିଏଫ୍‌ଓ କହିଥିଲେ।

ଓଡ଼ିଶାରେ ଭାରତମାଳା ପ୍ରକଳ୍ପ ପାଇଁ ପ୍ରାଥମିକ ବ୍ୟୟ ଅଟକଳ ୮୦,୦୦୦ କୋଟି ରହିଛି।

Related story