୧୪ ଏପ୍ରିଲ, ଶନିବାର: ଜାଣନ୍ତୁ ଆଜି ଦିନଟି କାହା ପାଇଁ ଆଧ୍ୟାତ୍ମିକ ଦୃଷ୍ଟିରୁ ଭଲ

ମେଷ- ଶାରୀରିକ ତଥା ମାନସିକ ସ୍ଥିତି ଭଲ ରହିବ। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ନିଜ ପିଲାମାନଙ୍କ ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ଉନ୍ନତି ଆସିବ।ହନୁମାନ ମନ୍ଦିର ଯାଇ ପୂଜାପାଠ କଲେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ବୃଷ- ଗୃହସ୍ଥ ଜୀବନ ସୁଖ ଓ ଆନନ୍ଦରେ କଟିବ। ନିଜ ପରିଜନ କିମ୍ୱା ବନ୍ଧୁମାନଙ୍କ ସହ ମିଶି ଉତ୍ତମ ଭୋଜନ କରି ପାରନ୍ତି।  ପରିବାରରେ ଶୁଭ କାମ ସଂପୂର୍ଣ୍ଣ ହେବ। ମିଥୁନ- ମନୋବଳ ଦୁର୍ବଳ ରହିବ। ତେଣୁ […]

Rasiphala-1-840x440-1-768x402-1-1-1-1-1-2-2-1-1-840x440-1-1-1-1-840x440-1-1-768x402

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 07:24 AM IST

ମେଷ- ଶାରୀରିକ ତଥା ମାନସିକ ସ୍ଥିତି ଭଲ ରହିବ। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ନିଜ ପିଲାମାନଙ୍କ ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ଉନ୍ନତି ଆସିବ।ହନୁମାନ ମନ୍ଦିର ଯାଇ ପୂଜାପାଠ କଲେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ।

ବୃଷ- ଗୃହସ୍ଥ ଜୀବନ ସୁଖ ଓ ଆନନ୍ଦରେ କଟିବ। ନିଜ ପରିଜନ କିମ୍ୱା ବନ୍ଧୁମାନଙ୍କ ସହ ମିଶି ଉତ୍ତମ ଭୋଜନ କରି ପାରନ୍ତି।  ପରିବାରରେ ଶୁଭ କାମ ସଂପୂର୍ଣ୍ଣ ହେବ।

ମିଥୁନ- ମନୋବଳ ଦୁର୍ବଳ ରହିବ। ତେଣୁ କୌଣିସି ନିଷ୍ପତ୍ତି ନେବା ବେଳେ କଷ୍ଟ ଅନୁଭବ କରିବେ। ତେଣୁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ହନୁମାନ ମନ୍ଦିରରେ ପୂଜାପାଠ କରନ୍ତୁ। ଘରେ ଧ୍ୟାନ କରନ୍ତୁ।

କର୍କଟ- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ଆଧ୍ୟାତ୍ମିକ ଦୃଷ୍ଟିରୁ ଭଲ ରହିବ।  ପଣାସଂକ୍ରାନ୍ତିରୁ ଆପଣ ଯେ କୌଣସି ଶୁଭ କାର୍ଯ୍ୟ ପାଇଁ ପଦକ୍ଷେପ ନେଇ ପାରିବେ।  ଆପଣ ଆଜି କୌଣସି ନୂଆ ଯାନ କିଣିପାରନ୍ତି।

ସିଂହ- ଅସୁସ୍ଥ ଅନୁଭବ କରିପାରନ୍ତି। ଘର ସଦସ୍ୟଙ୍କ ସହ ଭୁଲ ବୁଝାମଣା ହେବା ଯୋଗୁଁ ମନ ଖରାପ ରହିବ।  ଧନ ପ୍ରାପ୍ତି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରାର ଯୋଗ ରହିଛି। ଆଜି ଦିନରେ ଆପଣ ହନୁମାନଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ।

କନ୍ୟା- କୌଣସି କାମ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ। ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଆପଣ ଆଜି ଟିକେ ଭାବବିହ୍ୱଳ ହୋଇପାରନ୍ତି।  ତେବେ ଏହି ସମୟରେ କୌଣସି ଗରୁତ୍ୱପୂର୍ଣ୍ଣ ନିଷ୍ବତ୍ତି ନିଅନ୍ତୁ ନାହିଁ।

ତୁଳା- ଶୁଭଫଳ ପ୍ରାପ୍ତି ହେବ। ଘରେ ଶାନ୍ତି ଓ ଆନନ୍ଦର ପରିବେଶ ରହିବ। ଅଟକି ରହିଥିବା କାମ ସଂପନ୍ନ ହେବ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ବିଛା- ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। ସାମାଜିକ ଓ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ।

ଧନୁ- କିଛି ସମସ୍ୟା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସହିତ ଝଗଡ଼ା ହୋଇପାରେ। ଫଳରେ ମନ ଦୁଃଖିତ ରହିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର- ଦିନଟି ଶୁଭପ୍ରଦ ରହିବ। ଶାରୀରିକ ଓ ମାନସିକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଉତ୍ତମ ରହିବ। ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ସମୟ ଅତିବାହିତ କରିବେ।

କୁମ୍ଭ- ଅସୁସ୍ଥ ଅନୁଭବ କରିବେ। ଉଚ୍ଚ ଅଧିକାରୀଙ୍କ ସହ ସଂଯମତାର ସହ କଥାବାର୍ତ୍ତା ହୁଅନ୍ତୁ। ଆଜି କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସାବଧାନତା ଅବଲମ୍ବନ କରନ୍ତୁ ।

ମୀନ- ଆଜି ସମସ୍ତ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ ହେବ। ଫଳରେ ଖୁସି ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

Related story