୧୧ ମେ’ ଶୁକ୍ରବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତି ବ୍ୟବସାୟରେ ଭଲ ଲାଭ ପାଇପାରନ୍ତି

ମେଷ: ପାରିବାରିକ ସୁଖ ମିଳିବ। ଉଦାର ସ୍ୱଭାବର ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। କୃଷିକ୍ଷେତ୍ର ଲାଭଦାୟକ ହେବ। ବୃଷ: କାର୍ଯ୍ୟ ହାସଲ ପାଇଁ ପ୍ରବଳ ଉଦ୍ୟମ ଚଳାଇବେ। ସେବା ମନୋଭାବର ହେବେ। ପାରିବାରିକ ସୁଖ ସମୃଦ୍ଧି ଲାଗି ରହିବ। କର୍ତ୍ତବ୍ୟ ନିଷ୍ଠ ରହିବେ । ଅତିଥି ସତ୍କାର ପାଇଁ ଖର୍ଚ୍ଚାନ୍ତ ହେବେ। ଅର୍ଥ ମିଳିବ।  ଆଦର୍ଶବାଦୀ ହୋଇପାରନ୍ତି। ମିଥୁନ: ବନ୍ଧୁଙ୍କ ସହ ବିଚାରବିମର୍ଶ ଉପାଦେୟ ହେବ। ଅଧିକ ବ୍ୟୟର […]

Rasiphala-image-2-840x440-1-1-768x402-2-1-840x440-1-768x402-1

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 08:33 AM IST

ମେଷ: ପାରିବାରିକ ସୁଖ ମିଳିବ। ଉଦାର ସ୍ୱଭାବର ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। କୃଷିକ୍ଷେତ୍ର ଲାଭଦାୟକ ହେବ।

ବୃଷ: କାର୍ଯ୍ୟ ହାସଲ ପାଇଁ ପ୍ରବଳ ଉଦ୍ୟମ ଚଳାଇବେ। ସେବା ମନୋଭାବର ହେବେ। ପାରିବାରିକ ସୁଖ ସମୃଦ୍ଧି ଲାଗି ରହିବ। କର୍ତ୍ତବ୍ୟ ନିଷ୍ଠ ରହିବେ । ଅତିଥି ସତ୍କାର ପାଇଁ ଖର୍ଚ୍ଚାନ୍ତ ହେବେ। ଅର୍ଥ ମିଳିବ।  ଆଦର୍ଶବାଦୀ ହୋଇପାରନ୍ତି।

ମିଥୁନ: ବନ୍ଧୁଙ୍କ ସହ ବିଚାରବିମର୍ଶ ଉପାଦେୟ ହେବ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିବାଦୀୟ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ। କେତେକ ସମସ୍ୟାକୁ କେନ୍ଦ୍ରକରି ଚିନ୍ତିତ ହୋଇପାରନ୍ତି।

କର୍କଟ: ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। ରୋଜଗାର ସନ୍ତୋଷଜନକ ହେବ। ସୁଖ  ଆନନ୍ଦରେ ଦିନଟି ଅତିବାହିତ କରିପାରନ୍ତି। ପ୍ରତିଷ୍ଠା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ସିଂହ: କାର୍ଯ୍ୟ କରିବାକୁ ହେଲେ ନିର୍ଭରଶୀଳ ହେବାକୁ ପଡ଼ିବ। ସଫଳତା ମିଳିବ। ଶୁଭ ସମାଚାର ପାଇ ଖୁସି ହେବେ। ଚେଷ୍ଟା ସଫଳ ହେବ। ଉନ୍ନତି ପଥରେ ଆଗକୁ ବଢ଼ିବେ। ପାରିବାରିକ ସୁଖଶାନ୍ତି ମିଳିବ। ବ୍ୟବସାୟ ଠିକ୍‌ ଚାଲିବ।

କନ୍ୟା: ଜନ ସାଧାରଣଙ୍କର ଓ ସମ୍ପର୍କୀୟଙ୍କର କଲ୍ୟାଣ ଭାଜନ ହେବେ। ସୁଖ ସମ୍ମାନ ମିଳିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଉତ୍ତମ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ।

ତୁଳା: ଧୀର ପାଣି ପଥର କାଟେ ସଦୃଶ ଆପଣଙ୍କ କାର୍ଯ୍ୟ ଶୈଳୀ ସମସ୍ତଙ୍କୁ ସୁଖୀ କରାଇ ପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। କର୍ମଚଞ୍ଚଳ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।

ବିଛା: ବିପଦ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଯଶସ୍ୱୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଯଶ ଅର୍ଜନ କରି ସୁଖ ଭୋଗ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।

ଧନୁ: ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ସାମାଜିକସ୍ତରରେ ଆଦରଣୀୟ ହେବେ। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ପୁରସ୍କୃତ ହେବା ଆଶାକରାଯାଏ।

ମକର:  କୌଣସି ବନ୍ଧୁଙ୍କଠାରୁ ଲାଭ ପାଇବେ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। କମ୍ ପ୍ରୟାସରେ ଅଧିକ ସଫଳତା ମିଳିପାରେ।

କୁମ୍ଭ:  ଅଫିସ୍‌ରେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ବିଭିନ୍ନ କାମରେ ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ମାନ-ସମ୍ମାନ ପ୍ରାପ୍ତି ହେବ।

ମୀନ: ନକାରାତ୍ମକ ଚିନ୍ତାଧାରା ମନକୁ କବଳିତ କରି ରଖିପାରେ। ତେଣୁ ଯଥା ସମ୍ଭବ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମନକୁ ବି ଶାନ୍ତ ରଖନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହିତ ମତେଭଦ ହୋଇପାରେ।

Related story