୭ ଏପ୍ରିଲ, ଶନିବାର: ଜାଣନ୍ତୁ କାହାର ଗାଡ଼ି କିଣିବାର ଯୋଗ ରହିଛି

ମେଷ: ଆଜିର ଦିନଟି ଆପଣଙ୍କ ଭଲରେ କଟିବ। ବ୍ୟବସାୟରେ ସଫଳତା ପାଇବେ। ମାନ ସମ୍ମାନ ବୃଦ୍ଧି ପାଇବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସମସ୍ୟା ବଢ଼ିପାରେ। ଅଯଥା ବିବାଦ ଦେଖାଦେବ। ହନୁମାନ ଜୀଙ୍କ ଉପାସନା କରନ୍ତୁ, ବିଘ୍ନ ଟଳିଯିବ। ମିଥୁନ: ଗୁରୁତ୍ୱପୂର୍ଣ୍ଣ କାମ ହୋଇଯିବ। ଧାଁଦୌଡରେ ଦିନଟି କଟିବ। ନୂଆ ଗାଡି କିଣିବାର ଯୋଗ ରହିଛି। କର୍କଟ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଚାକିରି ସମସ୍ୟା ଦୂର […]

Rasiphala

Rakesh Mallick
  • Published: Saturday, 07 April 2018
  • , Updated: 07 April 2018, 06:58 AM IST

ମେଷ: ଆଜିର ଦିନଟି ଆପଣଙ୍କ ଭଲରେ କଟିବ। ବ୍ୟବସାୟରେ ସଫଳତା ପାଇବେ। ମାନ ସମ୍ମାନ ବୃଦ୍ଧି ପାଇବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସମସ୍ୟା ବଢ଼ିପାରେ। ଅଯଥା ବିବାଦ ଦେଖାଦେବ। ହନୁମାନ ଜୀଙ୍କ ଉପାସନା କରନ୍ତୁ, ବିଘ୍ନ ଟଳିଯିବ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ କାମ ହୋଇଯିବ। ଧାଁଦୌଡରେ ଦିନଟି କଟିବ। ନୂଆ ଗାଡି କିଣିବାର ଯୋଗ ରହିଛି।

କର୍କଟ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଚାକିରି ସମସ୍ୟା ଦୂର ହେବ। କ୍ରୋଧରେ ହେଉ କି ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ପାରିବାରିକ ଅଶାନ୍ତିରୁ ବଞ୍ଚିକି ରୁହନ୍ତୁ। ବାଦ ବିବାଦରେ ପସନ୍ତୁ ନାହିଁ। କୌଣସି ସ୍ଥାନକୁ ଯାଇପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଧନର ସ୍ଥିତି ସ୍ଥିର ରହିବ। ଘିଅ ଖାଇ ଘରୁ ବାହାରକୁ ଯାଆନ୍ତୁ।

ତୁଳା: ଆଜି ଆପଣଙ୍କ ଦିନ ଭଲରେ କଟିବ। ଘରେ ଭଲ ବାତାବରଣ ରହିବ। ଆର୍ଥିକ ଲାଭ ପାଇବେ। କୌଣସି ଶୁଭ ସୂଚନା ମିଳିପାରେ।

ବିଚ୍ଛା: ଆର୍ଥିକ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: କ୍ୟାରିୟରରେ ସଫଳତା ପାଇବେ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ଧାଁ ଦୌଡ କରିପାରନ୍ତି। କୌଣସି ଯୋଜନା କରିଥିଲେ ଅଥବା କରୁଥିଲେ ଏହାକୁ ଗୁପ୍ତ ରଖନ୍ତୁ।

ମକର: ଚାକିରି କ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। ବହୁତ ଧାଁ ଦୌଡ଼ କରିବାକୁ ପଡ଼ିପାରେ। ନିଜ ଯୋଜନାକୁ ନିଜ ପାଖରେ ରଖନ୍ତୁ, କେଉଁଠି ପ୍ରକାଶ କରନ୍ତୁ ନାହିଁ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ମନ ପ୍ରଫୁଲ୍ଲ ରହିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ପାଇ ପାରନ୍ତି। ମାନ ସମ୍ମାନ ବୃଦ୍ଧି ପାଇବ।

ମୀନ: ଶୁଭ ଖବର ପାଇବେ। ସ୍ୱାସ୍ଥ୍ୟ ଠିକ୍‌ ରହିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ।

Related story