ଭୂତ ରହୁଥିବା ଜାଗା...ଭାରତର ଚର୍ଚ୍ଚିତ ହଣ୍ଟେଡ୍‌ ପ୍ଲେସ୍‌

ଭୂତକୁ ନେଇ ଆମ ସମାଜରେ କେଉଁ କାଳରୁ ବିଶ୍ୱାସ ଅବିଶ୍ୱାସ ରହି ଆସିଛି। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଭୂତର ଅସ୍ତିତ୍ୱକୁ ଏଡ଼ାଇ ଯାଇ ପାରିନି ମଣିଷ। କେବଳ ଗ୍ରାମାଞ୍ଚଳ ନୁହଁ ବହୁ ସହରାଞ୍ଚଳରେ ମଧ୍ୟ ବହୁ ଉଚ୍ଚଶିକ୍ଷିତ ଏବଂ ସଚେତନ ନାଗରିକ ଭୂତକୁ ନେଇ ବିଶ୍ୱାସ କରିନ୍ତି। ଏହି ଭୂତକୁ ନେଇ ସିନେମାରେ ଅନେକ କାହାଣୀ ତିଆରି ହୋଇଛି।  ସବୁ ଦେଶରେ ଭୂତ ସମ୍ପର୍କରେ ନାନା ବିଶ୍ୱାସ ଅଛି। କୁହାଯାଏ ଯେଉଁ ଜୀବମାନଙ୍କ ଆତ୍ମା ମୋକ୍ଷପ୍ରାପ୍ତି […]

p-111 copy

p-111 copy

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 03:14 PM IST

ଭୂତକୁ ନେଇ ଆମ ସମାଜରେ କେଉଁ କାଳରୁ ବିଶ୍ୱାସ ଅବିଶ୍ୱାସ ରହି ଆସିଛି। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଭୂତର ଅସ୍ତିତ୍ୱକୁ ଏଡ଼ାଇ ଯାଇ ପାରିନି ମଣିଷ। କେବଳ ଗ୍ରାମାଞ୍ଚଳ ନୁହଁ ବହୁ ସହରାଞ୍ଚଳରେ ମଧ୍ୟ ବହୁ ଉଚ୍ଚଶିକ୍ଷିତ ଏବଂ ସଚେତନ ନାଗରିକ ଭୂତକୁ ନେଇ ବିଶ୍ୱାସ କରିନ୍ତି। ଏହି ଭୂତକୁ ନେଇ ସିନେମାରେ ଅନେକ କାହାଣୀ ତିଆରି ହୋଇଛି।  ସବୁ ଦେଶରେ ଭୂତ ସମ୍ପର୍କରେ ନାନା ବିଶ୍ୱାସ ଅଛି। କୁହାଯାଏ ଯେଉଁ ଜୀବମାନଙ୍କ ଆତ୍ମା ମୋକ୍ଷପ୍ରାପ୍ତି ହୋଇ ନ ଥାଏ ସେମାନେ ଭୂତ ବା ପ୍ରେତରୂପ ନାନା ସ୍ଥୂଳ ଓ ସୂକ୍ଷ୍ମରୂପ ଧାରଣ କରି ମର୍ତ୍ତ୍ୟଭୂମିରେ ବିଚରଣ କରନ୍ତି । ଅନେକ ଏହି ଭୂତପ୍ରେତକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ତଥାପି ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଭୂତ ଥିବା ବିଶ୍ୱାସ କରାଯାଏ। ଏପରିକି ସେଠାକୁ ଦିନବେଳା ଯିବାକୁ ମଧ୍ୟ ଲୋକେ ଭୟ କରନ୍ତି। ଆସନ୍ତୁ ସେହି ରହସ୍ୟମୟ ସ୍ଥାନ ଗୁଡ଼ିକରେ ଜାଣିବା।

ବ୍ରିଜରାଜ ଭବନ ପ୍ୟାଲେସ:

ରାଜସ୍ଥାନର କୋଟାସ୍ଥିତ ୧୮୦ ବର୍ଷର  ବର୍ଷର ପୁରୁଣା  ହେଉଛି ଏହି ଭବନ । ୧୭୮ ବର୍ଷର ଏହି ଭବନ ୧୯୮୦ରେଏକ ଐତିହାସିକ ହୋଟେଲରେ ପରିଣତ ହୋଇଛି।  କୁହାଯାଏ ଏହି ହୋଟେଲରେ ଏକ ଭୂତ ରହୁଛି । ବ୍ରିଟିଶ ଶାସନ ସମୟରେ ଜଣେ ମେଜର ଏହି ବଙ୍ଗଳାରେ ରହୁଥିଲେ । ୧୮୫୭ର ବିଦ୍ରୋହ ସମୟରେ ଭାରତୀୟ ସୀପାହି ହାତରେ ସେ ନିହତ ହୋଇଥିଲେ।  ଚର୍ଚ୍ଚା ହୁଏ ଏଠି ରାତିରେ ସୁରକ୍ଷା କର୍ମୀ ଶୋଇଗଲେ ଭୂତ ତାଙ୍କୁ ଚାପୁଡ଼ା ମାରିଥାଏ।

କୁଲଧାରା:

ରାଜସ୍ଥାନ ଜୈସଲମୈରର ଏକ ଗାଁ ର ନାଁ ହେଉଛି କୁଲଧାରା । ୧୩ଶହ ଶତାବ୍ଦୀରେ ପ୍ରତିଷ୍ଟା  ହୋଇଥିବା ଏହି ଗାଁଟି ବାରମ୍ବାର ଭୂମିକମ୍ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି। ବିଶେଷ କରି ଭୂତପ୍ରେତଙ୍କ ପାଇଁ ଏମିତି ଅବସ୍ଥା ହେଉଛି ଭାବି ୧୯ ଶତବ୍ଦୀ ସମୟରୁ ଲୋକେ ଗାଁ ଛାଡ଼ି ଦେଇଛନ୍ତି। ଏବେ ବି ଏହି ଅଞ୍ଚଳକୁ ଯିବାକୁ ଲୋକେ ଭୟ କରନ୍ତି।

ଭାଙ୍ଗଡ଼ ଦୁର୍ଗ:

ରାଜସ୍ଥାନର ଜୟପୁରରରେ ଥିବା ଏହି ଭାଙ୍ଗଡ଼ ଦୁର୍ଗ ଐତିହାସିକ ଦୁର୍ଗ ଭାବେ ମାନ୍ୟତା ପାଇଛି। ୧୫୭୩ରେ ନିର୍ମିତ ହୋଇଥିବା ଏହି ଦୁର୍ଗକୁ ଏଏସଆଇ ମଧ୍ୟ  ସବୁଠୁ ଭୟାନକ ଦୁର୍ଗର ଆଖ୍ୟା ଦେଇଛି । ଏହି ଦୁର୍ଗକୁ ଲୋକେ ରାତିରେ ଯିବା ତ ଦୂରର କଥା ଦିନ ଆଲୋକରେ ମଧ୍ୟ ଯିବା ପାଇଁ ଡରନ୍ତି । ୩୦୦ ବର୍ଷର ଏହି ମହଲରେ ମାନଗଡ଼ର ମୃତ ରାଜାଙ୍କର ଭୂତ ଏଠି ନିବାଶ କରୁଥିବା ଚର୍ଚ୍ଚା ହୁଏ। ଏଠି ରାତି କ’ଣ ଦିନରେ ବି ଲୋକେ ଯିବାକୁ ଭୟ କରିନ୍ତି।

 

ବ୍ଲାକ ସ୍ୟାଣ୍ଡ ବିଚ୍:

ସୁରଟର ଆରବ ସମୁଦ୍ରରେ ଥିବା ଏହି ବ୍ଳାକ୍ ସ୍ୟାଣ୍ଡ ବିଚ୍ ଖୁବ୍‌ ପରିଚିତ।   ସୁରଟରୁ ଦକ୍ଷିଣକୁ ୧୩ କିମି ଗଲେ ଏହି ବିଚ୍‌ ପଡ଼େ। କୁହାଯାଏ ଏହି ବିଚ୍‌ରେ ରାତିରେ ପ୍ରେତଆତ୍ମା ଚଳପ୍ରଚଳକରେ।

ସେହିପରି  ଏହି ସ୍ଥାନକୁ ଯିଏ ଯାଏ ସେ ଜୀବିତ ଫେରେ ନାହିଁ  ବୋଲି କୁହାଯାଏ । ଏହି ସ୍ଥାନରେ ଭୂତ ପ୍ରେତ ମାନଙ୍କ ବିକଟାଳ ଚିତ୍କାର ଶୁଣିବାକୁ ମିଳେ ବୋଲି ଚର୍ଚ୍ଚା ହୁଏ।

 

ମିରଟର ଜିପି ବ୍ଲକ:

ଉତ୍ତରପ୍ରଦେଶର ମିରଟରେ ଥିବା ଜିପି ବ୍ଲକରେ ଭୂତ ପ୍ରେତ ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସବୁଦିନ ରାତିରେ ଏହି କୋଠିର ଛାତ ଉପରେ ଜଣେ ମହିଳାଙ୍କ ଆତ୍ମା ଘୁରିବୁଲେ। ଭୂତ ଭୟରେ ଏହି କୋଠିକୁ କେହି  ଯାଆନ୍ତି ନାହିଁ। ବର୍ଷ ବର୍ଷ ଧରି ଏହି କୋଠି ଖାଲି ରହିଛି।

ଦିଲ୍ଲୀର କ୍ୟାଣ୍ଟୋନମେଣ୍ଟ:

ଦିଲ୍ଲୀର କ୍ୟାଣ୍ଟୋନମେଣ୍ଟ ରୋଡ଼ଟି ବିଦ୍ୟୁତ୍‌ ଆଲୋକମାଳାରେ ଯେତେ ଝଲସିଲେ ମଧ୍ୟ ରାତି ହେଲେ ଏହା ଆତଙ୍କର କାରଣ ପାଲଟିଯାଏ। କୁହାଯାଏ ନିଶବ୍ଦ ରାତିରେ ଜଣେ ମହିଳା ଧଳା ଶାଢୀ ପିନ୍ଧି ଲୋକଙ୍କ କାର ସାମ୍ନାକୁ ଚାଲିଆସେ। ଫଳରେ ଲୋକେ ଭୟରେ ଭାରସାମ୍ୟ ହରାଇ  ଅନେକ ଦୁର୍ଘଟଣାରେ ଶିକାର ହୁଅନ୍ତି। ଆଉ ଏଥିପାଇଁ ବହୁ ଜୀବନ ଯାଇଥିବା କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos