ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ବାଲେଶ୍ୱରରେ ପ୍ରବଳ ବର୍ଷା ହେବ। ଏହାଛଡ଼ା ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ତାପମାତ୍ର କମ୍‌ ରହୁଥିବାରୁ ବର୍ଷା ସହ ବଜ୍ରପାତ ହୋଇପାରେ […]

rain

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ବାଲେଶ୍ୱରରେ ପ୍ରବଳ ବର୍ଷା ହେବ। ଏହାଛଡ଼ା ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ତାପମାତ୍ର କମ୍‌ ରହୁଥିବାରୁ ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ତାଳଚେରରେ ସର୍ବାଧିକ ୯୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବୋହିବ। ବେଳେ ବେଳେ ପବନର ବେଗ ବଢ଼ି ୬୫ କିମିରେ ପହଞ୍ଚିପାରେ। ଏହି ସମୟରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କ ବାରଣ କରାଯାଇଛି। ରାଜ୍ୟ ବନ୍ଦର ଗୁଡ଼ିକରେ ୩ ନମ୍ୱର ସଙ୍କେତ ଜାରି କରାଯାଇଛି।

ଉତ୍ତର ଓଡ଼ିଶା ଉପରେ ଏକ ଟ୍ରାପ୍‌ ଲାଇନ ରହିଥିବାରୁ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରବଳ ହୋଇପାରେ। ୧୪ ତାରିଖ ପରେ ବର୍ଷା କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଶରତ ଚନ୍ଦ୍ର ସାହୁ କହିଛନ୍ତି।

Related story