ମେଷ: ବେକାର ଯୁବକଯୁବତୀଙ୍କ ପାଇଁ ଚାକିରି ମିଳିବାର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ।
ବୃଷ: ଘରେ ସୁଖଶାନ୍ତି ଆସିବ। ମାନସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହଯୋଗ ପାଇବେ।
ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ ଓ ସମ୍ପର୍କରେ ସୁଧାର ଆସିବ।
କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧର୍ଯ୍ୟର ସହ କାମ କରନ୍ତୁ। ସତର୍କତାର ସହ ଗାଡି ଚଲାନ୍ତୁ, ଦୁର୍ଘଟଣାର ଯୋଗ ରହିଛି।
ସିଂହ: ଘରକୁ ବନ୍ଧୁ ଆସିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ।
କନ୍ୟା: ଆଜିର ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ପାରିବାରିକ ବିବାଦ ଦେଖା ଦେଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ତୁଳା: ଘରେ ସୁଖଶାନ୍ତି ଆସିବ। ପିଲାମାନଙ୍କୁ ନେଇ ଖୁସି ଖବର ପାଇବେ। ନୂଆ ସମ୍ପତ୍ତି ମିଳିବାର ଯୋଗ ରହିଛି।
ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆହତ ହେବାର ସମ୍ଭାବନା ରହିଛି, ସତର୍କ ରୁହନ୍ତୁ। ଘରୁ ଦହି ଖାଇ ବାହାରକୁ ବାହାରନ୍ତୁ।
ଧନୁ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରଯାତ୍ରାର ଯୋଗ ରହିଛି। ଦିନଟି ଧାଁଦୌଡ଼ରେ କଟିବ।
ମକର: ବାଦ ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ପାଇବେ।
କୁମ୍ଭ: ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ। ମାନସମ୍ମାନ ବଢ଼ିବ। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି।
ମୀନ: ବାଦ ବିବାଦରୁ ଦୂରେଇ ରୁହନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ଏକାଧିକ ଥର ଚିନ୍ତା କରନ୍ତୁ। ଧଳା ମିଠା ଦାନ କରନ୍ତୁ।