ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଇଡ୍‌ଲି

ଦକ୍ଷିଣ ଭାରତୀୟ ଲୋକଙ୍କ ପ୍ରିୟ ଜଳଖିଆ ହେଉଛି ଇଡ୍‌ଲି। ଏହା ଏବେ ସାରା ଦେଶରେ ଲୋକଙ୍କର ପ୍ରିୟ ଜଳଖିଆ ପାଲଟି ଲାଣି। ସକାଳ ଜଳଖିଆରେ ଲୋକେ ଇଡ୍‌ଲି, ସମ୍ବର ଓ ଇଡ୍‌ଲି ଚଟଣି ଖାଇବାକୁ ପସନ୍ଦ କରନ୍ତି। କାରଣ ଏଥିରେ ତେଲ ମସଲା କିଛି ପଡ଼ି ନଥାଏ। ଇଡ୍‌ଲି ଖାଇବାକୁ ଯେପରି ସ୍ୱାଦିଷ୍ଟ, ଶରୀର ପାଇଁ ଉପକାରୀ ମଧ୍ୟ। ଆସନ୍ତୁ ଜାଣିବା ଇଡ୍‌ଲି ଖାଇଲେ ଆମ ଶରୀରରେ ଆଉ କେଉଁ ସବୁ ଉପକାର ମିଳେ। ପ୍ରୋଟିନ୍‌ ମିଳିଥାଏ;  ଇଡ୍‌ଲି କୁ […]

221402-idlies

Rakesh Mallick
  • Published: Tuesday, 10 April 2018
  • , Updated: 11 April 2018, 07:40 AM IST

ଦକ୍ଷିଣ ଭାରତୀୟ ଲୋକଙ୍କ ପ୍ରିୟ ଜଳଖିଆ ହେଉଛି ଇଡ୍‌ଲି। ଏହା ଏବେ ସାରା ଦେଶରେ ଲୋକଙ୍କର ପ୍ରିୟ ଜଳଖିଆ ପାଲଟି ଲାଣି। ସକାଳ ଜଳଖିଆରେ ଲୋକେ ଇଡ୍‌ଲି, ସମ୍ବର ଓ ଇଡ୍‌ଲି ଚଟଣି ଖାଇବାକୁ ପସନ୍ଦ କରନ୍ତି। କାରଣ ଏଥିରେ ତେଲ ମସଲା କିଛି ପଡ଼ି ନଥାଏ। ଇଡ୍‌ଲି ଖାଇବାକୁ ଯେପରି ସ୍ୱାଦିଷ୍ଟ, ଶରୀର ପାଇଁ ଉପକାରୀ ମଧ୍ୟ। ଆସନ୍ତୁ ଜାଣିବା ଇଡ୍‌ଲି ଖାଇଲେ ଆମ ଶରୀରରେ ଆଉ କେଉଁ ସବୁ ଉପକାର ମିଳେ।

ପ୍ରୋଟିନ୍‌ ମିଳିଥାଏ;  ଇଡ୍‌ଲି କୁ ଚାଉଳ ଓ ବିରି ଡାଲି  ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏଥିରେ ପ୍ରୋଟିନ୍‌ ଭରପୂର ମାତ୍ରାରେ ରହିଥାଏ। ଏଥିରୁ କାବ୍ରୋହାଇଡ୍ରେଡର ମିଳିଥାଏ। ଏହା ଆମ ଶରୀର ପାଇଁ ଭାରି ଉପକାରୀ। ଇଟଲିକୁ ଆମେ ସକାଳ ଜଳଖିଆ ଓ ରାତ୍ରି ଭୋଜନରେ ଖାଇ ପାରିବା।

ବିଭିନ୍ନ ରୋଗରୁ ରକ୍ଷା କରିଥାଏ;  ଇଡ୍‌ଲିରେ ତେଲ ମସଲା ପଡ଼ି ନଥାଏ। ଏହାକୁ ଖାଇଲେ ରକ୍ତ ଚାପ, ହୃଦଘାତ ଓ ବିଭିନ୍ନ ରୋଗ ହେବାରୁ ରକ୍ଷା କରିଥାଏ।

କ୍ୟାଲୋରୀ କମ୍  ମିଳିଥାଏ;  ଇଡ୍‌ଲି ତିଆରି କରିବା ପାଇଁ ବାମ୍ପର ଆବଶ୍ୟକ ପଡ଼ିଥାଏ। ଏଥିପାଇଁ ଏଥିରେ କ୍ୟାଲେରୀର ମାତ୍ରା କମ୍‌ ରହିଥାଏ। ଗୋଟିଏ ମଧ୍ୟମ ଆକାରର ଇଡ୍‌ଲିରେ ୪୦କ୍ୟାଲୋରୀ ରହିଥାଏ। ଏଥିରେ କୋଲେଷ୍ଟ୍ରୋଲ ନଥାଏ। ଏଥିପାଇଁ ଲୋକେ ଜଳଖିଆରେ ଅଧିକ ଇଡ୍‌ଲି ଖାଇବାକୁ ଅଧିକ ପସନ୍ଦ କରନ୍ତି।

 ରକ୍ତ ଚାପକୁ ନିୟନ୍ତ୍ରଣ କରେ;  ଇଡ୍‌ଲି ରକ୍ତ ଚାପକୁ ନିୟନ୍ତ୍ରଣ କରେ। ଏଥିରେ ସୋଡ଼ିୟମ ମାତ୍ରା କମ୍‌ ରହିଥାଏ। ଏକ ମଧ୍ୟମ ଆକାରର ଇଟଲିରେ ୬୫ ମିଲିଗ୍ରାମ ସୋଡ଼ିୟମ ମିଳିଥାଏ। ଏହାର ଶରୀର ପାଇଁ ଉପକାରୀ।

 ଓଜନ କମାଇଥାଏ; ଇଡ୍‌ଲି ବାମ୍ପରେ ପ୍ରସ୍ତୁତ କରାଯାଉଥିବାରୁ ଚାଉଳରେ ଥିବା ସମସ୍ତ ଫ୍ୟାଟକୁ ନଷ୍ଟ କରି ଦେଇଥାଏ। ଏହାକୁ ଖାଇଲେ ଓଜନ ହ୍ରାସ ଘଟିଥାଏ।

ଏମିନୋ ଏସିଡ୍ ମିଳିଥାଏ ; ଇଡ୍‌ଲିରୁ ଏମିନୋ ଏସିଡ୍ ମିଳିଥାଏ। ଏହା ଶରୀର ପାଇଁ ବହୁତ ଦରକାରୀ। ଏମିନୋ ଏସିଡ୍  ଆମ ଶରୀର ଥିବା ଅଙ୍ଗ ପ୍ରତ୍ୟଙ୍ଗକୁ ସଞ୍ଚାଳନ କରିବାରେ ସାହଯ୍ୟ କରିଥାଏ।

ଫାଇବର ମିଳିଥାଏ;  ଇଡ୍‌ଲିରେ ଫାଇବର ଅଧିକ ମାତ୍ରାରେ ରହିଥାଏ। ଏଥିପାଇଁ ଏହା ଆମ ଶରୀର ପାଇଁ ଭାରି ଉପକାରୀ।

 

 

 

 

.

 

Related story