ଓସ୍ତଗଛରେ ଅଛି ଏଇସବୁ ରୋଗର ଔଷଧ

ହିନ୍ଦୁଧର୍ମ ଅନୁସାରେ  ଓସ୍ତଗଛର ବେଶ୍‌ ମହତ୍ତ୍ୱ ରହିଛି। ଓସ୍ତ ଗଛକୁ ପୂଜା ମଧ୍ୟ କରାଯାଏ। ତେବେ ଜାଣିଛନ୍ତି ଓସ୍ତଗଛରେ ଅନେକ ଔଷଧୀୟ ଗୁଣ ଭରି ହୋଇ ରହିଛି। କିଡ୍‌ନୀ ରୋଗ,କୋଷ୍ଠକଠିନ୍ୟ ବିଭିନ୍ନ ପେଟରୋଗ ଆଦିର ଉପଚାର କରିବାରେ ଓସ୍ତ ଗଛ ବେଶ୍‌ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଓସ୍ତ ଗଛର ଔଷଧୀୟ ଗୁଣ ସଂପର୍କରେ। – ଓସ୍ତ ଗଛର ଛାଲିକୁ ଗରମ ପାଣି ସହ  ମିଶାଇ କୁଳି କଲେ ଦାନ୍ତ  ଦରଜ  ସମସ୍ୟା ଦୂର ହୁଏ। – […]

tree

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 01:05 PM IST

ହିନ୍ଦୁଧର୍ମ ଅନୁସାରେ  ଓସ୍ତଗଛର ବେଶ୍‌ ମହତ୍ତ୍ୱ ରହିଛି। ଓସ୍ତ ଗଛକୁ ପୂଜା ମଧ୍ୟ କରାଯାଏ। ତେବେ ଜାଣିଛନ୍ତି ଓସ୍ତଗଛରେ ଅନେକ ଔଷଧୀୟ ଗୁଣ ଭରି ହୋଇ ରହିଛି। କିଡ୍‌ନୀ ରୋଗ,କୋଷ୍ଠକଠିନ୍ୟ ବିଭିନ୍ନ ପେଟରୋଗ ଆଦିର ଉପଚାର କରିବାରେ ଓସ୍ତ ଗଛ ବେଶ୍‌ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଓସ୍ତ ଗଛର ଔଷଧୀୟ ଗୁଣ ସଂପର୍କରେ।

- ଓସ୍ତ ଗଛର ଛାଲିକୁ ଗରମ ପାଣି ସହ  ମିଶାଇ କୁଳି କଲେ ଦାନ୍ତ  ଦରଜ  ସମସ୍ୟା ଦୂର ହୁଏ।

- ପାଦ ଫାଟିଥିଲେ ଓସ୍ତଗଛର ପତ୍ରର ରସକୁ ଲଗାନ୍ତୁ ସମସ୍ୟା ଦୂର ହୋଇଯିବ।

- ଓସ୍ତଗଛର ଫଳକୁ ମହୁ ସହ ମିଶାଇ ନିୟମିତ ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ।

- ଓସ୍ତ ଗଛର  ଦୁଇ ତିନୋଟି ପତ୍ରକୁ  ବାଟି ସେଥିରେ ୫୦ ଗ୍ରାମ ଗୁଡ଼ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଗୁଳା ଆକାର କରି ଦିନରେ ୩ରୁ ୪ଥର ଖାଇବା ଦ୍ୱାରା ପେଟ ଦରଜରୁ ମୁକ୍ତି ମିଳିଥାଏ।

- ଓସ୍ତ ଗଛର ପତ୍ରର ରସକୁ ଆଖିରେ ଲଗାଇବା ଦ୍ୱାରା ଆଖି ଦରଜ ଭଲ ହୋଇଯାଏ।

- ଓସ୍ତ ଗଛର ତାଜା ପତ୍ର ସହ ବଡ଼ ଦାନା ଚିନିକୁ ମିଶାଇ ଭଲ ଭାବେ ଗୁଣ୍ଡ  ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ ୨୫୦ ଗ୍ରାମ ପାଣି ମିଶାଇ ମିଶ୍ରଣକୁ ଛାଣି ଦିଅନ୍ତୁ। କିଡ୍‌ନୀ ରୋଗୀରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତକୁ ଦିନକୁ ଦୁଇଥର ପିଇବାକୁ ଦିଅନ୍ତୁ। କିଡ୍‌ନୀ ଜନିତ ସମସ୍ୟା ଦୂର ହୋଇଯିବ।

- ଓସ୍ତ ଗଛର ଫଳ ନିୟମିତ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ  ସମସ୍ୟା ଦୂର ହୁଏ।

ତେବେ ଏସବୁ ଉପଚାର ଅବଲମ୍ବନ କରିବା ପୂର୍ବରୁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 

 

Related story