ଘନୀଭୂତ ହେଉଛି ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର: ଲଘୁଚାପ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି। ଏହା ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତାର ଆଖପାଖ ତଥା ପଶ୍ଚିମ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହୁଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷା ହେବ। ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ (୨୧ ସେଣ୍ଟିମିଣ୍ଟର) ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ସୂଚନା ଘୋଷଣା କରାଯାଇଛି। ଏହି ସମୟ ଭିତରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ […]

UP-Monson.L-p

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 04:24 PM IST

ଭୁବନେଶ୍ୱର: ଲଘୁଚାପ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି। ଏହା ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତାର ଆଖପାଖ ତଥା ପଶ୍ଚିମ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହୁଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷା ହେବ। ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ (୨୧ ସେଣ୍ଟିମିଣ୍ଟର) ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ସୂଚନା ଘୋଷଣା କରାଯାଇଛି। ଏହି ସମୟ ଭିତରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୫ ଓ ତାହାଠାରୁ ଅଧିକ ବେଗରେ ପବନ ବୋହିବ। ସେଥିପାଇଁ ସମୁଦ୍ର ଭିତରେ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଏହାଛଡ଼ା ରାଜ୍ୟର ୪ଟି ପୋର୍ଟରେ ୩ ନମ୍ୱର ବିପଦ ସଙ୍କେତ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ।

ସୂଚନାରୁ ପ୍ରକାଶ, ଲଘୁଚାପ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିଛି। ବିଶେଷକରି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ହଜାହଜାର ଲୋକେ ପାଣି ଘେରରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

Related story