ଅନେକ ସମସ୍ୟାରୁ ରକ୍ଷା କରେ ରୋଗ ନିବାରକ କଲରା

ସବୁଜ ପନିପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏ କଥା ଆମେ ସମସ୍ତେ ଜାଣିଛେ। ହେଲା ଏହି ସବୁଜ ପନିପରିବା ମଧ୍ୟରୁ ଶରୀର ପାଇଁ ବେଶ୍ ଲାଭଦାୟକ ହେଉଛି କଲରା । ଏଥିରେ ଭରପୁର ମାତ୍ରାରେ ଭିଟାମିନ୍‌ ସି ରହିଛି। ଯାହା ସାହାଯ୍ୟରେ ଅନେକ ରୋଗରୁ ମୁକ୍ତି ମିଳିଥାଏ। କଲରା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। କଲରା ଖାଇବାର ଉପକାରିତା ୧- ଷ୍ଟୋନ୍‌ ଯନ୍ତ୍ରଣାରୁ ମୁକ୍ତି: ଷ୍ଟୋନ୍‌ ଯନ୍ତ୍ରଣାରୁ ମୁକ୍ତି […]

health-benefits-of-bitter

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 09:04 AM IST

ସବୁଜ ପନିପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏ କଥା ଆମେ ସମସ୍ତେ ଜାଣିଛେ। ହେଲା ଏହି ସବୁଜ ପନିପରିବା ମଧ୍ୟରୁ ଶରୀର ପାଇଁ ବେଶ୍ ଲାଭଦାୟକ ହେଉଛି କଲରା । ଏଥିରେ ଭରପୁର ମାତ୍ରାରେ ଭିଟାମିନ୍‌ ସି ରହିଛି। ଯାହା ସାହାଯ୍ୟରେ ଅନେକ ରୋଗରୁ ମୁକ୍ତି ମିଳିଥାଏ। କଲରା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

କଲରା ଖାଇବାର ଉପକାରିତା

୧- ଷ୍ଟୋନ୍‌ ଯନ୍ତ୍ରଣାରୁ ମୁକ୍ତି: ଷ୍ଟୋନ୍‌ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତିଦିନ କଲରା ଜୁସ୍‌ ପିଅନ୍ତୁ। ଆରାମ ମିଳିବ।

୨- ମୁଣ୍ଡ ବିନ୍ଧା ହେବନି: ଯଦି ଦୀର୍ଘ ଦିନ ଧରି ମୁଣ୍ଡବିନ୍ଧା ଲାଗି ରହୁଛି ତା ହେଲେ କଲରା ପତ୍ର ବାଟି ମଥାରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ।

୩- ଆଣ୍ଠୁ ଯନ୍ତ୍ରଣା: ଆଣ୍ଠୁ ଯନ୍ତ୍ରଣାରୁ ମଧ୍ୟ ରକ୍ଷା କରିଥାଏ କଲରା। କଲରାକୁ ହାଲ୍‌କା ମାତ୍ରାରେ ବାଟି ଏହାକୁ ଏକ କଟନ୍‌ରେ ବାନ୍ଧି ଦିଅନ୍ତୁ। ଏହାପରେ ଏହାକୁ ଆଣ୍ଠୁରେ ଲଗାନ୍ତୁ। ଦେଖିବେ ଉପସମ ମିଳିବ।

୪- ଘା’କୁ ଶୁଖାଏ: ଶରୀରର ହୋଇଥିବା ଘା’ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତା ହେଲେ କଲରା ପତ୍ରକୁ ବାଟି ଏଥିରେ ଲଗାଇବା ଦ୍ୱାରା ଉପକାର ପାଇବେ।

୫- ପାଟିରେ କ୍ଷତ ହେବା: କଲରା ପତ୍ରକୁ ମୁଲତାନ ମାଟି ସହ ମିଶାଇ ଏହାକୁ ପାଟିରେ ହୋଇଥିବା କ୍ଷତ ସ୍ଥାନରେ ଲଗାନ୍ତୁ। ଏପରି କରିବା ଦ୍ୱାରା ପାଟିରେ ହୋଇଥିବା କ୍ଷତ ଭରିଯିବ।

Related story