୧୯ ଜାନୁଆରୀ ଶୁକ୍ରବାର , ଏହି ରାଶିର ଲୋକେ ମାଲିମକଦ୍ଦମାରେ ଫସି ଥିଲେ ସମାଧାନ ହୋଇପାରେ

ମେଷ: ଅନ୍ୟମାନଙ୍କଠାରୁ ସାହାଯ୍ୟ ପାଇବେ। କୌଣସି ସମସ୍ୟା ଥିଲେ ଆଜି ତା’ର ସମାଧାନ ହୋଇପାରେ । ଯଦି ଆପଣ ଚାକିରି ପାଇଁ କେଉଁଠି ଆବେଦନ କରିଥାଆନ୍ତି, ତା’ହେଲେ ଭଲ ଖବର ପାଇପାରନ୍ତି। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଏଣୁ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। ବୃଷ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ। ଚାକିରି ପାଇଁ କୌଣସି ସ୍ଥାନରେ ଆବେଦନ କରିଥିଲେ ଶୁଭ ସମାଚାର ମିଳିପାରେ। […]

zodaic-1-1

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 06:01 AM IST

ମେଷ: ଅନ୍ୟମାନଙ୍କଠାରୁ ସାହାଯ୍ୟ ପାଇବେ। କୌଣସି ସମସ୍ୟା ଥିଲେ ଆଜି ତା’ର ସମାଧାନ ହୋଇପାରେ । ଯଦି ଆପଣ ଚାକିରି ପାଇଁ କେଉଁଠି ଆବେଦନ କରିଥାଆନ୍ତି, ତା’ହେଲେ ଭଲ ଖବର ପାଇପାରନ୍ତି। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଏଣୁ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇପାରନ୍ତି।

ବୃଷ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ। ଚାକିରି ପାଇଁ କୌଣସି ସ୍ଥାନରେ ଆବେଦନ କରିଥିଲେ ଶୁଭ ସମାଚାର ମିଳିପାରେ। ଜୀବନର କିଛି କ୍ଷେତ୍ରରେ ବାଧାର ସମ୍ମୁଖୀନ ହୋଇପାରନ୍ତି। ତେବେ ବୁଝିବିଚାରି ପଦକ୍ଷେପ ନେଲେ ସେ ସବୁଥିରୁ ମୁକ୍ତି ପାଇବେ।

ମିଥୁନ: ପାରିବାରିକ ଜୀବନ ସୁଖଶାନ୍ତିରେ ବିତିବ। କିଛି କାମ ସଂପନ୍ନ ହେବାରେ ବିଳମ୍ବ ହୋଇପାରେ। ଅର୍ଥାଭାବ ଦେଖାଯାଇପାରେ। ଏଣୁ କାହାଠାରୁ କରଜ ଆଣି ପାରନ୍ତି।

କର୍କଟ: ଦିନଟି ଅସନ୍ତୋଷରେ କଟିବ। ଅସନ୍ତୋଷର କାରଣ ଖୋଜିବାକୁ ପ୍ରୟାସ କରନ୍ତୁ। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଆଜି ଦିନଟି ସେହିମାନଙ୍କ ପାଇଁ ଭଲ ଅଛି ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସମସ୍ତଙ୍କ ସହିତ ଆପଣଙ୍କ ସଂପର୍କ ଭଲ ରହିବ। ବିଭିନ୍ନ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ କ୍ୟାରିୟର ଭଲ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ।

ସିଂହ: ନକାରାତ୍ମକ ଚିନ୍ତା ଆପଣଙ୍କୁ ଘେରି ରହିବ। ଯେତେ ଦୂର ସମ୍ଭବ ଏଭଳି ଚିନ୍ତାରୁ ଦୂରେଇ ରହନ୍ତୁ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୋଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିଲେ ଭଲ ଫଳ ପାଇପାରନ୍ତି।

କନ୍ୟା: ପରିବାରର ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପୂର୍ବରୁ ଝଗଡ଼ା ହୋଇଥିଲେ ଆଜି ତାର ସମାଧାନ କରିବାକୁ ପ୍ରୟାସ କରିବେ। କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। କିଛି ନୂଆ କରିବା ପାଇଁ ଯୋଜନା କରିପାରନ୍ତି। ଆପଣଙ୍କ ପ୍ରୟାସ ଶୁଭ ଫଳ ଦେବ। ଲୋକ ସଂପର୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ବେଶ୍ ଭଲ ଅଛି। ମନ ଭଲ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।

ତୁଳା: ସ୍ଥିତି ଦେଖି କାର୍ଯ୍ୟ ସଂପନ୍ନ କରିବାକୁ ପ୍ରୟାସ କରିବେ। ସକାରାତ୍ମକ ରହିବେ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଚାକିରିରେ ବଦଳି ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହି ନପାରେ।

ବିଛା: ଅଫିସ୍ ଅବା ବ୍ୟବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ବନ୍ଧୁ ବନାଇ ପାରନ୍ତି। ବ୍ୟବସାୟ ପାଇଁ ଋଣ କରିବାକୁ ଚାହୁଁଥିଲେ ଆଜି ଆବେଦନ କରନ୍ତୁ। ଦିନଟି ଆପଣଙ୍କ ପାଇଁ ଭଲ ଅଛି। ମାନସିକ ଶାନ୍ତି ଖୋଜିବେ। ତେଣୁ ସ୍ଥିର ଓ ଶାନ୍ତ ରୁହନ୍ତୁ। ପୁରୁଣା କଥାଗୁଡ଼ିକୁ ଭାବନ୍ତୁ ନାହିଁ।

ଧନୁ: ସ୍ୱାସ୍ଥ୍ୟକୁ ଚିନ୍ତିତ ରହିବେ। ତେଣୁ ସକାରାତ୍ମକ ହୁଅନ୍ତୁ ଓ ନିଜର ଖାଇବାପିଇବା ପ୍ରତିଧ୍ୟାନ ଦିଅନ୍ତୁ। ଅଫିସ୍‌ରେ ଭଲ କାମ କରି ସହକର୍ମୀମାନଙ୍କ ଠାରୁ ପ୍ରଶଂସା ପାଇବେ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ଦିନଟି ଭଲ ଅଛି।

ମକର: ଆଜି ଆପଣଙ୍କ ଯାଦୁ ଦିନ ସାରା ଛାଇ ରହିବ। ବ୍ୟବସାୟୀ, ଚାକରିଆ- ସମସ୍ତଙ୍କ ପାଇଁ ଆଜି ଦିନଟି ଭଲ ଅଛି। ଯେଉଁ ଯୋଜନାଗୁଡ଼ିକ ଉପରେ ଖୁବ୍ ପରିଶ୍ରମ କରିଥିଲେ ସେଥରୁ ଆଜି ଲାଭ ମିଳିବ। ମୋଟାମୋଟି ଭାବେ ଆପଣଙ୍କ କ୍ୟାରିୟର ଠିକ୍ ଦିଗରେ ଗତି କରୁଛି। ଆପଣଙ୍କ ଅଜାଣତରେ ଲୋକେ ଆପଣଙ୍କ ଉପରେ ନଜର ରଖିଛନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: କୌଣସି ମାଲିମକଦ୍ଦମାରେ ଫସି ଥିଲେ ଆପଣଙ୍କର ବିଜୟ ନିଶ୍ଚିତ ହେବ। କୌଣସି ଅଭିଜ୍ଞ ଓକିଲଙ୍କ ସାହାଯ୍ୟ ନିଅନ୍ତୁ। ଅଫିସ୍‌ରେ ଆପଣଙ୍କୁ ଉଚ୍ଚାଧିକାରୀଙ୍କ ସମର୍ଥନ ମିଳିବ। ପରିବାରର ସହ ସମୟ ବିତାଇବାକୁ ଚାହିଁବେ। କିଛି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି।

ମୀନ: କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇପାରନ୍ତି। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଅର୍ଥାଭାବ ରହିବ ନାହିଁ।

 

Related story