୨୨ ରବିବାର, ଏପ୍ରିଲ: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବିବାଦରୁ ଦୂରେଇ ରହିବା ଉଚିତ୍‌

ମେଷ: କୌଣସି ବିବାଦରେ ପଶନ୍ତୁ ନାହିଁ। ବଡ଼ ସ୍ୱପ୍ନ ଦେଖିବେ। ବଡ଼ ଧରଣର ଆର୍ଥିକ ଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ତେବେ ସତର୍କ ରହିବା ଆବଶ୍ୟକ। ଘରର ବୟୋଜ୍ୟେଷ୍ଠ ଲୋକଙ୍କ ସହ ସମୟ ବିତାନ୍ତୁ। କିଛି ହଜି ଯାଇଥିବା ବସ୍ତୁ ଆଜି ମିଳିପାରେ। କର୍ମକ୍ଷେତ୍ରରେ ଆଜି ଦିନଟି ଆପଣଙ୍କ ପାଇଁ […]

Rasiphala-image-1-1

Rakesh Mallick
  • Published: Sunday, 22 April 2018
  • , Updated: 22 April 2018, 02:16 AM IST

ମେଷ: କୌଣସି ବିବାଦରେ ପଶନ୍ତୁ ନାହିଁ। ବଡ଼ ସ୍ୱପ୍ନ ଦେଖିବେ। ବଡ଼ ଧରଣର ଆର୍ଥିକ ଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ତେବେ ସତର୍କ ରହିବା ଆବଶ୍ୟକ। ଘରର ବୟୋଜ୍ୟେଷ୍ଠ ଲୋକଙ୍କ ସହ ସମୟ ବିତାନ୍ତୁ। କିଛି ହଜି ଯାଇଥିବା ବସ୍ତୁ ଆଜି ମିଳିପାରେ। କର୍ମକ୍ଷେତ୍ରରେ ଆଜି ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। ପ୍ରେମ ସଂପର୍କରେ ସୁଧାର ଆସିପାରେ।

ମିଥୁନ: ଖାଇବାପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାହ ସ୍ଥିର ହେବାର ଯୋଗ ରହିଛି। ଅଫିସ୍‌ରେ ଅଧନସ୍ତ କର୍ମଚାରୀଙ୍କ ପାଇଁ ଆପଣ ଅଡ଼ୁଆରେ ପଡ଼ି ପାରନ୍ତି। ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ। ନ ହେଲେ ଦୁର୍ଘଟଣା ଘଟିପାରେ।

କର୍କଟ: କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ରଚନାତ୍ମକ କାମ ପାଇଁ ଆଜି ଦିନଟି ଭଲ ଅଛି। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

ସିଂହ: ପ୍ରିୟଜନଙ୍କ ସହ ସାକ୍ଷାତ ହେବ। ଜୀବନସାଥୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଠା ଖାଇ ଯାତ୍ରା କରନ୍ତୁ, ଶୁଭଫଳ ମିଳିବ।

କନ୍ୟା: ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ସଂପର୍କ ପ୍ରତି ଧ୍ୟାନ ଦିଅନ୍ତୁ। ମନବାଞ୍ଛା ପୂରଣ ହେବ। ବଡ଼ ଧରଣର ଆର୍ଥିକ ଲାଭ ହେବାର ସଂକେତ ମିଳୁଛି। ଆପଣ ସଫଳତା ପାଇବାକୁ କଠିନ ପରିଶ୍ରମ କରୁଛନ୍ତି। ଆଜି ତାର ଫଳ ମିଳିବ। ଆପଣଙ୍କ ଗ୍ରହଗୁଡ଼ିକ ଆପଣଙ୍କ ସହିତ ଅଛନ୍ତି।

ତୁଳା: ସଂପତ୍ତି ପାଇଁ ଘରେ ବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତିର ବାତାବରଣ ଦେଖାଯିବ। ପ୍ରେମ ରାସ୍ତାରେ ଦେଖାଯାଉଥିବା ବାଧା ଆଜି ହଟିଯିବ। ପାର୍ଟନରଙ୍କ ସହ ପ୍ରେମ ସଂପର୍କ ଆହୁରି ଗଭୀର ହେବ। ଆପଣଙ୍କର କିଛି ପୁରୁଣା ସମସ୍ୟା ସମାଧାନ ପାଇଁ ଆଜି ଉଦ୍ୟମ ଆରମ୍ଭ କରିବେ।

ବିଛା: ଧନହାନି ଯୋଗ ରହିଛି। କୌଣସି ନୂଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଆଜି ଦିନଟି ଭଲ ଅଛି।

ଧନୁ: ଘରେ ସୁଖଶାନ୍ତି ବଜାୟ ରହିବ। ଆର୍ଥିକ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଲେଖାଲେଖି କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଯୋଜନାରେ ଆଜି ସଫଳ ହେବେ।

ମକର: କୁମ୍ଭ: ଯଦି ଆପଣ ଚାକିରି ଖୋଜୁଛନ୍ତି, ତା’ହେଲେ ଆଜି ଆପଣଙ୍କୁ ରୋଜଗାର କରିବାର ଅନେକ ବିକଳ୍ପ ମିଳିବ। ଏଣୁ ସବୁ ବିକଳ୍ପ ଉପରେ ଗଭୀର ଚିନ୍ତା କରି ନିଷ୍ପତ୍ତି ନେବେ। କାହା ସହିତ ଯୁକ୍ତି କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ସୂଚନା ଓ ଫୋନ୍ ନମ୍ବର ଦେବା ପୂର୍ବରୁ ଟିକେ ଚିନ୍ତା କରନ୍ତୁ। ଅଫିସ୍ ଅବା ବ୍ୟବସାୟ କାମରେ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କ୍ୟାରିୟରର ଭଲ ଦିଗରେ ଯାଉଛି। ଆଜି କିଛି ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ମୀନ: କୌଣସି ବଡ଼ ସୁଯୋଗ ଆଜି ମିଳିପାରେ। ମାନସମ୍ମାନ ମିଳିବ। ଅଶାନ୍ତି ଦେଖା ଦେଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ସମସ୍ୟା ଦୂର ହେବ। କ୍ୟାରିୟରରେ ଉତ୍ତମ ଫଳ ମିଳିବ।

Related story