ହେଲମେଟ୍‌ ଚେକିଂ ବେଳେ ଦୁର୍ବୃତ୍ତଙ୍କ ଛୁରାମାଡରେ ୩ ଟ୍ରାଫିକ କର୍ମଚାରୀ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକରେ ଦୁର୍ବୃତ୍ତଙ୍କ ଛୁରାମାଡରେ ୩ ଜଣ ଟ୍ରାଫିକ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ହେଲେ ଓଏପିଏସ୍‌ ମହେନ୍ଦ୍ର ବିଶ୍ୱାଳ, କନଷ୍ଟେବଳ ରୋହନ ସ୍ୱାଇଁ ଓ ଜ୍ଞାନରଞ୍ଜନ ଦାଶ। ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କର ବେକରେ  ଓ ଅନ୍ୟ ଜଣଙ୍କର ହାତରେ ଆଘାତ ଲାଗିଛି। ଆଜି ଏଜି ଛକରେ ହେଲମେଟ୍ ଚେକିଂ ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ହେଲମେଟ୍‌ ଚେକିଂ ପାଇଁ ଟ୍ରାଫିକ କର୍ମଚାରୀ ଦୁଇ ଜଣ ଯୁବକଙ୍କୁ ଅଟକାଇଥିଲେ। […]

bhu

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 07:41 PM IST

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକରେ ଦୁର୍ବୃତ୍ତଙ୍କ ଛୁରାମାଡରେ ୩ ଜଣ ଟ୍ରାଫିକ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ହେଲେ ଓଏପିଏସ୍‌ ମହେନ୍ଦ୍ର ବିଶ୍ୱାଳ, କନଷ୍ଟେବଳ ରୋହନ ସ୍ୱାଇଁ ଓ ଜ୍ଞାନରଞ୍ଜନ ଦାଶ। ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କର ବେକରେ  ଓ ଅନ୍ୟ ଜଣଙ୍କର ହାତରେ ଆଘାତ ଲାଗିଛି।

ଆଜି ଏଜି ଛକରେ ହେଲମେଟ୍ ଚେକିଂ ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ହେଲମେଟ୍‌ ଚେକିଂ ପାଇଁ ଟ୍ରାଫିକ କର୍ମଚାରୀ ଦୁଇ ଜଣ ଯୁବକଙ୍କୁ ଅଟକାଇଥିଲେ। ସେମାନଙ୍କୁ କାହିଁକି ଅଟକଗଲା ବୋଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେମାନେ  ଧାରୁଆ ଅସ୍ତ୍ର ସାହାଯ୍ୟରେ  ଟ୍ରାଫିକ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।  ଦୁଇ ଆକ୍ରମଣକାରୀଙ୍କୁ  ପୋଲିସ୍ ଗିରଫ କରିଛି।  ସେମାନେ ହେଲେ ଅନୀଲ ରାଉତ ଏବଂ ତନ୍ମୟ ରାଉତ। ଦୁଇ ଜଣଙ୍କ ଘର ଭଦ୍ରକ ବୋଲି ଜଣାପଡ଼ିଛି। ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ କ୍ୟାପିଟାଲ ହସପିଟାଲକୁ ଯାଇ ଆହତ କର୍ମଚାରୀଙ୍କୁ ଭେଟିବା ସହ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି।

 

 

 

 

Related story