ଶରୀର ପାଇଁ ଘାତକ କେମିକାଲ ଜନିତ ମଶାମରା ଔଷଧ, ଜାଣନ୍ତୁ ଘରୋଇ ଉପଚାର

ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ମଶାମାନେ ବହୁଳ ମାତ୍ରାରେ ଜନ୍ମ ନେଇଥାନ୍ତି।  ଏହି ସମୟରେ ଅଧିକ ଗରମ କିମ୍ବା ଥଣ୍ଡା ହୋଇ ନ ଥାଏ   ତେଣୁ ମଶାଙ୍କର ବଂଶବୃଦ୍ଧି ଦୃତ ଗତିରେ ହୋଇଥାଏ । ସେହିପରି ବର୍ଷାଦିନେ ମଶା ବଂଶ ବିସ୍ତାର କରିଥାଏ।  ମଶା ଉପଦ୍ରବରୁ ଡେଙ୍ଗୁ , ଚିକେନଗୁନିଆ ଓ ମ୍ୟାଲେରିଆ ଆଦି ବହୁ ମାରାତ୍ମକ ରୋଗ ହୋଇଥାଏ । ଆଜିମାଲି ମଶା ମାରିବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ ମିଳୁଛି।  ସେହିପରି […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 06:55 PM IST

ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ମଶାମାନେ ବହୁଳ ମାତ୍ରାରେ ଜନ୍ମ ନେଇଥାନ୍ତି।  ଏହି ସମୟରେ ଅଧିକ ଗରମ କିମ୍ବା ଥଣ୍ଡା ହୋଇ ନ ଥାଏ   ତେଣୁ ମଶାଙ୍କର ବଂଶବୃଦ୍ଧି ଦୃତ ଗତିରେ ହୋଇଥାଏ । ସେହିପରି ବର୍ଷାଦିନେ ମଶା ବଂଶ ବିସ୍ତାର କରିଥାଏ।  ମଶା ଉପଦ୍ରବରୁ ଡେଙ୍ଗୁ , ଚିକେନଗୁନିଆ ଓ ମ୍ୟାଲେରିଆ ଆଦି ବହୁ ମାରାତ୍ମକ ରୋଗ ହୋଇଥାଏ । ଆଜିମାଲି ମଶା ମାରିବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ ମିଳୁଛି।  ସେହିପରି ମଣାମରା ଧୂପ ମଧ୍ୟ ଉବଲବ୍ଧ ହେଉଛି। ଏହି ଧୂପ ମଶା ମାରିବା ପାଇଁ ଯେତିକି କାମରେ ଲାଗିଥାଏ ସେତିକି ଆମ ଶରୀର ପାଇଁ କ୍ଷତିକାରକ  ହୋଇଥାଏ। କାରଣ ଏସବୁ ଔଷଧରେ ମାତ୍ରାଧିକ କେମିକାଲ ଅଂଶ ରହୁଥିବାରୁ ଏହି ଧୂଆଁ ଶରୀର ଭିତରକୁ ଯାଇ ବିପଦ ସୃଷ୍ଟି କରିଥାଏ।  ମଶା ବିପଦରୁ  ଆମେ ସାମୟିକ ରକ୍ଷା ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏ ସବୁ ଉପାଦାନ ଆମ ପାଇଁ ବୁମେରାଂ ସାଜିଥାଏ ବୋଲି ବୈଜ୍ଞାନିକମାନେ ମତ ଦେଲେଣି। ଫଳରେ ଯାବତୀୟ ରୋଗରେ ଶିକାର ହୋଇଥାଉ। ତେଣୁ ଘରୋଇ ଉପଚାର ଦ୍ୱାରା କିପରି ମଶା ଦାଉରୁ ରକ୍ଷା ପାଇପାରିବା ଆସନ୍ତୁ ଜାଣିବା।

ଘରର ସବୁ ଝରକା ଏବଂ କବାଟ ବନ୍ଦ କରିଦିଅନ୍ତୁ । ଏବଂ ଘର ଭିତରେ ଟିକେ କର୍ପୁର ଜଳାଇ ଦିଅନ୍ତୁ । କିଛି ସମୟ ପାଇଁ କବାଟ ଓ ଝରକା ବନ୍ଦ ରହିବାକୁ ଦିଅନ୍ତୁ କର୍ପୁର ର ଧୁଆଁ ଘରର ସବୁ କୋଣରେ ବ୍ୟାପିବାକୁ ଦିଅନ୍ତୁ । ଆପଣ ମଧ୍ୟ କର୍ପୁର ବଲ ଘରେ ରଖି ପାରିବେ।  ଏହାଦ୍ଵାରା ମଶା ମାନେ ଗାୟବ ହୋଇଯିବେ।  କାରଣ କର୍ପୁର ଗନ୍ଧରେ ମଶାମାନେ ଦୂରକୁ ଚାଲିଯାଆନ୍ତି । ସେହିପରି ନିମ୍ବ ତେଲକୁ ସାଇଟ୍ରୋନେଲା (ଗଜନି) ତେଲରେ ମିଶାଇ ଶରୀରର ଲଗାନ୍ତୁ । ଏହାର ବାସ୍ନାରେ

ମଶା ପାଖକୁ ଆସିବେନି । ସାଇଟ୍ରୋନେଲା ଅଏଲ ନ ମିଳିଲେ କର୍ପୁର ତେଲର ବ୍ୟବହାର କରିପାରିବେ । ନିମ୍ବ ତେଲକୁ ପାଣିରେ ମିଶାଇ ଘର କୋଣରେ ମଧ୍ୟ ରଖିପାରିବେ ।  ଏଥିସହ ଗରମ ପାଣି ସହିତ ତୁଳସୀ ରସ ସେବନ କରିବା ଦ୍ୱାରା ଡେଙ୍ଗୁ ଓ ଚିକେନଗୁନିଆ ଆଦି ରୋଗ ହୋଇ ନ ଥାଏ।। ସେହିପରି  ନଡିଆ ତେଲରେ କିଛି ବୁନ୍ଦା ନିମ୍ବ ତେଲ ମିଶାଇ ଦେହରେ ମାଲିଶ କରିବା ଦ୍ୱାରା ମଶା କାମୁଡେ ନାହିଁ ।

Related story