ଗୃହ ପରିଚାଳନରେ ପକ୍ଷପାତିତା ଅଭିଯୋଗ: ଆଜି ରାଜ୍ୟପାଳଙ୍କୁ ଭେଟିବେ ବାଚସ୍ପତି

ଭୁବନେଶ୍ୱର: ଆଜି ରାଜ୍ୟପାଳଙ୍କୁ ଭେଟିବେ ବିଧାନସଭା ବାଚସ୍ପତି ନିରଞ୍ଜନ ପୂଜାରୀ। ବିଧାନସଭା ମୌସୁମୀ ଅଧିବେଶନ ପ୍ରସଙ୍ଗ ନେଇ ବାଚସ୍ପତି ନିରଞ୍ଜନ ପୂଜାରୀ ରାଜ୍ୟପାଳଙ୍କ ସହ ଆଲୋଚନା କରିବେ। ଆଜି ୧୧ଟା ବେଳେ ରାଜଭବନରେ ଗୃହ ପରିଚାଳନା ନେଇ ବାଚସ୍ପତି ରାଜ୍ୟପାଳଙ୍କ ସହ ଆଲୋଚନା କରିବେ। ଗୃହ ପରିଚାଳନାରେ ପକ୍ଷପାତିତା କରାଯାଉଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କ ନିକଟରେ ଗତ ଗୁରୁବାର ଫେରାଦ୍ ହୋଇଥିଲେ। ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ ହେଉଛି ଓ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି […]

nirajana

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 03:03 AM IST

ଭୁବନେଶ୍ୱର: ଆଜି ରାଜ୍ୟପାଳଙ୍କୁ ଭେଟିବେ ବିଧାନସଭା ବାଚସ୍ପତି ନିରଞ୍ଜନ ପୂଜାରୀ। ବିଧାନସଭା ମୌସୁମୀ ଅଧିବେଶନ ପ୍ରସଙ୍ଗ ନେଇ ବାଚସ୍ପତି ନିରଞ୍ଜନ ପୂଜାରୀ ରାଜ୍ୟପାଳଙ୍କ ସହ ଆଲୋଚନା କରିବେ। ଆଜି ୧୧ଟା ବେଳେ ରାଜଭବନରେ ଗୃହ ପରିଚାଳନା ନେଇ ବାଚସ୍ପତି ରାଜ୍ୟପାଳଙ୍କ ସହ ଆଲୋଚନା କରିବେ। ଗୃହ ପରିଚାଳନାରେ ପକ୍ଷପାତିତା କରାଯାଉଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କ ନିକଟରେ ଗତ ଗୁରୁବାର ଫେରାଦ୍ ହୋଇଥିଲେ। ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ ହେଉଛି ଓ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ। ଅଧିବେଶନରେ ଜମି ହଡ଼ପ ନିବାରଣ ବିଲକୁ ବିରୋଧ କରି ବିରୋଧୀ ବିରୋଧ କରିବା ସହ ବିରୋଧୀ ଦଳ ନେତାଙ୍କ ସହ କଂଗ୍ରେସ ଓ ବିଜେପି ବିଧାୟକ ମାନେ ବାଚସ୍ପତିଙ୍କ ଟେବୁଲ ତଳେ ଧାରଣାରେ ବସିଥିଲେ। ଏହାସତ୍ତ୍ୱେ ବିଲ୍ ଆଲୋଚନା ଜାରି ରହିବାରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ। ଜମି ହଡ଼ପଭୁ ନିବାରଣ ବିଲ୍ ଏବଂ ଓଡ଼ିଶା ପୋଲିସ୍ ବିଲ୍-୨୦୧୫ ପାସ୍ ହୋଇଥିଲା। ମୌସୁମୀ ଅଧିବେଶନର ଶେଷ ଦୁଇ ଦିନକୁ ବୟକଟ କରିଥିଲେ ଉଭୟ କଂଗ୍ରେସ ଏବଂ ବିଜେପି। ଗୃହରେ ବିରୋଧୀଙ୍କ ଅନୁପସ୍ଥିତିରେ ବିଭିନ୍ନ ବିଲ୍ ପାସ୍ ହୋଇଥିଲା।

Related story