ଗଙ୍ଗଶିଉଳିର ଚମତ୍କାରୀ ଔଷଧୀୟ ଗୁଣ: ଜର ପାଇଁ ରାମବାଣ

ଗଙ୍ଗଶିଉଳିକୁ ବନସ୍ପତି ଶାସ୍ତ୍ରରେ ନିକ୍ଟେନ୍ଥିସ୍ ଆର୍ଥିର୍ଟିସ ନାଁରେ ଜଣାଯାଏ। ସାଧାରଣ ଲୋକମାନଙ୍କ ମଧ୍ୟରେ ରାତିରରାଣୀ, ପାରିଜାତ, ନାଇଟ ଜସମିନ୍ ନାଁରେ ଜଣାଯାଉଥିବା ଗଙ୍ଗଶିଉଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ଔଷଧୀୟ ମଧ୍ୟ।ଏହାର ପତ୍ର, ଫୁଲଠୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ସବୁକିଛି ଚିକିତ୍ସକୀୟ ଗୁଣରେ ଭରପୂର। ଆସନ୍ତୁ ଜାଣିବା ଗଙ୍ଗଶିଉଳିର ଔଷଧୀୟ ଗୁଣ ବିଷୟରେ। ଜର ପାଇଁ ରାମବାଣ: ଜରକୁ ପ୍ରାକୃତିକ ଉପାୟରେ ଭଲ କରିବା ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ। ଗଙ୍ଗଶିଉଳି ପତ୍ରକୁ ବାଟି ଗରମ […]

harsingar

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 03:53 PM IST

ଗଙ୍ଗଶିଉଳିକୁ ବନସ୍ପତି ଶାସ୍ତ୍ରରେ ନିକ୍ଟେନ୍ଥିସ୍ ଆର୍ଥିର୍ଟିସ ନାଁରେ ଜଣାଯାଏ। ସାଧାରଣ ଲୋକମାନଙ୍କ ମଧ୍ୟରେ ରାତିରରାଣୀ, ପାରିଜାତ, ନାଇଟ ଜସମିନ୍ ନାଁରେ ଜଣାଯାଉଥିବା ଗଙ୍ଗଶିଉଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ଔଷଧୀୟ ମଧ୍ୟ।ଏହାର ପତ୍ର, ଫୁଲଠୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ସବୁକିଛି ଚିକିତ୍ସକୀୟ ଗୁଣରେ ଭରପୂର। ଆସନ୍ତୁ ଜାଣିବା ଗଙ୍ଗଶିଉଳିର ଔଷଧୀୟ ଗୁଣ ବିଷୟରେ।

ଜର ପାଇଁ ରାମବାଣ: ଜରକୁ ପ୍ରାକୃତିକ ଉପାୟରେ ଭଲ କରିବା ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ। ଗଙ୍ଗଶିଉଳି ପତ୍ରକୁ ବାଟି ଗରମ ପାଣିରେ  ମିଶାଇ ପିଇଲେ ଚିକେନଗୁନିଆ, ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ଦୂର ହୋଇଥାଏ।

ଘାଆ ଭଲ କରେ: ଗଙ୍ଗଶିଉଳିରେ ଘାଆକୁ ଭଲ କରିବାର କ୍ଷମତା ରହିଛି। ଏହାର ପତ୍ରକୁ ବାଟି ଘାଆ ଉପରେ ଲଗାଇଲେ ଏହା ଶୀଘ୍ର ସୁଖି ଯାଇଥାଏ।

ପାଇଲ୍ସ ଉପଚାର: ପାଇଲ୍ସର ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ। ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ।

କାଶ ଉପଚାର: ଗଙ୍ଗଶିଉଳି ପତ୍ର ବାଟି ସେଥିରେ ଟିକେ ମହୁ ମିଶାଇ ପିଇବା ଦ୍ୱାରା କାଶ ଭଲ ହୋଇଥାଏ। ଏହାକୁ ଆପଣ ଚା’ରେ ମଧ୍ୟ ପକାଇ ପିଇ ପାରିବେ।

କୁଣ୍ଡାଇ ହେବାରୁ ମୁକ୍ତି: ଗଙ୍ଗଶିଉଳିରେ ଆଣ୍ଟି-ଇନଫ୍ଲେମେଷ୍ଟ୍ରି ଗୁଣ ରହିଛି। ଯାହା କୁଣ୍ଡାଇ ହେବାରୁ ମୁକ୍ତିଦିଏ। ଆୟୁର୍ବେଦିକ ଦୋକାନରେ ମିଳୁଥିବା ଗଙ୍ଗଶିଉଳି ଏସେନସିଆଲ ଅଏଲକୁ ଆଣି ଲଗାଇ ପାରିବେ।

ଆହୁରି ମଧ୍ୟ ପଢ଼ନ୍ତୁ: ଅଧିକ ସମୟ ବସି ରହିବା ମାରାତ୍ମକ: ଜାଣନ୍ତୁ ଶରୀରରେ କେଉଁ ପ୍ରକାର କ୍ଷତି ଘଟାଏ

Related story