ହିତକାରୀ ହେଙ୍ଗୁ; ମିଳେ ଏସବୁ ଫାଇଦା

ମସଲା ଭାବେ ବ୍ୟବହୃତ ହେଉଥିବା ହେଙ୍ଗୁରେ  ଭରି ହୋଇ ରହିଛି ଔଷଧୀୟ ଗୁଣ। ଆୟୁର୍ବେଦରେ ଅନେକ ରୋଗର ଚିକିତ୍ସା ପାଇଁ ହେଙ୍ଗୁ ବ୍ୟବହାର କରାଯାଏ। ହେଙ୍ଗୁରେ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଛି। ହେଙ୍ଗୁକୁ ପାଣିରେ ମିଶାଇ ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ଜୀବାଣୁ ନଷ୍ଟ ହେବା ସହ ଦୁର୍ବଳତା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ନିୟମିତ ହେଙ୍ଗୁ ପାଣି ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ। ପାଚନ ଶକ୍ତି ବଢ଼େ ହେଙ୍ଗୁ ଖଣ୍ଡକୁ […]

hing_620x350_61521443637

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 11:28 AM IST

ମସଲା ଭାବେ ବ୍ୟବହୃତ ହେଉଥିବା ହେଙ୍ଗୁରେ  ଭରି ହୋଇ ରହିଛି ଔଷଧୀୟ ଗୁଣ। ଆୟୁର୍ବେଦରେ ଅନେକ ରୋଗର ଚିକିତ୍ସା ପାଇଁ ହେଙ୍ଗୁ ବ୍ୟବହାର କରାଯାଏ। ହେଙ୍ଗୁରେ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଛି। ହେଙ୍ଗୁକୁ ପାଣିରେ ମିଶାଇ ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ଜୀବାଣୁ ନଷ୍ଟ ହେବା ସହ ଦୁର୍ବଳତା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ନିୟମିତ ହେଙ୍ଗୁ ପାଣି ପିଇବା ଦ୍ୱାରା ଶରୀରକୁ କ'ଣ ସବୁ ଲାଭ ମିଳିଥାଏ।

ପାଚନ ଶକ୍ତି ବଢ଼େ

ହେଙ୍ଗୁ ଖଣ୍ଡକୁ ପାଣିରେ ମିଶାଇ ନିୟମିତ ଭାବେ ସାତଦିନ ଯାଏଁ ପିଇବା ଦ୍ୱାରା ପାଚନ ତନ୍ତ୍ର ମଜଭୁତ ରହେ। ଏହା ଶରୀରର ଏସିଡ୍‌କ୍‌ ମାତ୍ରାକୁ ଶେଷ କରିବା ସହ ପେଟ ରୋଗ ଦୂର କରିବାରେ ସହାୟକ ହୋଇଥାଏ।

ଥଣ୍ଡା ଜ୍ୱର ଭଲ କରେ

ଥଣ୍ଡା ଜ୍ୱର ସମସ୍ୟା ପାଇଁ ହେଙ୍ଗୁ ଏକ ଭଲ ଔଷଧ। ହେଙ୍ଗୁ ପେଷ୍ଟକୁ  ଛାତିରେ  ନାକ ଉପରେ ଓ ଛିଦ୍ର ପାଖରେ ଲଗାଇବା ଦ୍ୱାରା ଥଣ୍ଡା ଜ୍ୱର ଭଲ ହୋଇଥାଏ।

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି

ମାସିକ ଋତୁସ୍ରାବ ସମୟରେ ମହିଳା ମାନେ ଯନ୍ତ୍ରଣା ପାଆନ୍ତି। ଏହି ସମୟରେ ହେଙ୍ଗୁକୁ ପାଣିରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ।

ଦୁର୍ବଳ ଲିଭର ପାଇଁ ଲାଭଦାୟକ

ଦୁର୍ବଳ ଲିଭର(ଯକୃତ) ପାଇଁ ହେଙ୍ଗୁ ପାଣି ପିଇବା ଲାଭଦାୟକ। ନିୟମିତ ଏହାକୁ ପିଇବା ଦ୍ୱାରା ଲିଭରକୁ ଖରାପ କରୁଥିବା ଜୀବାଣୁ  ପରିସ୍ରା ଦ୍ୱାରା ବାହାରିଯାଏ।

ହାଡ଼କୁ ମଜଭୁତ କରେ

ହେଙ୍ଗୁ ପାଣି ପିଇବା ଦ୍ୱାରା ହାଡ଼ ମଜଭୁତ ରହେ। ନିୟମିତ ହେଙ୍ଗୁ ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟ ମାତ୍ରା ଠିକ୍‌ ରହେ।

ଦାନ୍ତ ପାଇଁ ଉପକାରୀ

ଦାନ୍ତରେ ପୋକ ଖାଇଥିଲେ ନିୟମିତ ଶୋଇବା ପୂର୍ବରୁ ଉଷୁମ୍‌ ପାଣିରେ ହେଙ୍ଗୁକୁ ମିଶାଇ ପିଅନ୍ତୁ। ଦାନ୍ତ ପୋକ ଖାଇବା ସମସ୍ୟା ଦୂର ହୋଇଯିବ।

ଚର୍ମ ରୋଗ

ଚର୍ମ ରୋଗ ପାଇଁ ହେଙ୍ଗୁକୁ ବ୍ୟବହାର କରାଯାଏ। ହେଙ୍ଗୁକୁ  ବାଟି ଯାଦୁ, କୁଣ୍ଡିଆ ସ୍ଥାନରେ ଲଗାଇଲେ ଶୀଘ୍ର ଆରାମ ମିଳେ।

ବିଦ୍ର: ଉପର ଲିଖିତ ଯେକୌଣସି ସମସ୍ୟା ପାଇଁ ହେଙ୍ଗୁର ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

 

Related story