ମାନସିକ ଦୁଶ୍ଚିନ୍ତା ବି ହୋଇପାରେ କୋଷ୍ଠକାଠିନ୍ୟର କାରଣ, ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

କୋଷ୍ଠକାଠିନ୍ୟ ପାଚନ ତନ୍ତ୍ର ସହ ଜଡ଼ିତ ଏପରି ଏକ ସମସ୍ୟା ଯାହା ସବୁ ବୟସର ଲୋକଙ୍କୁ ହୋଇପାରେ। ନିଜ ଦୈନନ୍ଦୀନ ଜୀବନରେ କିଛି ପରିବର୍ତ୍ତନ କରି ଓ କିଛି ଘରୋଇ ଉପଚାର ଦ୍ୱାରା ଏହାକୁ ଦୂର କରାଯାଇପାରିବ। କୋଷ୍ଠକାଠିନ୍ୟ ହେବାର ଏକାଧିକ କାରଣ ରହିଛି। ଅବେଳରେ ଖାଇବା, ବାସି ଖାଦ୍ୟ ଖାଇବା, କମ୍‌ ଶାରୀରିକ ପରିଶ୍ରମ କରିବା, ମାନସିକ ଅଶାନ୍ତି ଓ ଅଧିକ ଚିକଣିଆ ଖାଦ୍ୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହେବାର ସମ୍ଭାବନା ରହିଛି। ହେଲେ ଏସବୁରୁ […]

health

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 09:24 AM IST

କୋଷ୍ଠକାଠିନ୍ୟ ପାଚନ ତନ୍ତ୍ର ସହ ଜଡ଼ିତ ଏପରି ଏକ ସମସ୍ୟା ଯାହା ସବୁ ବୟସର ଲୋକଙ୍କୁ ହୋଇପାରେ। ନିଜ ଦୈନନ୍ଦୀନ ଜୀବନରେ କିଛି ପରିବର୍ତ୍ତନ କରି ଓ କିଛି ଘରୋଇ ଉପଚାର ଦ୍ୱାରା ଏହାକୁ ଦୂର କରାଯାଇପାରିବ। କୋଷ୍ଠକାଠିନ୍ୟ ହେବାର ଏକାଧିକ କାରଣ ରହିଛି। ଅବେଳରେ ଖାଇବା, ବାସି ଖାଦ୍ୟ ଖାଇବା, କମ୍‌ ଶାରୀରିକ ପରିଶ୍ରମ କରିବା, ମାନସିକ ଅଶାନ୍ତି ଓ ଅଧିକ ଚିକଣିଆ ଖାଦ୍ୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହେବାର ସମ୍ଭାବନା ରହିଛି। ହେଲେ ଏସବୁରୁ ବର୍ତ୍ତି ହେବ। ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟ ଦୂର କରିବା ହେଲେ କ’ଣ କରିବାକୁ ପଡ଼ିବ, ଆସନ୍ତୁ ଜାଣିବା।

ସେଓ: ଖାଲି ପେଟରେ ସେଓ ଖାଇଲେ ଶରୀରରୁ ମଇଳା ସହଜରେ ବାହାରି ଯାଇଥାଏ। ଏହାସହ ସେଓ ଖାଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ।

ଅଦା: ଅଦାରେ ଭରି ରହିଛି, ଔଷଧୀୟ ଗୁଣ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସହ ଆୟରନ୍‌, କ୍ୟାଲସିୟମ, ଆୟୋଡିନ୍‌, କ୍ଲୋରିନ୍‌ ପରି ପୋଷକ ତତ୍ତ୍ୱ ରହିଛି। ଏହା ପାଚନ ତନ୍ତ୍ର ସହ ପେଟ କାଟିବା ଦୂର କରିଥାଏ।

ଲେମ୍ବୁ: କୋଷ୍ଠକାଠିନ୍ୟ ଦୂର କରିବାକୁ ଲେମ୍ବୁ ବହୁମାତ୍ରାରେ ସହାୟକ ହୋଇଥାଏ। ଯଦି ଆପଣ ଏହି ସମସ୍ୟାରେ ପଡୁଛନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲେମ୍ବୁର ପାଣି ଚିପୁଡି ଏଥିରେ ଦୁଇ ଚାମଚ ଚିନି ପକାଇ ପିଇବା ଦରକାର।ଏହା କରିବା ଦ୍ୱାରା କୋଷ୍ଠକାଠିନ୍ୟ ଧୀରେ ଧୀରେ ଠିକ୍‌ ହୋଇଯିବ।

Related story