କେବେ, କେମିତି ଓ କାହିଁକି ଆରମ୍ଭ ହୋଇଥିଲା April Fool ପାଳନ, କାହାଣୀ ବହୁତ ରୋଚକ

ପ୍ରତିବର୍ଷ ୧ ଏପ୍ରିଲ୍‌କୁ ‘ଏପ୍ରିଲ୍‌ ଫୁଲ୍‌ ଦିବସ’ ରୂପେ ପାଳନ କରାଯାଏ। ସାରା ଦୁନିଆରେ ଲୋକେ ଏହିଦିନ ମଜା କରିବା ସହ ଅନ୍ୟଙ୍କୁ ବୋକା ବନାଇଥାନ୍ତି। ମଜାର ଶିକାର ହେଉଥିବା ଓ ବୋକା ବନୁଥିବା ଲୋକେ ଆଜିର ଦିନରେ ରାଗି ନଥାନ୍ତି କି ଗାଳିଗୁଲଜ କରି ନଥାନ୍ତି। ସେମାନେ ମଧ୍ୟ ଏହି ମଜାକୁ ମଜାରେ ନେଇଥାନ୍ତି। ତେବେ ଆପଣ ଜାଣିଛନ୍ତି କି ଏପ୍ରିଲ୍‌ ୧ରେ କାହିଁକି ଏହି ‘ଏପ୍ରିଲ୍‌ ଫୁଲ୍‌ ଦିବସ’ ପାଳନ କରାଯାଏ। ଏହାର ମଧ୍ୟ […]

april

april

Rakesh Mallick
  • Published: Sunday, 01 April 2018
  • Updated: 01 April 2018, 03:48 PM IST

Sports

Latest News

ପ୍ରତିବର୍ଷ ୧ ଏପ୍ରିଲ୍‌କୁ ‘ଏପ୍ରିଲ୍‌ ଫୁଲ୍‌ ଦିବସ’ ରୂପେ ପାଳନ କରାଯାଏ। ସାରା ଦୁନିଆରେ ଲୋକେ ଏହିଦିନ ମଜା କରିବା ସହ ଅନ୍ୟଙ୍କୁ ବୋକା ବନାଇଥାନ୍ତି। ମଜାର ଶିକାର ହେଉଥିବା ଓ ବୋକା ବନୁଥିବା ଲୋକେ ଆଜିର ଦିନରେ ରାଗି ନଥାନ୍ତି କି ଗାଳିଗୁଲଜ କରି ନଥାନ୍ତି। ସେମାନେ ମଧ୍ୟ ଏହି ମଜାକୁ ମଜାରେ ନେଇଥାନ୍ତି। ତେବେ ଆପଣ ଜାଣିଛନ୍ତି କି ଏପ୍ରିଲ୍‌ ୧ରେ କାହିଁକି ଏହି ‘ଏପ୍ରିଲ୍‌ ଫୁଲ୍‌ ଦିବସ’ ପାଳନ କରାଯାଏ। ଏହାର ମଧ୍ୟ କାରଣ ରହିଛି। ଯଦି ଜାଣିନାହାଁନ୍ତି, ତେବେ ଆସନ୍ତୁ ଜାଣିବା ଏଫ୍ରିଲ୍‌ ଫୁଲ୍‌ର ମଜାଦାର ଇତିହାସ।

କୁହାଯାଏ, ଏପ୍ରିଲ୍‌ ଫୁଲ୍‌ ଡେ’ର ଆରମ୍ଭ ଫ୍ରାନ୍ସରେ ହୋଇଥିଲା। ହେଲେ ଏବେ ସାରା ଦୁନିଆ ଏହାକୁ ପାଳନ କରୁଛି। ୧୫୮୨ର ଏହିଦିନରେ ପପ୍‌ ଗ୍ରେଗରୀ ୧୩ ସବୁ ୟୁରୋପିୟ ଦେଶକୁ ଜୁଲିୟନ କ୍ୟାଲେଣ୍ଡର ଛାଡି ଗ୍ରେଗୋରିୟନ କ୍ୟାଲେଣ୍ଡର ବ୍ୟବହାର କରିବାକୁ କହିଥିଲେ।

ସୂଚନାଯୋଗ୍ୟ, ଗ୍ରେଗୋରିୟାନ କ୍ୟାଲେଣ୍ଡରରେ ନୂଆବର୍ଷ ୧ ଏପ୍ରିଲ ନୁହେଁ, ଜାନୁଆରୀ ୧ରେ ଆରମ୍ଭ ହୋଇଥାଏ। ଏହି ପରିବର୍ତ୍ତନ ପରେ ମଧ୍ୟ ୟୁରୋପରେ ବହୁ ଲୋକ ପୁରୁଣା କ୍ୟାଲେଣ୍ଡର ଜୁଲିୟନ ଅନୁସାରେ ନୂଆବର୍ଷ ପାଳନ କରୁଥିଲେ। ହୁଏତ ସେମାନେ ଏହା ଜାଣି ନଥିଲେ ଅଥବା ନୂଆ କ୍ୟାଲେଣ୍ଡରକୁ ଆପଣାଇବାକୁ ଇଚ୍ଛା ପ୍ରକାଶ କରୁ ନଥିଲେ।

୧ ଏପ୍ରିଲକୁ ନୂଆବର୍ଷ ଭାବେ ପାଳନ କରୁଥିବା ଲୋକଙ୍କୁ ସେମାନେ ମୁର୍ଖ କହିବା ଆରମ୍ଭ କରିଦେଲେ। ଧୀରେ ଧୀରେ ଏହି ଦିନ ଲୋକେ ଅନ୍ୟକୁ ବୋକା ବନାଇବା ଓ ମଜା କରିବା ଆରମ୍ଭ କଲେ। ପରେ ଏହାକୁ ସାରା ଦୁନିଆ ଆପଣାଇ ନେଇଥିଲା।

ଏପ୍ରିଲ୍‌ ଫୁଲ୍‌ ଡେ’କୁ ନେଇ ଆଉ ଗୋଟେ କାହାଣୀ ରହିଛି। ୧୮୬୦ ଏପ୍ରିଲ ୧ରେ ଲଣ୍ଡର ହଜାର ହଜାର ଲୋକଙ୍କ ଘରକୁ ଚିଠି ଲେଖି କୁହାଯାଇଥିଲା, ଆଜି ସନ୍ଧ୍ୟାରେ ଟାୱାର ଅଫ୍‌ ଲଣ୍ଡନରେ ଧଳା ଗଧଙ୍କୁ ଗାଧୁଆ ଯିବ। ଆପଣ ସମସ୍ତେ ଦେଖିବାକୁ ଆସିପାରିବେ। ଯିଏ ଦେଖିବାକୁ ଆସିବେ ସାଙ୍ଗରେ କାର୍ଡ ନିଶ୍ଚିତ ନେଇକି ଆସିଥିବେ। ହେଲେ ସେଦିନ କିଛି କାରଣ ପାଇଁ ଟାୱାର ଅଫ୍‌ ଲଣ୍ଡନ ବନ୍ଦ ଥିଲା। ଯେଉଁମାନେ କାର୍ଡ ଧରି ଧଳା ଗଧଙ୍କ ଗୁଧୁଆ ଦେଖିବାକୁ ଆସିଥିଲେ, ବୋକା ବନିଥିଲେ। ସେବେଠାରୁ ଏହି ଦିନକୁ ଏପ୍ରିଲ୍‌ ଫୁଲ୍‌ ଭାବେ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos